ହତ୍ୟାର ୧୧ ଦିନ ପରେ ମିଳିଲା ମଡେଲଙ୍କ ମୃତ ଦେହ
Model Divya Pahuja Murder Case: ଗୁରୁଗ୍ରାମ ମଡେଲ ତଥା ଗ୍ୟାଙ୍ଗଷ୍ଟର ସନ୍ଦୀପ ଗଡୋଲିଙ୍କ ଏକ୍ସ ଗର୍ଲଫ୍ରେଣ୍ଡ 27 ବର୍ଷୀୟ ଦିବ୍ୟା ପାହୁଜାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗୁରୁଗ୍ରାମ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ହତ୍ୟାକାଣ୍ଡର 11 ଦିନ ପରେ ଶନିବାର ଦିନ ମଡେଲ ଦିବ୍ୟାଙ୍କ ମୃତଦେହ ଉଦ୍ଧାର କରିବାରେ ସଫଳ ହୋଇଛି ।
2 ଜାନୁୟାରୀ 2024 ର ରାତିରେ ଗୁରୁଗ୍ରାମର ସିଟି ପଏଣ୍ଟ ହୋଟେଲରେ ଦିବ୍ୟାଙ୍କୁ ହତ୍ୟା କରାଯାଇଥିଲା। ହରିୟାଣାର ଟୋହନାସ୍ଥିତ ଏକ କେନାଲ ଭିତରୁ ଦିବ୍ୟାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୋଲିସର ସୂଚନାନୁସାରେ, ଦିବ୍ୟା ପାହୁଜାଙ୍କ ମୃତଦେହର ଏକ ଫଟୋ ତାଙ୍କ ପରିବାର ସଦସ୍ୟଙ୍କ ନିକଟକୁ ପଠାଯାଇଥିଲା ଯେଉଁ ମାନେ ମୃତ ଦେହର ଚିହ୍ନଟ କରିଥିଲେ । ଯାହା ପରେ ଏହା ସ୍ପଷ୍ଟ ହୋଇଛି ଯେ ମୃତ ଦେହଟି ତାଙ୍କ ମୃତଦେହଟି ଦିବ୍ୟାଙ୍କର ବୋଲି ।

ଫତେହାବାଦର ତୋହାନା ନିକଟ କେନାଲରୁ ଏନଡିଆରଏଫ ଟିମ୍ ସହାୟତାରେ ଦିବ୍ୟାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତ ଦେହର ଅବସ୍ଥା ଦେଖି ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲା । ଉଦ୍ଧାର ସମୟରେ ମୃତ୍ୟ ଦେହଟି ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି ବୋଲି ପୋଲିସ ପକ୍ଷରୁ ସୂଚନା ରହିଛି । PRO ଗୁରୁଗ୍ରାମ ପୋଲିସ ସୁଭାଷ ବୋକେନଙ୍କ ଅନୁସାରେ ମଡେଲ୍ ଦିବ୍ୟା ପାହୁଜାଙ୍କ ମୃତଦେହ ଏକ କେନାଲରୁ ଉଦ୍ଧାର କରାଯାଇଛି ।
Model Divya Pahuja murder case: Divya Pahuja's body found in a canal in Tohana, Haryana: Subhash Boken, PRO Gurugram Police
More details are awaited.
— ANI (@ANI) January 13, 2024
ଗୁରୁଗ୍ରାମ ପୋଲିସର ଏକ 6 ଜଣିଆ ଟିମକୁ ଦିବ୍ୟା ପାହୁଜାଙ୍କ ହତ୍ୟା ମାମଲା ଜାଞ୍ଚ କରିବା ପାଇଁ ଦାୟିତ୍ୱ ଦିଆଯାଇଥିଲା । ଦିବ୍ୟାଙ୍କ ମୃତଦେହ ଉଦ୍ଧାର ପାଇଁ ପଞ୍ଜାବ ପୋଲିସର ଏକ ଟିମ୍ ଏବଂ NDRFର 25 ଜଣିଆ ଟିମ୍ ମଧ୍ୟ ନିୟୋଜିତ ହୋଇଥିବା ନେଇ ସୂଚନା ରହିଛି ।
ଗୁରୁଗ୍ରାମ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ମୃତଦେହକୁ କେନାଲରେ ଫିଙ୍ଗିବା ବିଷୟରେ ସୂଚନା ଅଭିଯୁକ୍ତ ବଳରାମ ଗିଲ ଦେଇଥିଲା । କୋଲକାତା ବିମାନବନ୍ଦରରେ ଅଭିଯୁକ୍ତ ବଳରାମ ଗିଲଙ୍କୁ ପୋଲିସ ଗିରଫ କରିଥିଲା। ହୋଟେଲ ମାଲିକ ଅଭିଜିତ ସିଂଙ୍କ ନିର୍ଦ୍ଦେଶରେ ଅଭିଯୁକ୍ତ ବଳରାମ ଗିଲ ଦିବ୍ୟା ପାହୁଜାଙ୍କ ମୃତଦେହକୁ ନାଳରେ ଫିଙ୍ଗିବାରେ ସାହାଯ୍ୟ କରିଥିଲା ।
ସୂଚନା ଅନୁସାରେ, ହୋଟେଲ ମାଲିକ ଅଭିଜିତ୍ ସିଂ ଦିବ୍ୟା ପାହୁଜାଙ୍କୁ ଗୁଳି କରି ହତ୍ୟା କରିଥିଲା । ଦିବ୍ୟା ଏବଂ ହୋଟେଲ ମାଲିକ ଅଭିଜିତ୍ ସିଂ ଗତ ତିନିମାସ ହେବ ରିଲେସନସିପରେ ଥିଲେ । ଗିରଫ ପରେ ଅଭିଜିତ୍ ସିଂ କହିଛନ୍ତି ଯେ, ଦିବ୍ୟା ତାଙ୍କର କିଛି ବ୍ୟକ୍ତିଗତ ଫଟୋ ସହିତ ତାଙ୍କୁ ବ୍ଲାକମେଲ କରିଆସୁଥିଲେ ।
-
ବ୍ରିଟେନକୁ ସିଧାସଳଖ ଚେତାବନୀ ଦେଲା ଇରାନ, କହିଲା ଆମେରିକାକୁ ସାହାଯ୍ୟ କରିବା ପଡ଼ିବ ମହଙ୍ଗା -
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications