ରାଜଧାନୀରେ ଜଘନ୍ୟ ହତ୍ୟାକାଣ୍ଡ: ପ୍ରେମିକାକୁ ହତ୍ୟା କରି ଫ୍ରିଜରେ ରଖିଲା ପ୍ରେମିକ

ବାହାଘର ଦିନ ପ୍ରେମିକାକୁ ହତ୍ୟା । ପ୍ରେମିକାକୁ ହତ୍ୟା କରି ଫ୍ରିଜରେ ରଖିଲା ପ୍ରେମିକ । କ୍ରାଇମ୍ କ୍ୟାପିଟାଲ ଦିଲ୍ଲୀରେ ଘଟିଛି ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ।

Delhi Boy Killed his Live-in Partner

ନୂଆଦିଲ୍ଲୀ: ବାହାଘର ଦିନ ପ୍ରେମିକାକୁ ହତ୍ୟା । ପ୍ରେମିକାକୁ ହତ୍ୟା କରି ଫ୍ରିଜରେ ରଖିଲା ପ୍ରେମିକ । କ୍ରାଇମ୍ କ୍ୟାପିଟାଲ ଦିଲ୍ଲୀରେ ଘଟିଛି ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ । ଦିଲ୍ଲୀ ନଜଫଗଡର ମିତ୍ରାଓଁ ଗାଁ ନିକଟରେ ଥିବା ଏକ ଢାବାର ଫ୍ରିଜରୁ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ଘଟଣାରେ ସମ୍ପୃକ୍ତି ନେଇ ଉତ୍ତର ଦିଲ୍ଲୀର ଯୁବକ ସାହିଲ ଗେହଲଟକୁ ପୋଲିସ ଅଟକ ରଖି ଜେରା କରୁଛି । ସାହିଲ ତାର ଲିଭ ଇନ୍ ପାର୍ଟନର ନିକ୍କି ଯାଦବଙ୍କ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ଦିଲ୍ଲୀରେ ଶ୍ରଦ୍ଧା ହତ୍ୟାକାଣ୍ଡ ଭଳି ଇଏ ଆଉ ଏକ ଘଟଣା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସୂଚନା ଅନୁସାରେ, ସାହିଲଙ୍କ ସହ ନିକ୍କି ଲିଭ୍‌-ଇନ୍‌ ରେ ରହୁଥିଲେ। ହେଲେ ସାହିଲ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ ପାଇଁ ଯୋଜନା କରିଥିଲା। ନିକ୍କି ଏହା ଜାଣିବା ପରେ ସାହିଲ ସହ ତାଙ୍କର ପ୍ରବଳ ଝଗଡ଼ା ହୋଇଥିଲା। ଯଦି ସେ ଅନ୍ୟ କୌଣସି ଯୁବତୀଙ୍କୁ ବାହା ହୁଅନ୍ତି ତା'ହେଲେ ସେ ତାଙ୍କୁ ଫସାଇ ଦେବେ ବୋଲି ସାହିଲକୁ ନିକ୍କି ଧମକ ଦେଇଥିଲେ। ଏହି କାରଣରୁ ସାହିଲ ହତ୍ୟାକାଣ୍ଡ ଘଟାଇଥିବା କୁହାଯାଉଛି।

ଯୋଜନା ମୁତାବକ ସାହିଲ ସକାଳେ କାରରେ ମୋବାଇଲ ଡାଟା କେବୁଲ ବ୍ୟବହାର କରି ନିକିଙ୍କୁ ହତ୍ୟା କରିଥିଲା । ଏହାପରେ ଶରୀରକୁ ଖଣ୍ଡ ଖଣ୍ଡ କରି କାଟି ନିଜ ଫ୍ରିଜରେ ରଖିଥିଲା । ପୋଲିସ ମଙ୍ଗଳବାର ଢାବାରେ ପହଞ୍ଚି ଫ୍ରିଜରୁ ଯୁବତୀଙ୍କ ଶରୀରର କଟାଖଣ୍ଡ ସବୁ ଉଦ୍ଧାର କରିଛି । ସେପଟେ ହତ୍ୟାକାଣ୍ଡ ଦିନ ଅନ୍ୟ ଜଣେ ମହିଳାଙ୍କୁ ସାହିଲ ବିବାହ କରିଥିବା ଜଣାପଡିଛି । ତେବେ ପଚରା ଉଚରା ବେଳେ ସାହିଲ ନିଜେ ଅପରାଧ ସ୍ୱୀକାର କରିଛି ।

ପୋଲିସ୍‌ ସୂଚନା ଅନୁସାରେ, ଉଭୟ ନିକ୍କି ଓ ସାହିଲ ପରସ୍ପରକୁ ଦୀର୍ଘ ବର୍ଷ ଧରି ଜାଣିଥିଲେ। ସାହିଲର କହିବା ଅନୁସାରେ, ଯେତେବେଳେ ସେ SSC ପରୀକ୍ଷା ପାଇଁ ଉତ୍ତମ ନଗର ସ୍ଥିତ ଏକ କୋଚିଂ ସେଣ୍ଟରକୁ ଯାଉଥିଲେ, ସେହି ସମୟରେ ନିକ୍କି ଅନ୍ୟ ଏକ ଇନଷ୍ଟିଚ୍ୟୁଟ୍‌ରେ ପଢ଼ୁଥିଲେ। ଉଭୟ କୋଟିଏ ବସ୍‌ରେ ହିଁ ଯା ଆସ କରୁଥିଲେ। ପ୍ରଥମେ ଉଭୟଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା ଓ ପରେ ଭଲ ପାଇବା । ୨୦୧୮ରେ ଉଭୟ ଲିଭ୍‌-ଇନ୍‌ରେ ରହିଥିଲେ। ହେଲେ ସାହିଲ ଏନେଇ ପରିବାର ଲୋକଙ୍କୁ କିଛିବି ଜଣାଇ ନଥିଲା। ଉଭୟ ଏକାଠି ବହୁ ସ୍ଥାନକୁ ବୁଲାବୁଲି ମଧ୍ୟ କରିଥିଲେ। ସବୁକିଛି ଠିକ୍‌ଠାକ୍‌ ଚାଲିଥିଲା। ହେଲେ ଯେତେବେଳେ ନିକ୍କି ଜାଣିବାକୁ ପାଇଲେ ସାହିଲ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବାକୁ ଯାଉଛନ୍ତି, ଏହାପରେ ଉଭୟଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। ଯେଉଁଥିପାଇଁ ନିକ୍କିଙ୍କୁ ହତ୍ୟା କରିବା ପାଇଁ ସାହିଲ ଯୋଜନା କରିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+