ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁତ୍ରଙ୍କ ମୃତଦେହ ପୋଖରୀରୁ ଉଦ୍ଧାର

ଭୁବନେଶ୍ୱର: ଓଡିଶାର ଜଣାଶୁଣା ସାମ୍ବାଦିକ ତଥା ନିର୍ଭୟ ଖବର କାଗଜର ସମ୍ପାଦକ ନବୀନ ଦାସଙ୍କ ପୁତ୍ରଙ୍କ ମୃତ ଶରୀର ରାଜଧାନୀର ଏକ ପୋଖରୀ କୁଳରୁ ଉଦ୍ଧାର ହୋଇଛି। ଏନେଇ ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ଖେଳି ଯାଇଛି। ସୂଚନା ଅନୁଯାୟୀ ଆଜି ପତ୍ରପଡା ଗ୍ରାମର ଏକ ପୋଖରୀ ନିକଟରୁ ଜଣେ ଅଚିହ୍ନା ଯୁବକଙ୍କ ମୃତଦେହ ମିଳିଥିଲା । ପରେ ମୃତକ ଜଣକ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡ଼ ପୁଅ ମନିଷ ଅନୁରାଗ ବୋଲି ସୂଚନା ମିଳିଛି । ତାଙ୍କର ବୟସ ମାତ୍ର ୩୦ ବର୍ଷ ।

Nabin Das Son Killed

ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଏନେଇ ସ୍ଥାନୀୟ ପୋଲିସ ଏବଂ କମିଶନରେଟ୍ ପୋଲିସ ପକ୍ଷରୁ ଛାନଭିନ୍ ଆରମ୍ଭ ହୋଇଛି । ତେବେ ଗତକାଲି ରାତିରେ ପୁଅ ମନିଷ ଅନୁରାଗଙ୍କୁ ତାଙ୍କ ଶ୍ରୀବିହାର ସ୍ଥିତ ବାସଭବନରୁ କିଛି ଯୁବକ ନେଇଆସି ମାରପିଟ କରିଥିବା ମନିଷ ଫୋନ କରି ସୂଚନା ଦେଇଥିଲେ । ପୁଅ ମଧ୍ୟ ନିର୍ଭୟ ଖବର କାଗଜର ପରିଚାଳନାରେ ସାହାଯ୍ୟ କରୁଥିଲେ । ଆସନ୍ତା ମାସରେ ତାଙ୍କର ବାହାଘର ହେବା ନେଇ ସ୍ଥିର ହୋଇଥିଲା ।

ପାତ୍ରପଡ଼ା ମା ନମନକଣି ପୋଖରେରେ ଏହି ମୃତଦେହଟି ଭାସୁଛି । ସ୍ଥାନୀୟ ଗ୍ରାମବାସୀ ପ୍ରଥମେ ମୃତଦେହଟିକୁ ଭାସୁଥିବାର ଦେଖିଥିଲେ । ପରେ ଏନେଇ ତମାଣ୍ଡୋ ପୋଲିସ୍‌କୁ ସୂଚନା ଦିଆଯାଇଥିଲା । ଯୁବକଙ୍କୁ କେହି ହତ୍ୟା କରି ପୋଖରୀରେ ପକାଇ ଦେଇଥିବା ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡ଼ୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+