ଗିରଫ ହେଲେ ଭଣ୍ଡ ବାବା: ନିସନ୍ତାନ ଦମ୍ପତିଙ୍କୁ ପିଲାର ସ୍ୱପ୍ନ ଦେଖାଇ ଠକିଥିଲେ ୪ ଲକ୍ଷ ଟଙ୍କା
ବାଦାମବାଡ଼ି ଥାନା ପୋଲିସ ଦ୍ୱାରା ଆଜି ଜଣେ ଭଣ୍ଡ ବାବା ଗିରଫ ହୋଇଛି । ତାର ନାଁ ସିଦ୍ଧେଶ୍ୱର ସାମନ୍ତରାୟ, ଘର ଯାଜପୁରର ଧର୍ମଶାଳା ଝାଞ୍ଜିରିମଙ୍ଗଳା ଅଞ୍ଚଳରେ । ଜଣେ ନିଃସନ୍ତାନ ଦମ୍ପତିଙ୍କୁ ସନ୍ତାନ ପ୍ରାପ୍ତିର ଲୋଭ ଦେଖାଇ ଠକିଥିଲା ୩ ଲକ୍ଷରୁ ଅଧିକ ଟଙ୍କା ।

କଟକ: ବାଦାମବାଡ଼ି ଥାନା ପୋଲିସ ଦ୍ୱାରା ଆଜି ଜଣେ ଭଣ୍ଡ ବାବା ଗିରଫ ହୋଇଛି । ତାର ନାଁ ସିଦ୍ଧେଶ୍ୱର ସାମନ୍ତରାୟ, ଘର ଯାଜପୁରର ଧର୍ମଶାଳା ଝାଞ୍ଜିରିମଙ୍ଗଳା ଅଞ୍ଚଳରେ । ଜଣେ ନିଃସନ୍ତାନ ଦମ୍ପତିଙ୍କୁ ସନ୍ତାନ ପ୍ରାପ୍ତିର ଲୋଭ ଦେଖାଇ ଠକିଥିଲା ୩ ଲକ୍ଷରୁ ଅଧିକ ଟଙ୍କା ।
ତେବେ ଏହି ଭଣ୍ଡବାବା ଦ୍ବାରା ବଡ଼ ଧରଣର ଆର୍ଥିକ ଠକେଇର ଶିକାର ହୋଇଛନ୍ତି କଟକର ଏକ ଦମ୍ପତି । ପୂଜାର୍ଚ୍ଚନା ପାଇଁ ଭଣ୍ଡବାବା ବିଭିନ୍ନ କିସ୍ତିରେ ୩ ଲକ୍ଷରୁ ଅଧିକ ଟଙ୍କା ନେଲେ । ହେଲେ ଦମ୍ପତିଙ୍କର କୌଣସି ପିଲାପିଲି ହେଲା ନାହିଁ । ଏ ନେଇ ପଚାରିବାରୁ ବାବା ଧମକାଇଲେ । ମନ୍ତ୍ରତନ୍ତ୍ର କରି ଅନିଷ୍ଟ କରିଦେବାକୁ ଧମକ ଦେଲେ। ଶେଷରେ ନିରୂପାୟ ଦମ୍ପତି ଥାନାର ଦ୍ୱାରସ୍ଥ ହେଲେ ।
ତେବେ କେହି ବି ବାବାମାନଙ୍କ ହାବୁଡ଼ରେ ନପଡ଼ିବାକୁ ଅପିଲ କରିଛନ୍ତି ଅଭିଯୋଗକାରୀ । ଖାଲି ସଂଗ୍ରାମ ନୁହେଁ ଏପରି ଅନେକ ଲୋକ ମଧ୍ୟ ଏହି ଭଣ୍ଡବାବାଙ୍କ ହାବୁଡ଼ରେ ପଡ଼ି ହଇରାଣ ହୋଇଛନ୍ତି । ଅଭିଯୁକ୍ତଙ୍କ ନାଁରେ ଥାନାରେ ଏକାଧିକ ମାମଲା ରହିଛି । ବିଭିନ୍ନ ରୋଗ ଭଲ କରିବାକୁ ଲୋକଙ୍କୁ ମିଛ ସତ କହି ଭଣ୍ଡାଉଥିଲେ ଭଣ୍ଡବାବା ।












Click it and Unblock the Notifications