ଭିଜିଲାନ୍ସ ଜାଲରେ DSP ଅଭିନବ ଡାଳୁଆ: ଲାଞ୍ଚ ନେବାବେଳେ ଧରାପଡିଲେ

ଭିଜିଲାନ୍ସ ଜାଲରେ ଡିଏସପି ଅଭିନବ ଡାଳୁଆ । ଢେଙ୍କାନାଳ ସଦରଥାନା ଇନଚାର୍ଜ ଦାୟିତ୍ବରେ ଥିଲେ ଅଭିନବ । କୋଇଲା ଟ୍ରକ ଛାଡ଼ିବା ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସର ସ୍ଵତନ୍ତ୍ର ଟିମ୍ ତାଙ୍କୁ ଧରିଛି ।

ଢେଙ୍କାନାଳ: ଭିଜିଲାନ୍ସ ଜାଲରେ ଡିଏସପି ଅଭିନବ ଡାଳୁଆ । ଢେଙ୍କାନାଳ ସଦରଥାନା ଇନଚାର୍ଜ ଦାୟିତ୍ବରେ ଥିଲେ ଅଭିନବ । କୋଇଲା ଟ୍ରକ ଛାଡ଼ିବା ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସର ସ୍ଵତନ୍ତ୍ର ଟିମ୍ ତାଙ୍କୁ ଧରିଛି । ଗତ ୨୪ ତାରିଖରେ ୩ଟି କୋଇଲା ବୋଝେଇ ଟ୍ରକରୁ ଗୋଟିଏ ଟ୍ରକ ପାଇଁ ୧୫ ହଜାର ଟଙ୍କା ନେଇଥିଲେ ବାବୁ । ଆହୁରି ଅର୍ଥ ଦାବି କରିଥିଲେ ।

Vigilance raid

କଟକ ସ୍ୱତନ୍ତ୍ର ଭିଜିଲାନ୍ସ ଟିମ୍ ହାତରେ ଧରାପଡ଼ଥିବା ବେଳେ ରୁଦ୍ଧ କୋଠରୀ ଭିତରେ ଥାନା ଅଧିକାରୀଙ୍କୁ ଜେରା କରାଯାଇଛି । ଆଇଆଇସି ଅଭିନବଙ୍କ ନିକଟରେ ଡିଏସପିକୁ ପଦୋନ୍ନତି ହୋଇଥିଲା ।ରାଉରକେଲାରେ ଡିଏସପି ଭାବେ ତାଙ୍କର ବଦଳି ହୋଇଥିଲା । ତେବେ ଲାଞ୍ଚ ନେଉଥିବା ବେଳେ କଟକ ଭିଜିଲାନ୍ସ ସେଲ୍ର ଏସପି ପ୍ରଦ୍ୟୁମ୍ନ ଦ୍ୱିବେଦୀଙ୍କ ନିର୍ଦ୍ଦେଶରେ ଏକ ଟିମ୍ ସଦର ଥାନାରେ ରେଡ୍ କରିଛି ।

ଏକକାଳୀନ ୮ଟି ସ୍ଥାନରେ ଚାଲିଛି ଚଢ଼ାଉ । ଜଟଣୀ ରାମଚନ୍ଦ୍ରପୁରର ଘର, ଢେଙ୍କାନାଳର ୪ଟି ସ୍ଥାନରେ ଚାଲିଛି ରେଡ୍ । ବାଲେଶ୍ବରର ପୈତୃକ ଘର, କେନ୍ଦୁଝର ସ୍ଥିତ ଶ୍ବଶୁର ଘରେ ଚାଲିଛି ଚଢ଼ାଉ । କଟକ ଜିଲ୍ଲା ନରସିଂହପୁରରେ ଥିବା ଘରେ ଚାଲିଛି ରେଡ୍ । ରେଡରେ ୮ଟି ଟିମ୍ ସାମିଲ ହୋଇଛନ୍ତି । ଜଣେ ଅତିରିକ୍ତ ଏସପି , ୯ଜଣ ଡିଏସପି ଓ ୮ଜଣ ଇନସ୍ପେକ୍ଟର ସାମିଲ ଅଛନ୍ତି । କୋଇଲା ବୋଝେଇ ଟ୍ରକ ପାର କରିବାକୁ ଟ୍ରକ ମାଲିକ ମାନଙ୍କୁ ଧମକାଇ ଲାଞ୍ଚ ନେଉଥିଲେ ଡିଏସପି ଡାଳୁଆ । ଡିଏସପି ଅଭିନବ ଡାଳୁଆ ଢେଙ୍କାନାଳ ସଦର ଥାନା ଆଇଆଇସି ଦାୟିତ୍ବରେ ଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+