ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଘରେ ଇଡି: ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ
ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ୬ଟି ସ୍ଥାନରେ ଇଡିର ଏକକାଳୀନ ଚଢ଼ାଉ । ଅର୍ଚ୍ଚନା ନାଗଙ୍କ ଘରେ ପଶିଛି ଇଡି ।
ଭୁବନେଶ୍ୱର: ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ୬ଟି ସ୍ଥାନରେ ଇଡିର ଏକକାଳୀନ ଚଢ଼ାଉ । ଅର୍ଚ୍ଚନା ନାଗଙ୍କ ଘରେ ପଶିଛି ଇଡି । କଳାହାଣ୍ଡି କେସିଙ୍ଗା ସ୍ଥିତ ପୈତୃକ ବାସଭବନରେ ଇଡିର ଚଢ଼ାଉ ଚାଲିଛି । ସିଆରପିଏଫ ଓ ପୋଲିସ ଉପସ୍ଥିତିରେ ଇଡିର ତଦନ୍ତ ଚାଲିଛି । ସେହିପରି ବାଲେଶ୍ୱର, କଟକରେ ବି ଇଡିର ଚଢ଼ାଉ ସୂଚନା ମିଳିଛି । ଭୁବନେଶ୍ୱର ସତ୍ୟବିହାର ଘରେ ମଧ୍ୟ ଇଡିର ଚଢ଼ାଉ ଚାଲିଛି ।

ସୂଚନା ଅନୁଯାୟୀ ସକାଳ ପ୍ରାୟ ସାଢ଼େ ୮ଟା ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ୪ ଜଣ ଅଧିକାରୀ ସିଆରପିଏଫ୍ ପୋଲିସ ସହ କଳାହାଣ୍ଡି ଜିଲ୍ଲା କେସିଙ୍ଗାସ୍ଥିତ ବାପଘରେ ପହଞ୍ଚିଥିଲେ । ଏହାଛଡ଼ା ଅର୍ଚ୍ଚନା ନାଗଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କ ଜଳେଶ୍ବର ଅଞ୍ଚଳରେ ଥିବା ପୈତୃକ ଘର ଓ ରାଜଧାନୀର ସତ୍ୟବିହାରସ୍ଥିତ ବାସଭବନ, ବନ୍ଧୁ ଖଗେଶ୍ୱର ଓ ଶ୍ରଦ୍ଧାଞ୍ଜଳିଙ୍କ ଘରେ ଏକକାଳୀନ ଚଢ଼ାଇ ଚାଲିଛି । ଶ୍ରଦ୍ଧାଞ୍ଜଳିଙ୍କ କଟକର ବାଙ୍କୀ ପୈତୃକ ବାସଭବନ ଓ ଖଗେଶ୍ୱରଙ୍କ ଗଙ୍ଗେଶ୍ବର ଘରେ ବି ଇଡି ଚଢ଼ାଉ କରାଯାଉଥିବାର ସୂଚନା ରହିଛି ।
ସୂଚନାଯୋଗ୍ୟ, କମିସନରେଟ ପୋଲିସ ପକ୍ଷରୁ ୨ଟି ଏତଲାର କପି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ହସ୍ତାନ୍ତର କରାଯାଇଥିଲା । ମିଳିଥିବା ସୂଚନା ଅନୁସାରେ କମିସନରେଟ ପୋଲିସ ଖଣ୍ଡଗିରି ଓ ନୟାପଲ୍ଲୀ ଥାନାରେ ହୋଇଥିବା ଏତଲାର କପି ଇଡିକୁ ହସ୍ତାନ୍ତର କରିଥିଲା ।












Click it and Unblock the Notifications