ମମିତା ମେହେର ହତ୍ୟାକୁ ନେଇ ପୁଣି CBI ତଦନ୍ତ ଦାବି; ମମିତାଙ୍କ ପରିବାରକୁ ଭେଟିଲେ ନବ ନିର୍ବାଚିତ ବିଧାୟକ ଲକ୍ଷ୍ମଣ ବାଗ୍
ମମିତା ମେହେର ହତ୍ୟାକୁ ନେଇ ପୁଣି CBI ତଦନ୍ତ ଦାବି। ମମିତାଙ୍କ ପରିବାରକୁ ଭେଟିଲେ ନବ ନିର୍ବାଚିତ ବିଧାୟକ ଲକ୍ଷ୍ମଣ ବାଗ୍ । କଣ୍ଟାବାଂଜୀ ଝରନୀ ସ୍ଥିତ ମମିତାଙ୍କ ଘରକୁ ଯାଇ ପରିବାରକୁ ଭେଟିଲେ । ଏଯାବତ ନ୍ୟାୟ ମିଳିନି ଅଭିଯୋଗ କଲେ ମମିତାଙ୍କ ବାପା ।

ଅଭିଯୁକ୍ତ ଗୋବିନ୍ଦ ସାହୁର ଜେଲ୍ରେ ମୃତ୍ୟୁ ପରେ ତଦନ୍ତ ଆଗଉନି କହିଲେ । CBI ତଦନ୍ତ ଦାବିରେ ନେହୁରା ହୋଇ ନିରାଶ ହୋଇ ସାରିଲେଣୁ କହିଲେ । ଓଡ଼ିଶା ସରକାରଙ୍କୁ CBI ତଦନ୍ତ ପ୍ରସ୍ତାବ ଦେବି କହିଲେ ବିଧାୟକ ଲକ୍ଷ୍ମଣ।
ଜେରା ବେଳେ ପୋଲିସ୍ ନିକଟରେ ଶିକ୍ଷୟିତ୍ରୀ ମମିତା ମେହରଙ୍କୁ ହତ୍ୟା କରିଥିବା ନେଇ ସ୍ୱୀକାର କରିଥିଲା ଅଭିଯୁକ୍ତ ଗୋବିନ୍ଦ ସାହୁ। ୨୦୨୧ ଅକ୍ଟୋବର ୮ରେ ମମିତାଙ୍କୁ ଏକ କାରରେ ନେଇ ଯାଇଥିଲା ଗୋବିନ୍ଦ । କାର୍ ଭିତରେ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା ଏହା ପରେ ଉତ୍ତ୍ୟକ୍ତ ଗୋବିନ୍ଦ କାର୍ ଭିତରେ ହିଁ ମମିତାଙ୍କୁ ହତ୍ୟା କରିଥିଲା । ହତ୍ୟା କରିବା ପରେ ୮ ତାରିଖ ବିଳମ୍ବିତ ରାତିରେ ମମିତାଙ୍କ ମୃତଦେହକୁ ମହାଲିଙ୍ଗରେ ନିର୍ମାଣାଧୀନ ଷ୍ଟାଡିୟମ ଭିତରେ ପୋତା ଯାଇଥିଲା ।
ପୂର୍ବରୁ ଖୋଳାଯାଇଥିବା ଗାତରେ ମମିତାଙ୍କ ମୃତ ଶରୀରକୁ ପ୍ଲାଏ କାଠ ଏବଂ ଟାୟାର ସାହାଯ୍ୟରେ ପୋଡିଦିଆଯାଇଥିଲା । ଭଲରେ ପୋଡିବା ପାଇଁ ପ୍ଲାଏ ଉପରେ ଟାୟାର ରଖି ଜଳାଇ ଦେଇଥିଲା । ଏହା ପରେ ମୃତ ଶରୀର ଯେପରି ଶୀଘ୍ର ନଷ୍ଟ ହୋଇଯିବ ସେନେଇ ମଧ୍ୟ ଯଥେଷ୍ଟ ପରିମାଣରେ ଲୁଣ ପକାଯାଇଥିଲା । ଦିନକ ପରେ ଗାତକୁ ପୋତିବା ପାଇଁ ଜେସିବି ଡ୍ରାଇଭରକୁ କହିଥିଲା ଗୋବିନ୍ଦ । ଜେସିବି ଡ୍ରାଇଭରକୁ ପୋଲିସ ପଚାରା ଉଚରା ପେରେ ସେ ସତ ସ୍ୱୀକାର କରିଥିଲା












Click it and Unblock the Notifications