ଅସଲି ବ୍ରାଣ୍ଡରେ ନକଲି ମାଲ୍ : ପୁଣି କଟକରେ ଧରା ପଡିଲା ନକଲି ଘିଅ କାରଖାନା
ଆଜି ପୁଣି ଏକ ନକଲି ଘିଅ କାରଖାନା ଉପରେ ଚଢଉ କରିଛି କମିଶନରେଟ୍ ପୁଲିସ ।
କଟକ : ଅସଲ ବ୍ରାଣ୍ଡର ଲୋଗୋ ହେଲେ ଜରି ଭିତରେ ବିକ୍ରି ହେଉଛି ନକଲି ସାମଗ୍ରୀ । ଗତକିଛି ଦିନ ହେଲା କଟକରେ କାୟା ବିକ୍ରି କରିଥିବା ନକଲି ସାମଗ୍ରୀ ଉପରେ ଚଢାଉ ଜାରି ରଖିଛି କମିଶନରେଟ୍ ପୁଲିସ ।ଏହି କ୍ରମରେ ଆଜି ପୁଣି ଏକ ନକଲି ଘିଅ କାରଖାନା ଉପରେ ଚଢଉ କରିଛି କମିଶନରେଟ୍ ପୁଲିସ । କଟକ ଜଗତପୁର ଅଞ୍ଚଳରେ ଥିବା ଏହି ନକଲି ଘିଅ କାରଖାନା ଉପରେ ଚଢାଉ କରିଛି ପୁଲିସ । ଏହି କାରଖାନାରେ ସୁବାସ ବ୍ରାଣ୍ଡ ନାଁରେ ଘିଅ ବିକ୍ରି ହେଉଥିଲା । ଏହି ମିଳିତ ଚଢାଉରେ କମିଶନରେଟ୍ ପୁଲିସ, ଖାଦ୍ୟ ସୁରକ୍ଷା ଅଧିକାରୀ, ଓଜନ ଓ ମାପକ ବିଭାଗ ନିରୀକ୍ଷକ ଚଢାଉରେ ସାମିଲ ହୋଇଥିଲେ ।

ଏହି ଚଢାଉରେ କୋଟିରୁ ଅଧିକ ଟଙ୍କାର ଅପମିଶ୍ରିତ ଘିଅ ଜବତ ହୋଇଛି । ସବୁଠାରୁ ବଡ଼ କଥା ହେଉଛି ଏହି କାରଖାନାରେ କେବଳ ଯେ ନକଲି ଘିଅ ପ୍ରସ୍ତୁତ ହେଉନଥିଲା ବରଂ ବିଭିନ୍ନ ନାମିଦାମୀ କମ୍ପାନୀ ବ୍ରାଣ୍ଡର ସସ୍, ଆଚାର ମଧ୍ୟ ତିଆରି ହେଉଥିଲା । ଯାହାକୁ ଜବତ କରିଛି ଏହି ଟିମ୍ । ଏଠାରେ ସୂଚନାଥାଉକି, କିଛି ଦିନ ତଳେ ଏହି ଜଗତପୁର ଅଞ୍ଚଳରେ ଏକ ନକଲି ଘିଅ ଓ ସସ୍ କାରଖାନା ଉପରେ ପୁଲିସ ଚଢାଉ କରିଥିଲା । ସେହିପରି ଭଦିମୂଳ ଅଞ୍ଚଳରେ ଚଢାଉ କରି ଏକ ନକଲି ଘିଅ କାରଖାନାକୁ ସିଲ୍ କରିଥିଲା ।












Click it and Unblock the Notifications