ନବ ଦାସ ହତ୍ୟା ପ୍ରସଙ୍ଗରେ ଦୀପାଳି ଦାସଙ୍କ ପ୍ରତିକ୍ରିୟା; ସିବିଆଇ ତଦନ୍ତ ପାଇଁ ଲିଖିତ ଅନୁସାରେ ଦେବୁ କହିଲେ ଦୀପାଳି
ନବ ଦାସ ହତ୍ୟା ପ୍ରସଙ୍ଗରେ ଦୀପାଳି ଦାସଙ୍କ ପ୍ରତିକ୍ରିୟା । ସିବିଆଇ ତଦନ୍ତ ପାଇଁ ଲିଖିତ ଅନୁସାରେ ଦେବୁ କହିଲେ ଦୀପାଳି। ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି। ପରିବାରରେ ଆଲୋଚନା ଚାଲିଛି, ନିଶ୍ଚିତ ଲେଖିକି ଜଣାଇବୁ ।
ପୁଣି ଚର୍ଚ୍ଚାରେ ନବ ଦାସଙ୍କ ହତ୍ୟାକାଣ୍ଡ । ପ୍ରଥମେ ଦୀପାଳି ଦାସ ସିବିଆଇ ତଦନ୍ତ ପାଇଁ ଦାବି କରିବା ପରେ ପରେ ଗୋପାଳଙ୍କ ଓକିଲ ବିସ୍ଫୋରକ ବୟାନ ଦେଇଥିଲେ । ସେ କହିଥିଲେ ନବ ଦାସଙ୍କୁ ହତ୍ୟା କରିନାହାନ୍ତି ପୋଲିସ ASI ଗୋପାଳ ଦାସ । ଏବେ ନବ ହତ୍ୟାକାଣ୍ଡକୁ ନେଇ ରାଜନୀତି ବି ଜୋର ଧରିଲାଣି । ବିଜେପି ବିଧାୟକ ଏବଂ ସାଂସଦ ବି ବିସ୍ଫୋରକ ବୟାନ ଦେଉଛନ୍ତି । ଏବେ ପୁଣି ଆଉ ଜଣେ ସାଂସଦ ଦେଇଛନ୍ତି ବିସ୍ଫୋରକ ବୟାନ ।
ବିଜେପି ସାଂସଦ ପ୍ରଦୀପ ପୁରୋହିତ, ନବ ଦାସ ହତ୍ୟାକାଣ୍ଡକୁ ନେଇ ଦେଇଛନ୍ତି ବିସ୍ଫୋରକ ବୟାନ । ପ୍ରଦୀପ କହିଛନ୍ତି, 'ନବ ଦାସ ହତ୍ୟାକଣ୍ଡ ପଛରେ ବଡ ଷଡ଼ଯନ୍ତ୍ର ହୋଇଛି। ନବୀନ ପଟ୍ଟନାୟକଙ୍କ ପରେ ଯିଏ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାକୁ ସ୍ୱପ୍ନ ଦେଖୁଥିଲେ ସିଏ ନବ ଦାସ ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ ।ଆଜି ତାହା ପ୍ରମାଣିତ ହେବାକୁ ଯାଉଛି ।'

ପ୍ରଦୀପ କହିଛନ୍ତି, 'ଦୁର୍ଭାଗ୍ୟର ବିଷୟ ସେ ସମୟରେ ନବ ଦାସଙ୍କ ପରିବାର ସମ୍ପୂର୍ଣ୍ଣ ନିରବ ରହିଲେ। କ୍ଷମତା ଲୋଭ ଓ ସମ୍ପତି ଲୋଭରେ ତଦନ୍ତ ଠିକ ହେଉଥିବା କହିଲେ । ଯଦି ପ୍ରକୃତରେ ତାଙ୍କ ପରିବାର ନବ ଦାସ ଙ୍କ ହତ୍ୟାକାରୀକୁ ଧରିବା କୁ ଚାହୁଁଛନ୍ତି ତେବେ ଓଡ଼ିଶା ସରକାରଙ୍କ ନିକଟରେ ନିଜ ଅଭିଯୋଗ ଲିଖିତ ଭାବେ ଦିଅନ୍ତୁ। ନବ ଦାସଙ୍କ ହତ୍ୟାକାଣ୍ଡର ଅଧିକ ତଦନ୍ତ ହେବା ଆବଶ୍ୟକ ରହିଛି ଏବଂ ପରଦା ପଛର ଖଳ ନାୟକ ମାନେ ସାମ୍ନାକୁ ଆସିବା ଦରକାର ଅଛି।'
ସେପଟେ ବାପାଙ୍କ ହତ୍ଯାର ସିବିଆଇ ତଦନ୍ତ ଦାବି କରିଛନ୍ତି ଦୀପାଳି ଦାସ । ନବ ଦାସ ହତ୍ଯା କାଣ୍ଡରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଏବେ ଦୀପାଳି । ଦୀପାଳି କହିଛନ୍ତି ଯେ, ତାଙ୍କ ବାପାଙ୍କ ହତ୍ୟା ମାମଲାର ସିବିଆଇ ତଦନ୍ତ କରାଯାଉ । ତାଙ୍କ ବାପାଙ୍କ ହତ୍ଯାକୁ ନେଇ ବିଜେପି ରାଜନୀତି କରୁଛି ବୋଲି କହି ଏବେ ଦୀପାଳି ଓଡିଶା ରାଜନୀତିରେ ହଇଚଇ ସୃଷ୍ଟି କରିଛନ୍ତି












Click it and Unblock the Notifications