କେମିତି ହେଲା DJ ଆଜେନ୍ସଙ୍କ ମୃତ୍ୟୁ, ପ୍ରେମ ନେଲା କି ଜୀବନ!

ବହୁ ପରିଚିତ ଡିଜେ ଆଜେକ୍ସ ଓରଫ ଅକ୍ଷୟ କୁମାରଙ୍କର ସନ୍ଦେହ ଜନକ ମୃତ୍ୟୁ ହୋଇଛି । ଭୁବନେଶ୍ୱର ଖାରବେଳନଗର ସ୍ଥିତ ତାଙ୍କ ଘରୁ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ମୃତ୍ୟୁ କାରଣ ଅସ୍ପଷ୍ଟ ।

 DZ Azex

ଭୁବନେଶ୍ୱର:ବହୁ ପରିଚିତ ଡିଜେ ଆଜେକ୍ସ ଓରଫ ଅକ୍ଷୟ କୁମାରଙ୍କର ସନ୍ଦେହ ଜନକ ମୃତ୍ୟୁ ହୋଇଛି । ଭୁବନେଶ୍ୱର ଖାରବେଳନଗର ସ୍ଥିତ ତାଙ୍କ ଘରୁ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ମୃତ୍ୟୁ କାରଣ ଅସ୍ପଷ୍ଟ ।

ପରିବାର ଲୋକଙ୍କ ସୂଚନା ଅନୁସାରେ, ଗତକାଲି ସଂଧ୍ୟା ପ୍ରାୟ ୬.୫୦ରେ ନିଜ ପରିବାର ସହ କଥା ହେବା ପରେ ନିଜ ରୁମକୁ ଚାଲିଯାଇଥିଲେ । ଶୋଇବା ପାଇଁ ଯାଉଛନ୍ତି ନ ଡାକିବା ପାଇଁ ମଧ୍ୟ କହିଯାଇଥିଲେ । ପରେ ତାଙ୍କୁ ରାତି ପ୍ରାୟ ୧୦ଟା ବେଳେ ପରିବାର ଲୋକେ ଡାକିଥିଲେ । ହେଲେ ଭିତରୁ କେହି ଜବାବ ଦେଇ ନଥିଲେ ।

ଦୀର୍ଘ ସମୟ ପର୍ଯ୍ୟନ୍ତ କବାଟ୍ ବାଡେଇବା ସତ୍ୱେ DJ ଆଜେନ୍ସ କବାଟ୍ ଖୋଲିନଥିଲେ । ଶେଷରେ ବାଧ୍ୟ ହୋଇ ତାଙ୍କ ରୁମର କବାଟ ଭାଙ୍ଗିବା ପାଇଁ ପଡିଥିଲା । ନିଜ ରୁମରେ ସେ ଏକ ବେଡଶିଟରେ ଝୁଲି ପଡିଥିବା ସେମାନେ ଦେଖିବା ପାଇଁ ପାଇଥିଲେ ଯାହା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା ଯେଉଁଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ପୋଷ୍ଟମର୍ଟମ ପାଇଁ ତାଙ୍କ ମର ଶରୀରକୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା ।

ଅନ୍ୟପକ୍ଷରେ ତାଙ୍କ ମୃତ୍ୟୁ ପାଇଁ ପ୍ରେମିକାକୁ ଦାୟୀ କରିଛନ୍ତି ପରିବାରଲୋକେ । ତ୍ରିକୋଣୀୟ ପ୍ରେମ ପାଇଁ ହତ୍ୟା କରାଯାଇଛି ବୋଲି ମଧ୍ୟ ପରିବାରଲୋକେ ଦାବି କରିଥନ୍ତି । ପ୍ରେମିକା ଓ ତାଙ୍କ ବନ୍ଧୁ ମିଶି DJ ଆଜେନ୍ସଙ୍କ ହତ୍ୟା କରିଛନ୍ତି ଏବଂ କୌଣସି କାରଣରୁ ଆଜେନ୍ସଙ୍କୁ ବାରମ୍ବାର ବ୍ଲାକମେଲିଂ ମଧ୍ୟ କରାଯାଉଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+