ଲେଡି ବ୍ଲାକମେଲର୍ ଅର୍ଚ୍ଚନା ନାଗଙ୍କ ସତ୍ୟବିହାର ଘର ଆଟାଚ କଲା ଇଡି, କୋଠାର ମୂଲ୍ୟ ୩ କୋଟି ୪୦ ଲକ୍ଷ
ଲେଡି ବ୍ଲାକମେଲର୍ ଅର୍ଚ୍ଚନା ନାଗଙ୍କ ସତ୍ୟବିହାର ଘର ଆଟାଚ କଲା ଇଡି, କୋଠାର ମୂଲ୍ୟ ୩ କୋଟି ୪୦ ଲକ୍ଷ ।ମୋଟ୍ ୨୨୪୧ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି ଇଡି । ଅର୍ଚ୍ଚନା ନାଗ, ସ୍ୱାମୀ ଜଗବନ୍ଧୁ ଚାନ୍ଦ, ଖଗେଶ୍ୱର ପାତ୍ର ଓ ଶ୍ରଦ୍ଧାଞ୍ଜଳି ବେହେରା ନାଁରେ ଚାର୍ଜସିଟ୍
ଭୁବନେଶ୍ୱର: ବହୁଚର୍ଚ୍ଚତ ଅର୍ଚ୍ଚନା ନାଗ ହନିଟ୍ରାପ ମାମଲା । ଲେଡି ବ୍ଲାକମେଲର୍ ଅର୍ଚ୍ଚନା ନାଗଙ୍କ ସତ୍ୟବିହାର ଘର ଆଟାଚ କଲା ଇଡି । ଆଲିସାନ ବଙ୍ଗଳାର ମୂଲ୍ୟ ୩ କୋଟି ୪୦ ଲକ୍ଷ ବୋଲି ଇଡି ଆକଳନ କରିଛି । ଭୁବନେଶ୍ୱର ସେସନ୍ କୋର୍ଟରେ ଚାର୍ଜସିଟ୍ ଦାଖଲ କଲା ଇଡି । ମୋଟ୍ ୨୨୪୧ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି ଇଡି । ଅର୍ଚ୍ଚନା ନାଗ, ସ୍ୱାମୀ ଜଗବନ୍ଧୁ ଚାନ୍ଦ, ଖଗେଶ୍ୱର ପାତ୍ର ଓ ଶ୍ରଦ୍ଧାଞ୍ଜଳି ବେହେରା ନାଁରେ ଚାର୍ଜସିଟ୍ ଦାଖଲ କରାଯାଇଛି । ଚାର୍ଜସିଟରେ ମୋଟ୍ ୧୫ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ ହୋଇଛି । ସେହିପରି ଆସନ୍ତା ୩ ମାସ ମଧ୍ୟରେ ଦ୍ୱିତୀୟ ଚାର୍ଜସିଟ୍ ଦାଖଲ କରାଯିବା ନେଇ ସୂଚନା ରହିଛି ।

ତେବେ ଅର୍ଚ୍ଚନା, ଜଗବନ୍ଧୁ ଏବଂ ଖଗେଶ୍ୱରଙ୍କ ବିରୋଧରେ ମନି ଲଣ୍ତରିଂର ପ୍ରମାଣ ଇଡି ହାତରେ ଲାଗିଛି । ୩ ଜଣଙ୍କ ଆକାଉଣ୍ଟ ଜରିଆରେ କୋଟି କୋଟି ଟଙ୍କାର କାରବାର ହୋଇଥିବାର ପ୍ରମାଣ ମଧ୍ୟ ମିଳିଛି । ତେବେ ଅନେକ ପ୍ରଭାବଶାଳୀ ବ୍ୟକ୍ତି ଅର୍ଚ୍ଚନାଙ୍କ ମାୟ ଜାଲରେ ଫସିଥିଲେ । ତାଙ୍କ ବ୍ଲାକମେଲର ଶିକାର ହୋଇଥିଲେ । ରିପୋର୍ଟ ଅନୁସାରେ , ଜେରା ସମୟରେ ହୋଇଥିବା ଅଡିଓ, ଭିଡିଓ ରେକର୍ଡ ମଧ୍ୟ ଦାଖଲ କରାଯିବ ।












Click it and Unblock the Notifications