ସାଇବର ସୁରକ୍ଷା ସଚେତନ କାର୍ଯ୍ୟକ୍ରମ କରିବ ପୋଲିସ୍
କଟକ: ପ୍ରତ୍ୟେକ ଦିନ ଅନେକ ସାଇବର ଠକେଇ ଅଭିଯୋଗ ହେଉଛି । ତା ସହ ସୋସିଆଲ ମିଡିଆରେ ବ୍ଲାକ୍ ମେଲିଙ୍ଗ ହେଉଛି । ସମସ୍ତେ ଏହାର ଶିକାର ହେଉଛନ୍ତି । ତେଣୁ ପୋଲିସ ତରଫରୁ ବ୍ୟାପକ ସ୍ତରରେ ସାଇବର ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।
ତେବେ ଏହି ସାଇବର ଠକେଇରୁ ଜନସାଧାରଣ କିଭଳି ନିଜକୁ ବଞ୍ଚାଇପାରିବେ ସେନେଇ ରାଜ୍ୟ ପୋଲିସ ପକ୍ଷରୁ ଏକ ସଚେତନତା କାର୍ଯ୍ୟ ଆରମ୍ଭ ହୋଇଛି । ଏହି ସଚେତତନା କାର୍ଯ୍ୟକ୍ରମ ସେପ୍ଟେମ୍ବର ୩୦ରୁ ଆରମ୍ଭ ହୋଇ ୨୦ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ ।

ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ସାଇବର ଅପରାଧ ଏବଂ ଏଥିରୁ ନିବୃତ୍ତ ରହିବାର ମାର୍ଗ ବାବଦରେ ଲୋକଙ୍କୁ ଅବଗତ କରାଇବ ପୋଲିସ । କଟକ କମିଶନରେଟ ପୋଲିସ ପକ୍ଷରୁ ଜିଲ୍ଲାରେ ସଚେତନତାକୁ ବ୍ୟାପକ କରାଯିବ। ବିଭିନ୍ନ ବ୍ୟାଙ୍କର ସହଯୋଗରେ ସ୍କୁଲ, କଲେଜ, ବିଭିନ୍ନ ସାହି କମିଟି, ବିଭିନ୍ନ ବର୍ଗର ଲୋକଙ୍କୁ ସଚେତନ କରାଯିବାନେଇ କହିଛନ୍ତି କଟକ ଡିସିପି ପିନାକ ମିଶ୍ର ।
ସାଇବର ଠକେଇ ଏବେ ରାଜ୍ୟ ପୋଲିସ୍ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଭାବରେ ଉଭା ହୋଇଛି । ପ୍ରତ୍ୟେକ ଦିନ ଅନେକ ସାଇବର ଠକେଇ ଅଭିଯୋଗ ହେଉଛି। ଖାଲି ସେତିକି ନୁହେଁ ସେକ୍ସରଷ୍ଟନ, ବ୍ଲାକମେଲିଂ ଭଳି ଅପରାଧ ମଧ୍ୟ ବଢ଼ୁଛି ।
ସାଇବର ଅପରାଧର କିଭଳି ଅଭିଯୋଗ କରିବେ ?
ସାଇବର ଅପରାଧରେ ହେଲେ ଘଟଣା ଘଟିବାର ୨୪ ଘଣ୍ଟା ମଧ୍ୟରେ ସାଇବର ଅପରାଧର ଅଭିଯୋଗ ଦାଖଲ କରାଯିବା ଉଚିତ୍। ଯାହାଫଳରେ ଯଥାଶୀଘ୍ର କାରବାର ତଥା ଅପରାଧିଙ୍କୁ ଟ୍ରାକ୍ କରିବାରେ ପୋଲିସକୁ ସହଜ ହେବ । ଜାତୀୟ ସାଇବର ଅପରାଧ ରିପୋର୍ଟିଂ ପୋର୍ଟାଲରେ ସମସ୍ତ ଅଭିଯୋଗ ଦାଖଲ କରାଯାଇଥାଏ । ଏହା ୨୪ ଘଣ୍ଟା କାମ କରେ । ଏଥିପାଇଁ ସ୍ବତନ୍ତ୍ର ହେଲ୍ପଲାଇନ ନମ୍ବର ୧୯୩୦ ମଧ୍ୟ ଉପଲବ୍ଧ ରହିଛି ।
ସାଇବର ଅପରାଧର ଅଭିଯୋଗ ଦାଖଲ କରିବାକୁ ପୀଡିତ ସିଧାସଳଖ ସାଇବର ଥାନାକୁ ଯାଇପାରିବେ କିମ୍ବା ନ୍ୟାସନାଲ ସାଇବର କ୍ରାଇମ ରିପୋର୍ଟ ପୋର୍ଟାଲ ଯାଇ କରିପାରିବେ । ଏହା ଏକ ଅନଲାଇନ୍ ପୋର୍ଟାଲ୍ । ଏଥିରେ ଅଭିଯୋଗ ଦାଖଲ କରିପାରିବେ ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications