ଡିଜେ ଆଜେକ୍ସ ଆତ୍ମହତ୍ୟା ମାମଲା: ବାନ୍ଧବୀଙ୍କ ବୟାନ ରେକର୍ଡ କଲା ପୋଲିସ
ଖାରବଳନଗର ଥାନାର ସ୍ୱତନ୍ତ୍ର ଟିମ୍ ଉକ୍ତ ବାନ୍ଧବୀ ଜଣଙ୍କୁ ଅନେକ ପ୍ରଶ୍ନ ପଚରା ଉଚରା କରିଛନ୍ତି । ୧୬୧ ଧାରାରେ ବାନ୍ଧବୀଙ୍କର ବୟାନ ରେକର୍ଡ ହୋଇଛି ।

ଭୁବନେଶ୍ୱର: ଡିଜେ ଆଜେକ୍ସ ଆତ୍ମହତ୍ୟା ମାମଲା ଏବେ ପାଦେ ଆଗକୁ ଯାଇଛି । ଘଟଣାରେ ସମ୍ପୃକ୍ତି ଥିବା ଅଭିଯୋଗରେ ଆଜେକ୍ସଙ୍କ ବାନ୍ଧବୀଙ୍କ ବୟାନ ରେକର୍ଡ କରିଛି ପୋଲିସ ।
ମିଳିଥିବା ସୂଚନା ଅନୁସାରେ, ଖାରବଳନଗର ଥାନାର ସ୍ୱତନ୍ତ୍ର ଟିମ୍ ଉକ୍ତ ବାନ୍ଧବୀ ଜଣଙ୍କୁ ଅନେକ ପ୍ରଶ୍ନ ପଚରା ଉଚରା କରିଛନ୍ତି । ୧୬୧ ଧାରାରେ ବାନ୍ଧବୀଙ୍କର ବୟାନ ରେକର୍ଡ ହୋଇଛି । ତେବେ ତାଙ୍କ ସହ ଆଜେକ୍ସଙ୍କର କଣ ସମ୍ପର୍କ ଥିଲା ? କେବେ ଠାରୁ ଦେଖା ହୋଇଥିଲା ? କେବେ ଶେଷ ଥର କଲ ଓ କାହିଁକି କରିଥିଲେ ? ଏଭଳି ଅନେକ୍ ପ୍ରଶ୍ନ ପୋଲିସ ପଚାରିଥିବା ଜଣାପଡିଛି ।
ଅନ୍ୟପଟେ ଡିଜେ ଆଜେକ୍ସ ମୃତ୍ୟୁ ଘଟଣାରେ ଆଜି ଏକ ତଥ୍ୟ ସାମ୍ନାକୁ ଆସିଛି । ଯେଉଁ ଅନ୍ତରଙ୍ଗ ଫଟୋ, ଭିଡିଓ ଓ ବ୍ଲାକମେଲ ର ଅଭିଯୋଗ ହୋଇଛି । ସେହି ଭିଡିଓଟି କୁଆଡେ ବାନ୍ଧବୀଙ୍କ ବାର୍ଥ ଡେ ରାତିରେ ସୁଟ ହୋଇଥିଲା । ରାଜଧାନୀର ୟୁନିଟ ୩ ଅଞ୍ଚଲରେ ଥିବା ଏକ ଓୟୋରେ ବାନ୍ଧବୀ ପାଳନ କରିଥିଲେ ଆଜେକ୍ସ । ଫେବ୍ରୁଆରୀ ୨୮ ତାରିଖରେ ସେଲିବ୍ରେସନ ବେଳେ ସୁଟ ହୋଇଥିଲା ଭିଡିଓ । ଯେଉଁ ଭିଡିଓ ପାଇଁ ବାନ୍ଧବୀ ଜଣକ ବ୍ଲାକମେଲ କରୁଥିବା ସନ୍ଦେହ କରାଯାଉଛି । ତେବେ ମୋବାଇଲରୁ ମିଳିଥିବା ମେସେଜରୁ ଏଭଳି ପ୍ରମାଣ ପାଇଥିଲା ପୋଲିସ ।
ସେପଟେ ଆଜି ଡିଜେ ଆଜେକ୍ସଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ମଧ୍ୟ ଆସିଛି । ଶ୍ୱାସରୁଦ୍ଧରୁ ଡିଜେ ଆଜେକ୍ସଙ୍କ ମୃତ୍ୟୁ ହୋଇଛି । ପୋଷ୍ଟମୋର୍ଟମ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି । ଆଜେକ୍ଚଙ୍କ ବେକରେ ରହିଛି ଦୌଡି ଚିହ୍ନ ।
ସୂଚନାଯୋଗ୍ୟ, ଖାରବେଳନଗର ସ୍ଥିତ ନିଜ ଘରେ ଶନିବାର ରାତିରେ ଫ୍ୟାନରେ ବେଡସିଟ୍ ଲଗାଇ ଆତ୍ମହତ୍ୟା କରିଛନ୍ତି ଆଜେକ୍ସ । କବାଟ ଭାଙ୍ଗି ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ ପରିବାର ଲୋକ । ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।












Click it and Unblock the Notifications