ମୃତ୍ୟୁ ପୂର୍ବରୁ ସେହି ୯୭ ସେକେଣ୍ଡର କଲ୍, ଆଉ ତା' ପରେ...

DJ Azex Suicide Case: ଧିରେ ଧିରେ ଖୋଲୁଛି ଡିଜେ ଆଜେକ୍ସ ଆତ୍ମହତ୍ୟା ପଛର ରହସ୍ଯ । ଘଟଣାରେ ଆଜି ଖାରବେଳ ନଗର ଥାନାରେ ଡିଜିଟାଲ ଏଭିଡେନ୍ସ ଯାଞ୍ଚ କରିଛି ସାଇବର ଟିମ୍ । ତେବେ ଆଜେକ୍ସ ଆତ୍ମହତ୍ୟା ମାମଲାରେ ସାମ୍ନାକୁ ଆସିଛି ଆଉ ଏକ ନୂଆ ତଥ୍ୟ ।
ମିଳିଥିବା ସୂଚନାନୁସାରେ, ମୃତ୍ୟୁ ପୂର୍ବରୁ ବାନ୍ଧବୀଙ୍କ ସହ ୯୭ ସେକେଣ୍ଡ କଥା ହୋଇଥିଲେ ଆଜେକ୍ସ । ପରେ ବାନ୍ଧବୀ ଭିଡିଓ କଲ୍ କରିଥିଲେ ବି ଉଠାଇ ନ ଥିଲେ ଆଜେକ୍ସ । ବାନ୍ଧବୀ ଭିଡିଓ କଲ୍ ବେଳକୁ ଆଜେକ୍ସ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।
ସେପଟେ ଗତକାଲି ଆତ୍ମହତ୍ୟା ପୂର୍ବରୁ ପ୍ରେମିତାକୁ ଆଜେକ୍ସ ପଠାଇ ଥିବା ଭଏସ ମେସେଜ୍ ସାମ୍ନାକୁ ଆସିଥିଲା । ଯେଉଁଥିରେ ସେ କହୁଛନ୍ତି, ଗୋଟେ କଥା କହିବି, ତମେ କହିଥିଲ ନା ସନ ରାଇଜ ହେବ ସନସେଟ ହେବ, ହେଲେ ତୁମକୁ ଜିଜ୍ଞାସା ଆଉ ମିଳିବନି। ଜିଜ୍ଞାସା ତ ରଶ୍ମିର, ସେ ତ ରଶ୍ମିର ରହିଲା, ସେ ଯେଉଁ ଡାଇମଣ୍ଡଟା ରଶ୍ମିର ହିଁ ଥିଲା ଷ୍ଟାଟିଂରୁ। ଗୋଟେ କଥା ମନେ ରଖ, ଯେତେ ବି ସନସେଟ ହେଉ, ସନରାଇଜ ହେଉ ତମକୁ କ'ଣ ଆଉ କାହାକୁ ବି ଡ଼ିଜେ ଆଜେକ୍ସ, ପାଣ୍ଡା,ପାଣ୍ଡୁ, ଖଡ଼ୁସ, କଞ୍ଜୁସ କାହାକୁ ମିଳିବନ।
ଗୋଟେ କଥା ମନେ ରଖ ଖଡ଼ୁସ ନାହିଁ ତା ଲାଇଫ। ଖଡ଼ୁସ ଇଜ ଡେଡ। ୟୋର ଖଡ଼ୁସ ଇଜ ଡେଡ, ମନେ ରଖ । ଯେତେ ସନସେଟ ହେଉ ରାଇଜ ହେଉ ତୁମ କଂଜୁସ ଖଡ଼ୁସ ନାହିଁ ଏ ଦୁନିଆରେ ମନେରଖ। ଗୋଟେ କଥା କହିବି, ମୁଁ ଜାଣିଛି, ଜାଣିଥିଲି ଇଭିନିଂରେ ଯଉ କହିଲ ଆଜି ମୋ ଲାଷ୍ଟ ଡେଟ୍। ୟୁ ଆର ଲିଭିଂ ମିଁ ଆଣ୍ଡ ରହିପାରିବିନି। ମୁଁ ଭାବିଥିିଲି ଆଜି ମୋ ଲାଷ୍ଟ ଡେଟ୍। ଆଇ ଥଟ୍ କି ତମେ ରାତିରେ ଥରେ କଲ କରିବ ମତେ।
