DJ Azexଙ୍କ ମୃତ୍ୟୁ ପଛରେ ପ୍ରେମିକା ଓ ବନ୍ଧୁଙ୍କ ହାତ, ସାଂଘାତିକ ଅଭିଯୋଗ ଆଣିଲେ ପରିବାର
ତାଙ୍କ ମୃତ୍ୟୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ମୃତ୍ୟୁ ପଛରେ ତାଙ୍କ ପ୍ରେମିକା ଓ ପ୍ରେମିକାଙ୍କ ବନ୍ଧୁଙ୍କ ସମ୍ପୃକ୍ତି ଥିବା ନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି ଆଜେକ୍ସଙ୍କ ପରିବାର ଲୋକେ ।

DJ Azex Death Suspense: ରହସ୍ୟ ଘେରରେ ଓଡିଶାର ଲୋକପ୍ରିୟ ଡିଜେ 'ଡିଜେ ଆଜେକ୍ସ' (DJ Azex) ଙ୍କ ମୃତ୍ୟୁ । ଗତକାଲି ସନ୍ଦେହଜନକ ଭାବେ ମୃତ୍ୟୁ ଘରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ତେବେ ତାଙ୍କ ମୃତ୍ୟୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ମୃତ୍ୟୁ ପଛରେ ତାଙ୍କ ପ୍ରେମିକା ଓ ପ୍ରେମିକାଙ୍କ ବନ୍ଧୁଙ୍କ ସମ୍ପୃକ୍ତି ଥିବା ନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି ଆଜେକ୍ସଙ୍କ ପରିବାର ଲୋକେ ।
ତେବେ ଡିଜେ ଆଜେକ୍ସଙ୍କ ପରିବାର ଲୋକେ ଏନେଇ ଖାରବେଳ ନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଓ ସେମାନଙ୍କ ନିକଟରେ ଥିବା ସମସ୍ତ ତଥ୍ୟ ଓ ପ୍ରମାଣ ପୋଲିସକୁ ଦେଇଛନ୍ତି । ସେପଟେ ଆଜେକ୍ସଙ୍କୁ ବ୍ଲାକମେଲ୍ କରୁଥିଲେ ପ୍ରେମିକା ଓ ତାଙ୍କ ବୟଫ୍ରେଣ୍ଡ । ଏଥିପାଇଁ ଆଜେକ୍ସ ମାନସିକ ଚିନ୍ତାରେ ଥିଲେ । ଆଜେକ୍ସଙ୍କ ସହ ପ୍ରେମର ନାଟକ କରି ବାରମ୍ବାର ଟଙ୍କା ନେଉଥିବା ଅଭିଯୋଗ କରିଛନ୍ତି ଆଜେକ୍ସଙ୍କ ଜଣେ ବନ୍ଧୁ ।

ଉକ୍ତ ବନ୍ଧୁ ଜଣଙ୍କ ଗଣମାଧ୍ୟମକୁ କହିଛନ୍ତି, ଆଜେକ୍ସ ଜଣେ ଯୁବତୀଙ୍କ ପ୍ରେମରେ ପଡ଼ିଥିଲେ । ଉକ୍ତ ଯୁବତୀ ଭୁବନେଶ୍ୱରର ଏକ ଘରୋଇ ଶିକ୍ଷାନୁଷ୍ଠାନର ଛାତ୍ରୀ । ତାଙ୍କ ଘର ତମାଣ୍ଡୋରେ। ଛାତ୍ରୀ ଓ ତାଙ୍କ ବନ୍ଧୁ ଆଜେକ୍ସଙ୍କୁ ବ୍ଲାକମେଲ୍ କରୁଥିଲେ । ସେମାନେ ତାଠାରୁ ଟଙ୍କା ମାଗୁଥିଲେ । ଏପରିକି ଗତକାଲି ବି ସେ ଛାତ୍ରୀ ଜଣଙ୍କୁ ୧୫ ହଜାର ଟଙ୍କା ଫୋନପେରେ ପଠାଇଥିଲେ ।
ସେହିପରି ଡିଜେ ଆଜେକ୍ସଙ୍କ ମାମୁ ଭୋଳାନାଥ ମହାରଣା କହିଛନ୍ତି, ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି । ଜଣେ ଝିଅ ତାଙ୍କୁ ବ୍ଲାକମେଲ୍ କରୁଥିଲା । ସେହି ଝିଅ ସହିତ ଡିଜେ ଆଜେକ୍ସଙ୍କ ପ୍ରେମ ସଂପର୍କ ଥିଲା । ଡିଜେ ଆଜେକ୍ସଙ୍କ ଫୋନରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ତାଙ୍କୁ ବ୍ଲାକମେଲ୍ କରା ଯାଉଥିଲା । ଏହି ଷଡ଼ଯନ୍ତ୍ରରେ ସେହି ଝିଅ ସହିତ ତାଙ୍କର ଜଣେ ପୁରୁଷ ବନ୍ଧୁ ବି ସାମିଲ ଅଛନ୍ତି । କିଛି ଭିଡିଓ ଭାଇରାଲ କରି ଦେବେ ବୋଲି କହି ସେମାନେ ଡିଜେ ଆଜେକ୍ସଙ୍କୁ ବ୍ଲାକମେଲ୍ କରୁଥିଲେ।
ସୂଚନାଯୋଗ୍ୟ, ଖାରବେଳନଗର ସ୍ଥିତ ନିଜ ଘରେ ଗତକାଲି ରାତିରେ ଫ୍ୟାନରେ ବେଡସିଟ୍ ଲଗାଇ ଆତ୍ମହତ୍ୟା କରିଛନ୍ତି ଆଜେକ୍ସ । କବାଟ ଭାଙ୍ଗି ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ ପରିବାର ଲୋକ । ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।












Click it and Unblock the Notifications