Pari case: ଡିଏନଏ ଟେଷ୍ଟ ଖୋଲିବ ଦୋଷୀର ମୁଖା
ନୟାଗଡ ନାବାଳିକା ପରୀ ହତ୍ୟାକାଣ୍ଡ ମାମଲାରେ ଡିଏନଏ ପରୀକ୍ଷା ପ୍ରକ୍ରିୟା ଆରମ୍ଭ ହୋଇଛି । ପରୀ ପୋଷାକରୁ ମିଳିଥିବା ସିମେନ ଓ ରକ୍ତନମୁନାର ହେଉଛି ଡିଏନଏ ପରୀକ୍ଷା ।
ଭୁବନେଶ୍ବର: ଧିରେ ଧିରେ ଖୋଲିବାକୁ ଯାଉଛି ବହୁ ଚର୍ଚ୍ଚିଚ ନୟାଗଡ ନାବାଳିକା ପରୀ ହତ୍ୟାକାଣ୍ଡର ଗୁମର । ଏହି ମାମଲାରେ ଡିଏନଏ ପରୀକ୍ଷା ପ୍ରକ୍ରିୟା ଆରମ୍ଭ ହୋଇଛି । ପରୀ ପୋଷାକରୁ ମିଳିଥିବା ସିମେନ ଓ ରକ୍ତନମୁନାର ହେଉଛି ଡିଏନଏ ପରୀକ୍ଷା । ଏହାକୁ ଚିହ୍ନଟ ଅଭିଯୁକ୍ତର ଡିଏନଏ ସହ ମ୍ୟାଚ କରାଯିବ ।

ଗତକାଲି ପରୀକୁ ଯୌନ ନିର୍ଯାତନା ଦିଆଯାଇଥିବା କଥା କ୍ରାଇମବ୍ରାଂଚ ଏସଆଇଟି ହାଇକୋର୍ଟରେ ତଥ୍ୟ ଦେଇଥିଲା । ପରୀ ଗାଁରୁ ହିଁ ଏ ନେଇ ଜଣେ ଅଭିଯୁକ୍ତକୁ ଚିହ୍ନଟ କରାଯାଇଥିଲା । ପରୀର ମୃତଦେହ ଉଲଗ୍ନ ଅବସ୍ଥାରେ ବସ୍ତା ଭିତରୁ ମିଳିଥିଲା । ପରୀ ପିନ୍ଧିଥିବା ଫ୍ରକ୍ର ସିମେନ୍ ମିଳିଥିବା ଏକ ବିଶେଷ ସୂତ୍ରରୁ ସୂଚନା ମିଳିଥିଲା ।
ଜୁଲାଇ ୧୪ ତାରିଖରୁ ନିଖୋଜ ହେବା ପରେ ୧୦ ଦିନ ପରେ ଘର ଲୋକେ ପରୀକୁ ଦେଖିଲେ, କିନ୍ତୁ ସେ ଆଉ ଜୀବିତ ନଥିଲା । ଝିଅକୁ ନ୍ୟାୟ ନମିଳିବାରୁ ବିଧାନସଭା ଆଗରେ ନଭେମ୍ବର ୨୪ ତାରିଖରେ ପରୀଙ୍କ ବାପା ମା ନିଜ ଉପରେ ଡିଜେଲ ଢାଳି ଆତ୍ମାହୂତି ଦେବାକୁ ଉଦ୍ୟମ କଲେ । ଏହାପରେ ରାଜନୀତି ଜୋର ଧରିଥିଲା ।












Click it and Unblock the Notifications