ପୁରୀରେ ଏନକାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ବିଜୁ ବେହେରା ଗୁରୁତର
ପୁରୀ ପୋଲିସର ଏନକାଉଣ୍ଟର । ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବିଜୁ ବେହେରା ଗୁରୁତର ଆହାତ ହୋଇଛି ।
ପୁରୀ: ପୁରୀ ପୋଲିସର ଏନକାଉଣ୍ଟର । ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବିଜୁ ବେହେରା ଗୁରୁତର ଆହାତ ହୋଇଛି । ବଟି ଆଦାୟକୁ କେନ୍ଦ୍ର କରି ଗୁଳିକାଣ୍ଡ ମାମଲାରେ ଅପରାଧୀ ବିଜୁ ବେହେରାକୁ ପୋଲିସର ଏନକାଉଣ୍ଟର । ଅପରାଧୀର ବାମ ଗୋଡ଼ରେ ବାଜିଛି ଗୁଳି । ତେବେ ଅପରାଧୀଠାରୁ ପିସ୍ତଲ ସମେତ ୩ ରାଉଣ୍ଡ ଗୁଳି ଓ ମୋଟରସାଇକେଲ୍ ଜବତ କରାଯାଇଛି ।

ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚନ୍ଦନପୁର ନିକଟରେ ପୋଲିସ ଚଢ଼ାଉ କରିଥିଲା । ରେଡ୍ ବେଳେ ଆତ୍ମସମର୍ପଣ ପାଇଁ ବିଜୁକୁ କହିଥିଲା ପୋଲିସ । ହେଲେ ବିଜୁ ପୋଲିସ ଉପରକୁ ଗୁଳି ଚଳାଇଥିଲା । ଆତ୍ମରକ୍ଷା ପାଇଁ ପୋଲିସ ଗୁଳି କରିଥିଲା । ଗୁରୁତର ଅବସ୍ଥାରେ ବିଜୁକୁ ଚନ୍ଦନପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।
ଗତକାଲି ପୁରୀ ନରେନ୍ଦ୍ରକୋଣରେ ଦାଦାବାଟିକୁ ନେଇ ବିଜୁ ଓ ତାର ସହଯୋଗୀ ମହିଳାଙ୍କୁ ଗୁଳିମାଡ଼ କରି ଫେରାର୍ ହୋଇ ଯାଇଥିଲେ । ଗୁରୁତର ଆହତ ଶକୁନ୍ତଳାଙ୍କୁ ପ୍ରଥମେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା । ସେହି ଅଞ୍ଚଳର ଦୁର୍ଦ୍ଦାନ୍ତ ଅପରାଧୀ ବିଜୁ ବେହେରା ଓ କାଳିଆ ବେହେରା ଗୁଳିମାଡ଼ କରି ଫେରାର ହୋଇଯାଇଥିବା ପୋଲିସ ସୂଚନା ଦେଇଥିଲା । ଅଭିଯୁକ୍ତଙ୍କୁ ଧରିବା ଲାଗି ପୋଲିସ ୪ଟି ଟିମ୍ ଗଠନ କରିଥିବା ବେଳେ ବିଜୁକୁ ଏନକାଉଣ୍ଟର କରାଯାଇଛି ।












Click it and Unblock the Notifications