ଡିଜେ ଆଜେକ୍ସ ମୃତ୍ୟୁ ଘଟଣା: ମୋବାଇଲ ଖୋଲିବ ରହସ୍ୟ, ପ୍ରେମିକା ଓ ପ୍ରେମିକାଙ୍କ ବନ୍ଧୁ ନାଁରେ ମାମଲା ରୁଜୁ

ଘଟଣାରେ ଦୁଇ ଜଣଙ୍କ ନାଁରେ ମାମଲା ରୁଜୁ କଲା ପୋଲିସ । ମୃତକଙ୍କ ପ୍ରେମିକାଙ୍କ ସାଙ୍ଗ ନାଁରେ ମାମଲା ରୁଜୁ କରିଛି ପୋଲିସ । ଆଇପିସିରି ଧାରା ୩୦୬, ୩୪୬ରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।

DJ Azex Death Suspense: Case Filed Against Girlfriend and her Friend

ଭୁବନେଶ୍ୱର: ଲୋକପ୍ରିୟ ଡିଜେ ଆଜେକ୍ସ ଓରଫ ଅକ୍ଷୟ ମହାରଣାଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ବଢୁଛି ସସପେନ୍ସ । ଘଟଣାରେ ଦୁଇ ଜଣଙ୍କ ନାଁରେ ମାମଲା ରୁଜୁ କଲା ପୋଲିସ । ମୃତକଙ୍କ ପ୍ରେମିକାଙ୍କ ସାଙ୍ଗ ନାଁରେ ମାମଲା ରୁଜୁ କରିଛି ପୋଲିସ । ଆଇପିସିରି ଧାରା ୩୦୬, ୩୪୬ରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି । ଖୁବଶୀଘ୍ର ପ୍ରେମିକା ଏବଂ ତାଙ୍କ ସାଙ୍ଗକୁ ଡାକି ପୋଲିସ ବୟାନ ରେକର୍ଡ କରିବ ବୋଲି ସୂଚନା ରହିଛି ।

ସେପଟେ ମୃତ୍ୟୁ ରହସ୍ୟ ଖୋଲିବାକୁ ଆଜେକ୍ସଙ୍କ ବାନ୍ଧବୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କ ପୋଲିସ ସିଡିଆର ରିପୋର୍ଟ ମାଗି ଯାଞ୍ଚ ଚଳାଇଛି । କଲ ରେକର୍ଡରୁ ଆଜେକ୍ସ ଶେଷ ଥର କାହା ସହ ଓ କାହା ସାଙ୍ଗରେ ସର୍ବାଧିକଥର କଥା ହୋଇଛନ୍ତି ଆଦିର ତଥ୍ୟ ମୃତ୍ୟୁ ପଛର କାରଣ ଖୋଲିପାରେ ବୋଲି ଅନିମାନ କରାଯାଉଛି । ଖାସ କରି ଆଜେକ୍ସ ତାଙ୍କ ଗାର୍ଲଫ୍ରେଣ୍ଡ ଓ ତାଙ୍କ ପୁରୁଷ ବନ୍ଧୁଙ୍କ ସହ କଣ କଥା ହୋଇଥିଲେ, ସେସବୁ ତଥ୍ୟ କଲ୍ ଡିଟେଲ୍ସ ରେକର୍ଡ ରିପୋର୍ଟରୁ ସ୍ପଷ୍ଟ ହେବ । ଏଥିସହ ଆଜେକ୍ସଙ୍କ ଆକାଉଣ୍ଟରୁ ହୋଇଥିବା ଟ୍ରାଞ୍ଜାକ୍ସନ ବିଷୟରେ ଜାଣିବାକୁ ବ୍ୟାଙ୍କ ସହ ଯୋଗାଯୋଗ କରିଛି ଖାରବେଳନଗର ଥାନା ପୋଲିସ। ପ୍ରେମିକାଙ୍କ ଆକାଉଣ୍ଟ ଟ୍ରାଞ୍ଜାକ୍ସନ ନେଇ ବ୍ୟାଙ୍କକୁ ତଥ୍ଯ ମଗାଯାଇଛି ।

ସୂଚନାଯୋଗ୍ୟ, ଖାରବେଳନଗର ସ୍ଥିତ ନିଜ ଘରେ ଶନିବାର ରାତିରେ ଫ୍ୟାନରେ ବେଡସିଟ୍ ଲଗାଇ ଆତ୍ମହତ୍ୟା କରିଛନ୍ତି ଆଜେକ୍ସ । କବାଟ ଭାଙ୍ଗି ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ ପରିବାର ଲୋକ । ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+