ମାଡ଼ିଗଲା ଡମ୍ଫର : ଛଅ ମୃତ
ରାସ୍ତାରେ ପଥଚାରୀଙ୍କ ଉପରେ ଡମ୍ଫର ମାଡିଯିବା ଫଳରେ ଛଅ ଜଣଙ୍କର ମୃତ୍ୟୁ ହୋଇଛି ।
ନୟାଗଡ଼ : ରାସ୍ତାରେ ପଥଚାରୀଙ୍କ ଉପରେ ଡମ୍ଫର ମାଡିଯିବା ଫଳରେ ଛଅ ଜଣଙ୍କର ମୃତ୍ୟୁ ହୋଇଛି । ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ନୟାଗଡ଼ର ଶରଣକୁଳ ନିକଟରେ । ମୃତ ଛଅ ଜଣଙ୍କ ମଧ୍ୟରେ ତିନି ଜଣ ମହିଳା ଓ ତିନି ଜଣ ପୁରୁଷ ରହିଛନ୍ତି । ଏଥିରେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଡମ୍ଫରଟି ନୟାଗଡ଼ ଅଭିମୁଖେ ଯାଉଥିଲା । ପୁଲିସ ଡମ୍ଫର ଚାଳକକୁ ଅଟକ ରଖିଥିବା ସୂଚନା ମିଳିଛି । ସ୍ଥାନୀୟ ଅଞ୍ଚଳରେ ଏହି ଘଟଣାକୁ ନେଇ ଉତ୍ତେଜନା ଦେଖା ଦେଇଛି । ମିଳିଥିବା ସୂଚନା ଅନୁସାରେ ଶରଣକୁଳରୁ ନୟାଗଡ ଆଡକୁ ଡମ୍ଫରଟି ଯାଉଥିଲା ।

ପ୍ରଥମେ ଏହି ଡମ୍ଫରଟି ଦୁଇ ଜଣ ବାଇକ୍ ଆରୋହୀଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଦୁଇ ଜଣ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଥିଲା । ତଥାପି ଡମ୍ଫରଟି ଅଟକି ନଥିଲା । ନିୟନ୍ତ୍ରଣ ହରାଇ ରାସ୍ତାରେ ଛିଡା ହୋଇଥିବା ଚାରି ଜଣଙ୍କ ଉପରେ ଚଢି ଯାଇଥିଲା । ଜନଗହଳୀପୂର୍ଣ୍ଣ ସ୍ଥାନରେ ଡମ୍ଫରର ଏପରି ବେପରୁଆ ଗାଡି ଚାଳନକୁ ନେଇ ଉତ୍ତେଜନା ଦେଖା ଦେଇଛି । ଖବର ପାଇ ଶରଣକୁଳ ଥାନା ପୁଲିସ ଓ ନୟାଗଡ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।












Click it and Unblock the Notifications