ଢେଙ୍କାନାଳ ଶିଶୁ ନିଖୋଜ ଘଟଣା: ତଣ୍ଟି ଚିପି ହତ୍ୟା କରିଥିଲା ପଡୋଶୀ ମହିଳା

ଢେଙ୍କାନାଳ ଜିଲ୍ଲାରେ 3ବର୍ଷ ଶିଶୁ ନିଖୋଜ ଓ ପରେ କୁଅରୁ ଶିଶୁପୁତ୍ରର ମୃତ ଦେହ ଉଦ୍ଦାର ଘଟଣାରେ ପଡୋଶୀ ମହିଳାଙ୍କୁ ଗିରଫ କରିଛି ପୋଲିସ ।

ଢ଼େଙ୍କାନାଳ: ଢେଙ୍କାନାଳ ଜିଲ୍ଲାରେ 3ବର୍ଷ ଶିଶୁ ନିଖୋଜ ଓ ପରେ କୁଅରୁ ଶିଶୁପୁତ୍ରର ମୃତ ଦେହ ଉଦ୍ଦାର ଘଟଣାରେ ପଡୋଶୀ ମହିଳାଙ୍କୁ ଗିରଫ କରିଛି ପୋଲିସ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟା କରିଥିବା ମହିଳା ଜଣକ ସ୍ୱୀକାର କରିଛନ୍ତି । ପ୍ରଥମେ କାଳିଆକୁ ତଣ୍ଟି ଚିପି ହତ୍ୟା କରିବା ପରେ କୂଅକୁ ଫିଙ୍ଗି ଦେଇଥିବା ନେଇ ଅଭିଯୁକ୍ତ ମହିଳା ପୋଲିସ ଆଗରେ ବୟାନ ଦେଇଛନ୍ତି ।

 Dhenkanal 3 Year Old Boy Murder Case Accuse Arrested

ଗତକାଲି ସନ୍ଧ୍ୟାରେ ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଖଙ୍କିରା ଗାଁ ଦାଣ୍ଡରେ ଖେଳୁ ଖେଳୁ ନିଖୋଜ ହୋଇଯାଇଥିଲା ଚନ୍ଦନ ସାହୁଙ୍କ ୩ ବର୍ଷର ପୁଅ କାଳିଆ। ବହୁ ଖୋଜାଖୋଜି ପରେ ପରିବାର ଲୋକେ ଛୁଆଟିର ପତ୍ତା ପାଇ ନ ଥିଲେ। ତେବେ ନିଖୋଜ ହେବାର ୧୨ ଘଣ୍ଟା ପରେ ଗୁରୁବାର ସକାଳୁ ଏକ କୂଅରୁ ଶିଶୁ ପୁତ୍ରର ମୃତଦେହ ମିଳିଥିଲା । ପରେ ପ୍ରାଥମିକ ତଦନ୍ତରୁ ଶିଶୁଟିକୁ କେହି ହତ୍ୟା କରି କୂଅ ଭିତରେ ଫିଙ୍ଗି ଦେଇଥିବା ନେଇ ପୋଲିସ ସନ୍ଦେହ କରିଥିଲା ।

ଏହି ମାମଲାରେ ଗତକାଲି ପୁଲିସ ସନ୍ଦେହରେ ଚନ୍ଦନ ସାହୁଙ୍କ ପଡୋଶୀ ଘରର ଭାରତୀ ସାହୁ ଓ ତାଙ୍କ ସ୍ୱାମୀଙ୍କୁ ଅଟକ ରଖି ପଚରାଉଚରା କରିଥିଲା । ଆଜି ସେ ପୋଲିସ ଆଗରେ ନିଜ ଦୋଷ ସ୍ୱୀକାର କରିଛନ୍ତି । ଦଫା ୩୦୨ ଓ ୨୦୧ରେ ମାମଲା ରୁଜୁ କରି ଅଭୁଯୁକ୍ତି ଭାରତୀଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+