ଡିଜେ ଆଜେକ୍ସଙ୍କ ଆତ୍ମହତ୍ୟା ପଛରେ ବ୍ରେକଅପ୍: ଭାଇରାଲ ହେଉଛି ମୃତ୍ୟୁ ପୂର୍ବର ଶେଷ ଅଡିଓ
କୋହ ଭରା କଣ୍ଠରେ ଏମିତି କିଛି ଆତ୍ମହତ୍ୟା ପୂର୍ବରୁ ନିଜ ବାନ୍ଧବୀ ଜିଜ୍ଞାସାଙ୍କୁ ଶେଷ ଏକ ଭଏସ୍ ମେସେଜ୍ ପଠାଇଛନ୍ତି ଓଡିଶାର ଜଣାଶୁଣା ଡିଜେ ‘ଡିଜେ ଆଜେକ୍ସ’ ।

DJ Azex Suicide Case:
'ମୁଁ ଯାଉଛି ଜିଜ୍ଞାସା .. ଆଉ କେବେ ଫେରିବିନି । ଯେତେ ସନସେଟ୍ ହେଉ କିମ୍ବା ସନରାଇଜ୍ ହେଉ.. ଡିଜେ ଆଜେକ୍ସ ଆଉ କାହାକୁ ମିଳିବନି । ଆଜି ମୋ ଶେଷ ଦିନ । ମୁଁ ଯାଉଛି ... I LOVE U .. BYE .THIS IS MY LAST MESSAGE... ' କୋହ ଭରା କଣ୍ଠରେ ଏମିତି କିଛି ଆତ୍ମହତ୍ୟା ପୂର୍ବରୁ ନିଜ ବାନ୍ଧବୀ ଜିଜ୍ଞାସାଙ୍କୁ ଶେଷ ଏକ ଭଏସ୍ ମେସେଜ୍ ପଠାଇଛନ୍ତି ଓଡିଶାର ଜଣାଶୁଣା ଡିଜେ 'ଡିଜେ ଆଜେକ୍ସ' ।
ଏହାସହ ସାମ୍ନାକୁ ଆସିଛି ଡିଜେ ଆଜେକ୍ସଙ୍କ ମୃତ୍ୟୁ ପୂର୍ବର ଫଟୋ । ଫଟୋରେ ଆଜେକ୍ସ ମାନସିକ ଚାପରେ ଥିବା ସ୍ପଷ୍ଟ ଜଣାପଡୁଛି । ୨ଟି ଫଟୋରେ ସେ କାନ୍ଦୁଥିବା ଦେଖିବାକୁ ମିଳିଛି । ଏଥିସହ ମୃତ୍ୟୁ ପୂର୍ବରୁ ନିଜ ବାନ୍ଧବୀଙ୍କୁ ମେଲ୍ କରି ଆଜେକ୍ସ ଅନେକ ଗୁଡିଏ କଥା ଲେଖିଥିଲେ । ସପ୍ତାହ ହେଲାଣି ଶୋଇ ପାରୁନି, ସ୍ଲିପିଂ ଟାବଲେଟ୍ ଖାଉଛି। ଯେତେବେଳେ ଝଗଡ଼ା ହୁଏ, ତମେ ମୋତେ କୁହ ଭୂତ ହୋଇଯିବାକୁ ଏବେ ମୁଁ ସବୁଦିନ ପାଇଁ ଭୂତ ହୋଇଯାଉଛି, ବହୁ ଦୂରକୁ ଚାଲିଯାଉଛି ବୋଲି ମେଲ୍ ଯୋଗେ ଲେଖିଥିଲେ ଡିଜେ ଆଜେକ୍ସ ।
ଅନ୍ୟପଟେ ଡିଜେ ଆଜେକ୍ସଙ୍କ ଆତ୍ମହତ୍ୟା ମାମଲାରେ ଆସିଛି ଆଉ ଏକ ଟ୍ବିଷ୍ଟ୍ । ଆଜେକ୍ସର ଅନ୍ୟ ଜଣେ ବାନ୍ଧବୀ ସହ ସମ୍ପର୍କ ଥିବା ଜିଜ୍ଞାସା ଜାଣିବା ପରେ ଉଭୟଙ୍କ ମଧ୍ୟରେ ବିବାଦ ଉପୁଜିଥିଲା । ଜିଜ୍ଞାସା ଏବଂ ସେହି ବାନ୍ଧବୀ ଆଜେକ୍ସକୁ କନଫରେନ୍ସରେ ନେଇ ଏ ବାବଦରେ ଆଲୋଚନା ମଧ୍ୟ ହୋଇଥିବା ନେଇ ପୋଲିସ ପ୍ରମାଣ ପାଇଛି। ସେହି କନଫରେନ୍ସ କଲର ପ୍ରମାଣ ପୁଲିସ୍ ହାତରେ ଲାଗିଥିବା ପୋଲିସ କହୁଛି। ଏପରିକି ଜିଜ୍ଞାସା ଏବଂ ଅନ୍ୟ ଜଣେ ବାନ୍ଧବୀ ମଧ୍ୟରେ କଥାବାର୍ତ୍ତା କଲ ରେକର୍ଡ ମଧ୍ୟ ପୋଲିସ ପାଇଥିବା ସାମ୍ନାକୁ ଆସିଛି । ତେବେ ବ୍ଲାକମେଲ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବାନ୍ଧବୀ ।
ସେପଟେ ଜିଜ୍ଞାସା ପୋଲିସ ଆଗରେ ଦେଉଥିବା ବୟାନ ମିଛ ବୋଲି କହିଛନ୍ତି ଆଜେକ୍ସାଙ୍କ ମାଆ। ପୁଅର ମୋବାଇଲ ଓ ଝିଅର ମୋବାଇଲ, ସିସିଟିଭିକୁ ଭଲ କରି ଯାଞ୍ଚ କଲେ ସତ ସାମ୍ନାକୁ ଆସିବ ବୋଲି ମାଆ ଓ ଭଉଣୀ କହିଛନ୍ତି ।
ତେବେ ପୋଲିସ ଉକ୍ତ ମାମଲାରେ ଦୁଇଟି ଟିମ ଗଠନ କରି ତଦନ୍ତ କରୁଛି । ଗୋଟିଏ ଟିମ ଟେକ୍ନିକାଲ ପାର୍ଟ ତଦନ୍ତ କରୁଥିବା ବେଳେ ଅନ୍ୟ ଏକ ଟିମ୍ ପରିବାର ଲୋକ ଓ ବନ୍ଧୁ ବାନ୍ଧବମାନଙ୍କୁ ପଚରାଉଚରା କରୁଛନ୍ତି । ପୋଲିସ ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବା ବେଳେ ଖୁବଶୀଘ୍ର ମାମଲାର ପର୍ଦାଫାସ ହେବ ବୋଲି କହିଛନ୍ତି ଏସିପି ମାନସ ଗଡ଼ନାୟକ ।
ସୂଚନାଯୋଗ୍ୟ, ଖାରବେଳନଗର ସ୍ଥିତ ନିଜ ଘରେ ଶନିବାର ରାତିରେ ଫ୍ୟାନରେ ବେଡସିଟ୍ ଲଗାଇ ଆତ୍ମହତ୍ୟା କରିଛନ୍ତି ଆଜେକ୍ସ । କବାଟ ଭାଙ୍ଗି ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ ପରିବାର ଲୋକ । ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।












Click it and Unblock the Notifications