ଅର୍ଚ୍ଚନା ନାଗ ମାମଲାରେ ଆସିଲା ଡିଜିଟାଲ ଫରେନସିକ୍ ରିପୋର୍ଟ, ଖୋଲିବ କି ଗୁମର ?
ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଆସିଲା ଡିଜିଟାଲ ଫରେନସିକ୍ ରିପୋର୍ଟ । ଅର୍ଚ୍ଚନା କରୁଥିବା ମୋବାଇଲ, ଲାପଟପ୍, ପେନଡ୍ରାଇଭ ଗୁଡିକର ଫରେନସିକ ତଥ୍ୟ ପହଞ୍ଚିଛି ।
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଆସିଲା ଡିଜିଟାଲ ଫରେନସିକ୍ ରିପୋର୍ଟ । ଅର୍ଚ୍ଚନା କରୁଥିବା ମୋବାଇଲ, ଲାପଟପ୍, ପେନଡ୍ରାଇଭ ଗୁଡିକର ଫରେନସିକ ତଥ୍ୟ ପହଞ୍ଚିଛି । ଏସଏଫଏସଏଲ ନିକଟକୁ ତଥ୍ୟ ପାଇଁ ପଠାଇଥିଲା କମିସନରେଟ୍ ପୋଲିସ । ଏସଏଫଏସଏଲ ସେହି ତଥ୍ୟର ଦୁଇଟି କପିକୁ ପୋଲିସ ଏବଂ କୋର୍ଟକୁ ହସ୍ତାନ୍ତର କରାଯାଇଛି । ଏହି ତଥ୍ୟ ଏକ ବଡ଼ ପ୍ରମାଣ ଭାବରେ ଚର୍ଚ୍ଚିତ ବ୍ୟକ୍ତିତ୍ୱଙ୍କ ପାଇଁ ନାଗଫାସ ପରି ହେବ ବୋଲି ଚର୍ଚ୍ଚା ହେଉଛି ।

ପ୍ରଥମ ପର୍ଯ୍ୟାୟରେ ୧୨ଟି ସାମ୍ପଲ ରିପୋର୍ଟ ଦିଆଯାଇଥିବା ଜଣାପଡିଛି । ଏହା ମଧ୍ୟରେ ରହିଛି ଅର୍ଚ୍ଚନାର ମୋବାଇଲ, ଲାପଟପ୍, ପେନଡ୍ରାଇଭ ଓ ଟାବ୍ । ପଚରାଉଚରା ବେଳେ ଅର୍ଚ୍ଚନା ସହଯୋଗ କରୁ ନଥିବାରୁ ଡିଜିଟାଲ ଏଭିଡେନ୍ସ ତଥ୍ୟ ମାଗିଥିଲା ଏନ୍ଫୋର୍ସମେଣ୍ଟ ଡିରେୋକ୍ଟରେଟ୍ । ଟଙ୍କା ନେଣ ଦେଣଠାରୁ ଆରମ୍ଭ କରି ବ୍ଲୁ ଫିଲ୍ମ ପର୍ଯ୍ୟନ୍ତ ସମସ୍ତ ଘଟଣାର ମହାଖୁଲାସା ଖୁବଶୀଘ୍ର ହେବ ବୋଲି ଅନୁମାନ କରାଯାଉଛି । ଡିଲିଟ୍ ହୋଇଥିବା ଡାଟା ଗୁଡିକୁ ରିକଭର କରି ଏସଏଫଏଲ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି । ସମସ୍ତ ତଥ୍ୟକୁ ଏକ ହାର୍ଡଡିସ୍କ ମାଧ୍ୟମରେ ରଖାଯାଇଛି ।
ତେବେ ଖଣ୍ଡଗିରି ଥାନା ଅଧିକାରୀ କହିଛନ୍ତି, ଏଣିକି ରିପୋର୍ଟ ଆଧାରରେ ଆଗକୁ ବଢିବ ତଦନ୍ତ । ଆବଶ୍ୟକ ପଡ଼ିଲେ ଅର୍ଚ୍ଚନାକୁ ରିମାଣ୍ଡରେ ଅଣାଯିବ । ଲ୍ୟାବ ରିପୋର୍ଟର ଗୋଟିଏ କପି କୋର୍ଟଙ୍କୁ ବି ଦିଆଯାଇଛି ।
ସୂଚନାଯୋଗ୍ୟ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟ ଘଟଣା ଉପରୁ ପରଦା ଉଠାଇବାକୁ ଚେଷ୍ଟା କରାଯାଉଛି । ଅର୍ଚ୍ଚନାଙ୍କୁ ଦୁଇଥର ରିମାଣ୍ଡରେ ନେଇ ଅନେକ ପଚରାଉଚରା କରିଥିଲା ଇଡି । ତେବେ ୧୩ ଦିନର ରିମାଣ୍ଡରେ ଅର୍ଚ୍ଚନାକୁ ଦୁଇ ଦୁଇ ଥର ଜେରା ଭିତରେ ଇଡି ଫରେନସିକ୍ ରିପୋର୍ଟକୁ ଚାତକ ପରି ଅପେକ୍ଷା କରିଥିଲା । ଏପରିକି ଜାଣିଶୁଣି ବିଳମ୍ବ କରାଯାଉଥିବା ନେଇ କୋର୍ଟଙ୍କୁ ଜଣାଇଥିଲା ଇଡି । ତଥାପି ରିପୋର୍ଟ ଆସିବାରେ ବିଳମ୍ବ ହୋଇଥିଲା । ଅନ୍ୟପଟେ ବର୍ତ୍ତମାନ ଅର୍ଚ୍ଚନା ଏବଂ ତାଙ୍କର ସ୍ୱାମୀ ଜଗବନ୍ଧୁ ଦୁହେଁ ଝାରପଡା ଜେଲରେ ଦିନ କାଟୁଛନ୍ତି ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ












Click it and Unblock the Notifications