ପୁଣି ଅର୍ପିତାଙ୍କ ଘରେ ଇଡି, ଚାଲିଛି ଜବତ ଟଙ୍କା ଗଣନା
ଆଜି ପୁଣି ପଶ୍ଚିମବଙ୍ଗ ମନ୍ତ୍ରୀ ପ୍ରାର୍ଥ ଚାଟାର୍ଜୀଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରେ ଚଢାଉ କରିଛି ଇଡି । ଏତେ କଳା ଟଙ୍କା ଗଚ୍ଛିତ ହୋଇଛି ଯେ, ହାତରେ ଗଣି ହେଉନାହିଁ । ଏନେଇ ଆବଶ୍ୟକ ପଡୁଛି ଇଲେକ୍ଟ୍ରିକ କାଉଣ୍ଟିଂ ମେସିନ ।
କୋଲକାତା: ଆଜି ପୁଣି ପଶ୍ଚିମବଙ୍ଗ ମନ୍ତ୍ରୀ ପ୍ରାର୍ଥ ଚାଟାର୍ଜୀଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରେ ଚଢାଉ କରିଛି ଇଡି । ଏତେ କଳା ଟଙ୍କା ଗଚ୍ଛିତ ହୋଇଛି ଯେ, ହାତରେ ଗଣି ହେଉନାହିଁ । ଏନେଇ ଆବଶ୍ୟକ ପଡୁଛି ଇଲେକ୍ଟ୍ରିକ କାଉଣ୍ଟିଂ ମେସିନ । ଆଜି ପୁଣି ଅର୍ପିତାଙ୍କ ଘରୁ ବିପୁଳ ପରିମାଣର ଟଙ୍କା ଜବତ କରାଯାଇଛି । ଜବତ ଟଙ୍କାକୁ କାର୍ଯ୍ୟାଳୟକୁ ନେଇଛନ୍ତି ଚଢାଉରେ ସାମିଲ ଅଧିକାରୀ ।

ପ୍ରଥମେ ପ୍ରାର୍ଥ ଚାଟାର୍ଜୀ ଗିରଫ ହେବା ପରେ ଅର୍ପିତାଙ୍କ ଘରେ ଚଢାଉ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । 20 କୋଟି ଟଙ୍କା ନଗଦ ଜବତ ହେବା ପରେ ଏକାଧିକ ଘଣ୍ଟା ଜେରା ହୋଇଥିଲେ ଅର୍ପିତା ମୁଖାର୍ଜୀ । ପରେ ତାଙ୍କୁ ଗିରଫ କରାଯାଇଥିଲା । ତଦନ୍ତ ଆଧାରରେ ପୁଣି ଆଜି ମଧ୍ୟ ଚଢାଉ କରି ବିପୁଳ ଟଙ୍କା ଜବତ କରିଛନ୍ତି ଇଡି ଅଧିକାରୀ ।
ଗଣନା ସରିବା ପରେ ଏହା 22 କୋଟିରୁ ଅଧିକ ହେବ ବୋଲି ଜଣା ପଡୁଛି । ଏହା ପ୍ରତି ମିନିଟରେ 4 ହଜାର ନୋଟ୍ ଗଣନା କରିପାରିବ । ଯଦି ଦୁଇ ହଜାର ଟଙ୍କିଆ ନୋଟ୍ ଗଣନା କରାଯାଏ ତେବେ ଏହାର ଅର୍ଥ ଏହା ପ୍ରତି ମିନିଟରେ ୮ ଲକ୍ଷ ଗଣନା କରିପାରିବ। ଇଡି ସୂତ୍ରରୁ ପ୍ରକାଶ ଯେ ଗଣନା ରାତି ସାରା ମଧ୍ୟ ଚାଲିପାରେ।












Click it and Unblock the Notifications