ଦିଲ୍ଲୀରେ ମହିଳା ଅସୁରକ୍ଷିତ ! ବିଚ୍ ରାସ୍ତାରେ ୪୦ ଥର ଛୁରୀ ମାରି ପ୍ରେମିକାର ହତ୍ୟା,ଗରିଫ ହେଲା ସୈତାନ

Delhi Murder Case: ରାଜଧାନୀ ଦିଲ୍ଲୀରେ ଲୋମଟାଙ୍କୁରା ହତ୍ୟା କାଣ୍ତ । ଜହ୍ଲାଦ ପ୍ରେମିକର ଜଘନ୍ୟ କାଣ୍ତ । ଲୋକେ ଦେଖିଲେ ହେଲେ ବଞ୍ଚାଇଲେ ନାହିଁ ନାବାଳିକାର ଜୀବନ । ନାବାଳିକା ପ୍ରେମିକାଙ୍କୁ ୪୦ ଥର ଛୁରିରେ ଆକ୍ରମଣ କରିଥିଲା ସୈତାନ ସାହିଲ । ପରେ ଅଭିଯୁକ୍ତକୁ ୟୁପିର ବୁଲନ୍ଦଶାହରରୁ ଗିରଫ କରିଛି ଦିଲ୍ଲୀ ପୋଲିସ । ସିସିଟିଭିରେ କଏଦ ହେଲା ସମସ୍ତ ଘଟଣା ।

ସୂଚନା ଅନୁଯାୟୀ, ଏହି ଘଟଣା ରୋହିଣୀର ଡାଏରୀ ଅଞ୍ଚଳର । ବିଚ୍ ରାସ୍ତାରେ ନାବାଳିକା ପ୍ରେମିକା -ପ୍ରେମିକ ସାହିଲ୍ (ଅଭିଯୁକ୍ତ) ମଧ୍ୟରେ ହୋଇଥିଲା କଥା କଟା କଟି । ପରେ ସାହିଲ୍ ରାଗି ଯାଇ ଛୁରୀରେ ନାବାଳିକା ଉପରେ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ଅନେକ ଲୋକ ଉପସ୍ଥିତ ଥିଲେ ହେଲେ କେହି ଏହାକୁ ଅଟକାଇବା ପାଇଁ ଚେଷ୍ଟା କରି ନଥିଲେ ।

ମୃତକ ନାବାଳିକାର ନାଁ ସାକ୍ଷୀ ହୋଇଥିବାବେଳେ ଅଭିଯୁକ୍ତଙ୍କ ନାମ ସାହିଲ ବୋଲି ସୂଚନା ରହିଛି । ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଉଭୟ ପ୍ରେମ ସଂପର୍କରେ ଥିଲେ । ରବିବାର ଦିନ ସେମାନଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ହୋଇଥିଲା । ଯାହା ପରେ ଅଭିଯୁକ୍ତ ପ୍ରେମିକାକୁ ଭେଟିବା ପାଇଁ ତା ଘର ପାଖରେ ଅର୍ଥାତ୍ ଇ -36 ଜେଜେ କଲୋନୀରେ ପହଞ୍ଚିଥିଲା ।

Delhi Murder Case

କିଛି ସମୟ ପାଇଁ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା, ଏହା ପରେ ସୈଇତାନ ସାହିଲ ନାବାଳିକା ଉପରେ ଛୁରୀରେ ଆକ୍ରମଣ କରିବା ଆରମ୍ଭ କରିଦେଇଥିଲା । ପ୍ରାୟ ୪୦ ଥର ଛୁରୀରେ ଆକ୍ରମଣ କରିବା ପରେ ଅଭିଯୁକ୍ତ ଏକ ପଥର ଉଠାଇ ତା 'ମୁହଁକୁ ଛେଚିବା ଆରମ୍ଭ କରିଥିଲା ।

ଏହି ସମୟରେ ଜଣେ ବ୍ୟକ୍ତି ପୋଲିସକୁ ସୂଚନା ଦେଇଥିଲେ ଯାହା ପରେ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଥିଲା ହେଲେ ସେତେବେଳକୁ ସାକ୍ସିର ମୃତ୍ୟୁ ହୋଇ ସାରିଥିଲା । ଅଭିଯୁକ୍ତ ଆକ୍ରମଣ କରି ଚାଲିଥିଲା ହେଲେ ଲୋକମାନେ ଦେଖୁଥିଲେ, ଅନେକ ଲୋକ ସେହି ରାସ୍ତାରେ ଯାଉଥିଲେ, କିନ୍ତୁ ଅଭିଯୁକ୍ତକୁ ଅଟକାଇବାକୁ କେହି ଚେଷ୍ଟା କରି ନଥିଲେ । ଏଭଳି ପରିସ୍ଥିତିରେ ଅଭିଯୁକ୍ତ ନିର୍ଭୟରେ ବିଚ୍ ରାସ୍ତାରେ ଜଣଙ୍କ ଜୀବନ ନେବାରେ ସଫଳ ହୋଇଥିଲା ।

ପୋଲିସ ଦେଇଥିବା ସୂଚନା
ଦିଲ୍ଲୀ ପୋଲିସ ସୂଚନା ଅନୁସାରେ, ରବିବାର ଦିନ ଶାହାବାଦ ଡାଏରୀ ଅଞ୍ଚଳର ଏକ ହତ୍ୟା ମାମଲାର ତଦନ୍ତ ଜାରି ରହିଛି । ଅଭିଯୁକ୍ତ ସାହିଲକୁ ଚିହ୍ନଟ କରି ଗିରଫ କରାଯାଇଛି ।

ଦିଲ୍ଲୀରେ ମହିଳା ଅସୁରକ୍ଷିତ
ଅନ୍ୟପକ୍ଷରେ ଦିଲ୍ଲୀ ମହିଳା ଆୟୋଗର ମୁଖ୍ୟ ସ୍ୱାତୀ ମାଲିୱାଲ କହିଛନ୍ତି ଯେ, ମୁଁ ଏପରି ଭୟଙ୍କର କାଣ୍ତ କେବେ ଦେଖି ନଥିଲି । ମହିଳା ଏବଂ ଝିଅ ପିଲାଙ୍କ ପାଇଁ ଦିଲ୍ଲୀ ଅତ୍ୟନ୍ତ ଅସୁରକ୍ଷିତ ହୋଇ ପଡିଛି । ଯେଉଁ ଦିନ ଏହି ଦେଶର ପୋଲିସ୍ ବ୍ୟବସ୍ଥାରେ ଉନ୍ନତି ଆସିବ, ସେହି ଦିନ କୌଣସି ମହିଳା କିମ୍ବା ନାବାଳିକାଙ୍କର ଆଉ ମୃତ୍ୟୁ ହେବ ନାହିଁ । ଆଜି ଯାହା ଘଟୁଛି ତାହା ଆଇନ ଶୃଙ୍ଖଳା ବିଫଳତାକୁ ସମ୍ପୂର୍ଣ୍ଣ ରୂପେ ଦର୍ଶାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+