ଅଟୋ ଭିତରୁ ମିଳିଲା ମୃତଦେହ

ଭୁବନେଶ୍ୱର: ଅଟୋ ଭିତରୁ ମିଳିଲା ମୃତଦେହ । ରମାଦେବୀ କ୍ୟାମ୍ପସ ଭିତରେ ଥିବା ଏକ ଅଟୋରୁ ମୃତଦେହ ଉଦ୍ଧାର କରାଯାଇଛି ।
ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଭିତରେ ଥିବା ଅଡିଟୋରିୟମ କଡରେ ଏକ ଅଟୋରୁ ଉଦ୍ଧାର ହୋଇଛି ମୃତଦେହ । ମୃତକଙ୍କ ବୟସ ପାଖାପାଖି ୩୦ ରୁ ୪୦ ବର୍ଷ ହେବ ବୋଲି ଜଣାପଡିଛି । ତେବେ ମୃତ ଦେହ କାହାର ? ବିଶ୍ୱବିଦ୍ୟାଳୟ ପରିସରକୁ କେମିତି ଆସିଲା ? ତାହା ଜଣାପଡି ନାହିଁ । ଉଦ୍ଧାର ହୋଇଥିବା ମୃତ ଦେହକୁ ଶବ ବ୍ୟବଛେଦ ପାଇଁ ପଠା ଯାଇଥିବା ବେଳେ, ଗାଡି ମାଲିକକୁ ଠାବ କରାଯାଇଛି ।
ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ ଚଳାଇଛି । ମୃତଦେହର ପରିଚୟ ଖୋଜୁଛୁ ପୋଲିସ । ପରିଚୟ ମିଳିଲେ ମୃତକଙ୍କ ସମ୍ପର୍କୀୟଙ୍କୁ ଡାକି ପୋଲିସ ପଚରାଉଚରା କରିବ । ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ ତଦନ୍ତ ଚଳାଇଛି । ଘଟଣାକୁ ନେଇ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍ରେ ହଇଚଇ ସୃଷ୍ଟି ହୋଇଛି ।












Click it and Unblock the Notifications