ଅର୍ଚ୍ଚନାଙ୍କୁ ଆଉ ୨ ଦିନ ରିମାଣ୍ତରେ ନେବ ଇଡି !
ଅର୍ଚ୍ଚନାଙ୍କୁ ଆଉ ୨ ଦିନ ରିମାଣ୍ତରେ ନେବ ଇଡି
ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ଆଉ ୨ ଦିନ ରିମାଣ୍ତରେ ନେବା ପାଇଁ ଇଡି ଆବେଦନ କରିଛି । ଆଜି ଅର୍ଚ୍ଚନାଙ୍କର ଦ୍ୱିତୀୟ ଦଫା ରିମାଣ୍ତ ଅବଧି ଶେଷ ହୋଇଯାଇଥିଲା ଏବଂ ପୁଣି ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ହେଲେ ଲଗାତାର ଜେରା କରିବା ସତ୍ୱେ ଇଡି ହାତରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗି ନାହିଁ । ସେଥି ପାଇଁ ଅର୍ଚ୍ଚନାଙ୍କୁ ଆଉ ୨ ଦିନ ରିମାଣ୍ତରେ ନେଇପାରେ ଇଡି ।

ରିପୋର୍ଟ ଅନୁସାରେ, ଶ୍ରଦ୍ଧାଞ୍ଜଳୀ ଅର୍ଚ୍ଚନାଙ୍କ ବିରୁଦ୍ଧରେ ଇଡି ସମ୍ମୁଖରେ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ଅର୍ଚ୍ଚନା ଏବଂ ଖଗେଶ୍ୱର ସେକ୍ସଟର୍ସନର ମୁଖ୍ୟ । ଏହି ଦୁଇ ଜଣ ହିଁ ବଡ ରାଜନେତା, ଫିଲ୍ମ ମେକର, ବିଲଡରଙ୍କୁ ଘରକୁ ଡାକି ନଗ୍ନ ଭିଡିଓ ସୁଟିଂ କରୁଥିଲେ । ଏପରି ଆହୁରି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଶ୍ରଦ୍ଧାଞ୍ଜଳୀ ଅର୍ଚ୍ଚନାଙ୍କ ବିରୋଧରେ ଦେଇଥିବାରୁ ତାଙ୍କୁ ଆଉ ଦୁଇ ଦିନ ପଚରାଉଚରା କରିବା ପାଇଁ ରିମାଣ୍ତରେ ନେଇପାରେ ଇଡି । ସେପଟେ ଅର୍ଚ୍ଚନାଙ୍କ ଓକିଲ କହିଛନ୍ତି ଉଭୟ ଜଗବନ୍ଧୁ ଏବଂ ଅର୍ଚ୍ଚନା ଇଡିକୁ ତଦନ୍ତରେ ସହଯୋଗ କରୁଛନ୍ତି ।
ସୂଚନାଥାଉ ଯେ, ଗତ ୬ ତାରିଖରେ ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗଙ୍କୁ ଇଡି ରିମାଣ୍ଡରେ ନେଇଥିଲା। ବେଆଇନ୍ କାରବାରକୁ ନେଇ ଇଡି ଅଫିସରେ ତାଙ୍କୁ ଘନଘନ ଜେରା କରାଯାଇଥିଲା। ହେଲେ ଅର୍ଚ୍ଚନା ମୁହଁ ଖୋଲି ନଥିଲେ । ଅନ୍ୟପକ୍ଷରେ ଏ ପର୍ଯ୍ୟନ୍ତ ଇଡିକୁ ମିଳିପାରି ନାହିଁ ଫରେନସିକ୍ ରିପୋର୍ଟ ।
ତେବେ ଡିସେମ୍ବର ୧୩ ତାରିଖରେ ଭୁବନେଶ୍ୱର କୋର୍ଟରେ ହାଜର କରିବା ପରେ ଅର୍ଚ୍ଚନାଙ୍କୁ ଗିରଫ କରିଥିଲା ଇଡି । ପିଏମଏଲଏ ଆଇନ ସେକ୍ସନ ୧୯ ବଳରେ ଅର୍ଚ୍ଚନାଙ୍କୁ ଗିରଫ କରାଯାଇଥିଲା । ପୂର୍ବରୁ ଏହି ମାମଲାରେ ଖଗେଶ୍ୱରଙ୍କୁ ମଧ୍ୟ ଗିରଫ କରାଯାଇଥିଲା ।












Click it and Unblock the Notifications