କଟକ ବଡ ମେଡିକାଲରେ ଭର୍ତ୍ତି କୁଖ୍ୟାତ ଅପରାଧୀ ଚକରା
ଏନକାଉଣ୍ଟରରେ ଗୁରୁତର ଆହତ କୁଖ୍ୟାତ ଅପରାଧୀ ଚକରା ବାରିକ କଟକ ବଡ ମେଡିକାଲରେ ଭର୍ତ୍ତି । ବୁଧବାର ରାତିରେ ବରମୁଣ୍ଡା ମେଲଣ ପଡିଆରେ ପୋଲିସ ଓ ଅପରାଧୀ ମଧ୍ୟରେ ହୋଇଥିଲା ଗୁଳିବିନିମୟ ।
କଟକ: ଭୁବନେଶ୍ୱର ଏନକାଉଣ୍ଟରରେ ଗୁରୁତର ଆହତ କୁଖ୍ୟାତ ଅପରାଧୀ ଚକରା ବାରିକ କଟକ ବଡ ମେଡିକାଲରେ ଭର୍ତ୍ତି । ଚକରାର ଡାହଣ ଗୋଡରେ ଗୁଳି ବାଜିଛି । ବର୍ତ୍ତମାନ ତାକୁ କାଜୁଆଲିଟିରୁ ସର୍ଜରୀ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି ।

ବୁଧବାର ରାତିରେ ବରମୁଣ୍ଡା ମେଲଣ ପଡିଆରେ ପୋଲିସ ଓ ଅପରାଧୀ ମଧ୍ୟରେ ହୋଇଥିଲା ଗୁଳିବିନିମୟ । ଚକରା ସମେତ ଆହୁରି 6 ଜଣ ଲୁଟର ପ୍ଲାନ କରୁଥିବା ବେଳେ ଖଣ୍ଡଗିରି ପୋଲିସ କରିଥିଲା ଅତର୍କିତ ଚଢାଉ।
ତେବେ ପୋଲିସକୁ ଦେଖି ଅପରାଧୀମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ । ଏଥିସହ ପୋଲିସ ଉପରକୁ ବୋମାମାଡ କରିଥିଲେ । ହେଲେ ପୋଲିସର ପାଲଟା ଗୁଳିରେ ଆହତ ହୋଇଥିଲା ଚକରା ।












Click it and Unblock the Notifications