Get Updates
Get notified of breaking news, exclusive insights, and must-see stories!

ଦିଲ୍ଲୀ ନାବାଳିକା ହତ୍ୟା ଘଟଣା:ଅଭିଯୁକ୍ତ ସାହିଲର ହେବ ସାଇକୋଆନାଲିସିସ୍ ଟେଷ୍ଟ

ନୂଆଦିଲ୍ଲୀ:ନୂଆଦିଲ୍ଲୀ ନାବାଳିକା ହତ୍ୟା ଘଟଣା । ଅଭିଯୁକ୍ତ ସାହିଲ ଖାନର ହୋଇପାରେ ସାଇକୋଆନାଲିସିସ୍ ଟେଷ୍ଟ । ଏହି ଟେଷ୍ଟ କରିବା ବେଳେ ପରିବାର, ସାଙ୍ଗସାଥୀ, ଜୀବନଶୈଳୀ ଆଦି ସମ୍ପର୍କରେ ୨୦ ବର୍ଷିୟ ଅଭିଯୁକ୍ତକୁ ପ୍ରଶ୍ନ କରାଯିବ ବୋଲି ସୂଚନା ରହିଛି ।

ସୂଚନା ଏହା ମଧ୍ୟ ରହିଛି ଯେ, ସାହିଲକୁ ପ୍ରାୟ ୩ ଘଣ୍ଟା କାଳ ଜେରା କରାଯାଇପାରେ । ତେବେ ଗତ ରବିବାର ଦିନ ଦିଲ୍ଲୀ ସାହାବାଦ ଡାଏରୀ ଅଞ୍ଚଳରେ ସାକ୍ଷୀ ନାମକ ଜଣେ ନାବାଳିକାକୁ ସାହିଲ ୪୦ ଥର ଛିରୀରେ ଆକ୍ରମଣ କରିଥିଲା ହେଲେ ସେତିକିରେ ତାର ମନ ଭରି ନଥିଲା ସେ ନିଜ ପ୍ରେମିକା ସାକ୍ଷୀକୁ ପଥରରେ ଛେଚିବା ଆରମ୍ଭ କରିଥିଲା । ସିସିଟିଭିରେ ସମସ୍ତ ଦୃଶ୍ୟ କଏଦ ହୋଇଛି । ଯେଉଁ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ମଧ୍ୟ ହେବାରେ ଲାଗିଛି ।

delhi_murder

ଅଭିଯୁକ୍ତ ସାହିଲ୍ ଆକ୍ରମଣ କରି ଚାଲିଥିଲା ହେଲେ ଲୋକମାନେ ଦେଖୁଥିଲେ, ଅନେକ ଲୋକ ସେହି ରାସ୍ତାରେ ଯାଉଥିଲେ, କିନ୍ତୁ ଅଭିଯୁକ୍ତକୁ ଅଟକାଇବାକୁ କେହି ଚେଷ୍ଟା କରି ନଥିଲେ । ଏଭଳି ପରିସ୍ଥିତିରେ ଅଭିଯୁକ୍ତ ନିର୍ଭୟରେ ବିଚ୍ ରାସ୍ତାରେ ଜଣଙ୍କ ଜୀବନ ନେବାରେ ସଫଳ ହୋଇଥିଲା । ଅଭିଯୁକ୍ତ ସାହିଲକୁ ଚିହ୍ନଟ କରି ଗିରଫ କରାଯିବା ପରେ ବର୍ତ୍ତମାନ ତଦନ୍ତ ଜାରି ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+