ପ୍ରଭାତ ବିଶ୍ୱାଳ ଓ ତାଙ୍କ ପତ୍ନୀଙ୍କ ନାଁରେ ଅତିରିକ୍ତ ଚାର୍ଜସିଟ୍‌ ଦାଖଲ କଲା ଇଡି

ପ୍ରଭାତ ବିଶ୍ୱାଳ ଓ ତାଙ୍କ ପତ୍ନୀଙ୍କ ନାଁରେ ଅତିରିକ୍ତ ଚାର୍ଜସିଟ୍‌ । ସିସୋର ଚିଟଫଣ୍ଡ ଠକେଇ ମାମଲାରେ ପ୍ରଭାତ ବିଶ୍ୱାଳଙ୍କ ନାଁରେ ଇଡିର ଅତିରିକ୍ତ ଚାର୍ଜସିଟ୍‌ । ପ୍ରଭାତଙ୍କ ସହ ପତ୍ନୀ ଲକ୍ଷ୍ମୀବିଳାସିନୀଙ୍କ ନାଁରେ ବି ଅତିରିକ୍ତ ଚାର୍ଜସିଟ୍‌ । ସେସନ୍ସ କୋର୍ଟରେ ଅତିରିକ୍ତ ଚାର୍ଜସିଟ୍‌ ଦାଖଲ କଲା ଇଡି ।

ଉଭୟ ପତି ଓ ପତ୍ନୀଙ୍କ ସହ ସିସୋରର ୨ଟି କମ୍ପାନୀ ନାଁରେ ଚାର୍ଜସିଟ୍‌ । ସିସୋର ମୁଖ୍ୟ ପ୍ରଶାନ୍ତ ଦାସ, ପ୍ରଭାତ ଦାସ, ଅନ୍ୟ ୩ ଜଣଙ୍କ ନାଁରେ ବି ଚାର୍ଜସିଟ୍ ଦାଖଲ ହୋଇଛି ।

ସିବିଆଇର ଚାର୍ଜଫ୍ରେମ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ ଧର୍ମର ଜୟ ହେବ ବୋଲି କହିଥିଲେ । ମାମଲା କୋର୍ଟରେ ବିଚାରାଧୀନ ଅଛି ଆଇନ ତା ବାଟରେ ଯାଉଛି ବୋଲି ସେ କହିଛନ୍ତି ।

ସେ ଆହୁରି କହିଥିଲେ ଯେ, ପ୍ରଥମ ଦିନରୁ କହି ଆସୁଛି, ଏହା ଏକ ଜମିଜମା ମାମଲା । ଲାଞ୍ଚ କେହି ଚେକରେ ନିଅନ୍ତିନି, ପୂର୍ବରୁ ହାଇକୋର୍ଟ ଯାଇଥିଲି । ୨ ମାସରେ ଚାର୍ଜଫ୍ରେମ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ବିଳମ୍ବ ହୋଇ ୬ ମାସ ପରେ ଗତକାଲି ଚାର୍ଜଫ୍ରେମ ହୋଇଛି ବୋଲି ପ୍ରଭାତ କହିଛନ୍ତି ।

PRAVAT_BISWAL

ସିସୋର ଚିଟଫଣ୍ଡ ମାମଲାରେ ହୋଇଛି ଚାର୍ଜଫ୍ରେମ୍ । ୯ ବର୍ଷ ପରେ ଚାର୍ଜଫ୍ରେମ୍ କରିଛି ସିବିଆଇ । ଭୁବନେଶ୍ୱର ସ୍ୱତନ୍ତ୍ର ସିବିଆଇ ୱାନ୍ କୋର୍ଟରେ ଚାର୍ଜଫ୍ରେମ୍ କରିଛି ସିବିଆଇ । କଟକ ଚୌଦ୍ୱାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଓ ତାଙ୍କ ପତ୍ନୀ ଲକ୍ଷ୍ମୀ ବିଳାସିନୀଙ୍କ ନାଁରେ ଚାର୍ଜଫ୍ରେମ୍ କରାଯାଇଛି ।

ସୂଚନା ଯୋଗ୍ୟ, ୨୦୧୪ରେ ସିସୋର ସହ ଏକ ଜମି ଡିଲ ମାମଲାରେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଓ ତାଙ୍କ ପତ୍ନୀ ଲକ୍ଷ୍ମୀ ବିଳାସିନୀ ବିଶ୍ୱାଳଙ୍କୁ ଜେରା କରିଥିଲା ସିବିଆଇ । ୨୯ ଲକ୍ଷ ୨୫ହଜାର ଟଙ୍କାରେ ୨୦୧୧ରେ ଏହି ଜମି କିଣିବା ପାଇଁ ଡିଲ ହୋଇଥିଲା । କିନ୍ତୁ କିଛି ମାସ ପରେ ଜମି ଡିଲରୁ ଓହରି ଯାଇଥିଲେ ସିସୋର ମୁଖ୍ୟ ପ୍ରଶାନ୍ତ ଦାସ । କିନ୍ତୁ ପ୍ରଭାତ ଓ ତାଙ୍କ ପତ୍ନୀ ସିସୋରକୁ ଆଉ ଟଙ୍କା ଫେରସ୍ତ କରି ନଥିବା ସିବିଆଇରେ ଅଭିଯୋଗ ହୋଇଥିଲା । ବେଆଇନ ଅର୍ଥ କାରବାର ମାମଲାରେ ଉଭୟଙ୍କ ନାଁରେ ଦଫା ୪୨୦,୧୨୦(ଖ),୪୦୯, ୪୬୭ ଏବଂ ୪୭୧ ଆଧାରରେ ଚାର୍ଜଫ୍ରେମ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+