ତମେ ଖାଲି ମତେ ୯ ଟା ବେଳେ କଲ୍ କଲ। ଜାଣିଛ ସେବେଠୁ ମୁଁ ତୁମ ରୁମ ପାଖେ ବସିଛି ସେମିତି ଜଗିକି। ଦେଖିଲି ତମେ ଖାଇଲ, ତୁମେ ରୁମ ବାଲକୋନି ଡ଼ୋର ବନ୍ଦ କଲ ୧୧.୧୫ ଆଡ଼କୁ। ଦେନ, ତୁମର ଡିମ ଲାଇଟ ଲଗେଇକି ଶୋଇବାକୁ ଗଲ। ଆଇ ଥଟ୍ କି ମତେ ଥରେ ମିସ କରିବ । ମତେ ଥରେ କଲ କରିବ। ହେଟ କଲ , ତୁମେ ଲାଇଫରେ ଖୁସିରେ ରୁହ । ବହୁତ ପଇସା ଇନକମ କର । ବହୁତ ଇନକମ କର । ବଟ ଗୋଟେ ଜିନିଷ ମନେ ରଖ, ଯେତେ ସନରାଇଜ ହେଉ ସନସେଟ ହେଉ ତୁମ ଖାନଦାନରେ ଯେତିକି ପଇସା ଅଛି ସବୁ ଖର୍ଚ୍ଚ କରିଦେଲେ ବି ନା ଆଜେକ୍ସ ଆଉ ଦେଖିପାରିବ ନାହିଁ ।
ଖଡୁସ, କଂଜୁସ ବେବି, ଖଡ଼ୁସ କଂଜୁସ ବେବିକୁ ଆଉ କେବେ ଦେଖିବନି। ମୁଁ ଯାଉଛି ଜିଜ୍ଞାସା, ଯାଉଛି। ମୁଁ ଯାଉଛି। ମୁଁ ସବୁଦିନ ପାଇଁ ଯାଉଛି । ଆଉ କେବେ ଆସିବିନି। ମୁଁ କହିଥିଲି ନା ପଳେଇବି, ତମେ କହିଲ ପଳା । ମୁଁ ସତରେ ପଳୋଇଛି ଆଉ କେବେ ଆସିବିନି । ଆଉ ଜୀବନରେ ମତେ କେବେ ଦେଖିବନି ତୁମେ । ମନେ ରଖିଥା। ମତେ କେବେ ଆଉ ଦେଖିବ ନି। ମୋ ଫଟୋ ଦେଖୁଥିବ ହେଲା । କହୁନ ବି ଏ ଷ୍ଟାର। ଉପରକୁ ଯାଇ ଷ୍ଟାର ହେଇଯିବି ହେଲା । ମୋ ଫଟୋ ଦେଖୁଥିବ। କେବେ ଦେଖିପାରିବନି, ଭଏସ ଶୁଣିପାରିବନି। ମନେ ରଖ ହେଲା। ଯାହା ମୋର ଭିଡ଼ିଓ ଅଛି, ମୋର କଲ ରେକଡ଼ିଂ ସେତିକି ଶୁଣୁଥିବ । ଆଉ କେବେ ମୋ ଭଏସ ଶୁଣିପାରିବ ନାହିଁ। ମୁଁ ଯାଉଛି, ଆଇ ଲଭ ୟୁ ବାଏ, ଦିସ ଇଜ ମାଇଁ ଲାଷ୍ଟ ମେସେଜ ଆଇ ଲଭ ୟୁ କହିଥିଲେ ଆଜେକ୍ସ ।
ସୂଚନାଯୋଗ୍ୟ, ଖାରବେଳନଗର ସ୍ଥିତ ନିଜ ଘରେ ଶନିବାର ରାତିରେ ଫ୍ୟାନରେ ବେଡସିଟ୍ ଲଗାଇ ଆତ୍ମହତ୍ୟା କରିଛନ୍ତି ଆଜେକ୍ସ । କବାଟ ଭାଙ୍ଗି ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ ପରିବାର ଲୋକ । ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।












Click it and Unblock the Notifications