ଦିଲ୍ଲୀ ସାକ୍ଷୀ ହତ୍ୟା ମାମଲା :୪ ଦିନ ପରେ ଛୁରୀ ଜବତ, ଏହି କାମ କରୁଥିଲେ ସାହିଲ
ନୂଆଦିଲ୍ଲୀ: ଦିଲ୍ଲୀର ସାକ୍ଷୀ ହତ୍ୟା ମାମଲା । ପୋଲିସକୁ ମିଳିଛି ବଡ଼ ସଫଳତା । ୪ ଦିନ ପରେ ସାହିଲ ସାକ୍ଷୀକୁ ହତ୍ୟା କରିଥିବା ଛୁରୀକୁ ପୋଲିସ ଜବତ କରିଛି । ପୋଲିସ ରିଠାଲାରୁ ଏହି ଛୁରୀ ଉଦ୍ଧାର କରିଛି ।
ସୂଚନାଯୋଗ୍ୟ ଯେ ସାହିଲ ଏହି ଛୁରୀରେ ନିଜ ପ୍ରେମିକା ସାକ୍ଷୀକୁ ୨୦ଥର ଆକ୍ରମଣ କରିଥିଲା ଯାହା ପରେ ଘଟଣାସ୍ଥଳରେ ହିଁ ନାବାଳିକା ଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ଉତ୍ତରପ୍ରଦେଶର ଡିସିପି ରବି କୁମାର ସିଂ କହିଛନ୍ତି ଯେ, ସାହିଲ ନିଜ ୧୬ ବର୍ଷିୟା ପ୍ରେମିକା ସାକ୍ଷୀର ହତ୍ୟା କରିଥିବା ଛୁରୀ ଜବତ କରାଯାଇଛି ।

ରିପୋର୍ଟ ଅନୁସାରେ, ସାହିଲ ସାକ୍ଷୀର ହତ୍ୟା କରିବା ପରେ ପଥରେ ଛେଚିବା ଆରମ୍ଭ କରିଥିଲା । ଏହି ଘଟଣାର ସିସିଟିଭି ଫୁଟେଜ୍ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଯାହା ସାରା ଦେଶକୁ ଆଶ୍ଚର୍ଯ୍ୟ କରି ଦେଇଛିନ୍ତି । ଲୋକଙ୍କର ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଖିବା ପାଇଁ ମିଳୁଛି । ପୋଲିସ ଅଭିଯୁକ୍ତ ସାହିଲକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ।
ସୂଚନା ଏହା ମଧ୍ୟ ରହିଛି ଯେ, ଗତ ରବିବାର ଦିନ ଦିଲ୍ଲୀ ସାହାବାଦ ଡାଏରୀ ଅଞ୍ଚଳରେ ସାକ୍ଷୀ ନାମକ ଜଣେ ନାବାଳିକାକୁ ସାହିଲ ୨୦ ଥର ଛୁରୀରେ ଆକ୍ରମଣ କରିଥିଲା ହେଲେ ସେତିକିରେ ତାର ମନ ଭରି ନଥିଲା ସେ ନିଜ ପ୍ରେମିକା ସାକ୍ଷୀକୁ ପଥରରେ ଛେଚିବା ଆରମ୍ଭ କରିଥିଲା । ସିସିଟିଭିରେ ସମସ୍ତ ଦୃଶ୍ୟ କଏଦ ହୋଇଛି । ଯେଉଁ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ମଧ୍ୟ ହେବାରେ ଲାଗିଛି । ସାକ୍ଷୀଙ୍କ ଶରୀରରେ ୩୪ଟି ଆଘାତ ଚିହ୍ନ ଦେଖିବାକୁ ମିଳିଥିଲା ।
ସାହିଲ ନିଜ ପରିବାର ସହିତ ଶାହାବାଦ ଡାଏରୀରେ ଭଡା ଘରେ ରହୁଥିଲେ, ସେ ନିଜ 3 ଭଉଣୀ ଏବଂ ପିତାମାତାଙ୍କ ସହ ରହୁଥିବା ନେଇ ସୂଚନା ରହିଛି । ସାହିଲ ଏସି-ଫ୍ରିଜ୍ ତିଆରି କରିବାର କାର୍ଯ୍ୟ କରୁଥିଲେ । ସାକ୍ଷୀ-ସାହିଲ ପ୍ରେମ ସମ୍ପର୍କରେ ଥିଲେ । ହେଲେ କିଛି ଦିନ ହେବ ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗି ରହିଥିଲା । ସାକ୍ଷୀ ସାହିଲଙ୍କଠୁ ସମ୍ପର୍କ ଭାଙ୍ଗିବା ପାଇଁ ଚାହୁଁଥିଲେ ଯାହାକୁ ସହଜରେ ଗ୍ରହଣ କରିପାରି ନଥିଲେ ସାହିଲ ।












Click it and Unblock the Notifications