ସାଇବର ଠକଙ୍କ ଜାଲରେ ପଡିଛନ୍ତି ଆଇପିଏସଙ୍କ ପତ୍ନୀ
କଟକ: ରାଜ୍ୟରେ ସାଇବର ଅପରାଧର ମାମଲା ବଢିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ନୂତନ ମାମଲା ସାମ୍ନାକୁ ଆସୁଛି। ଓକାକ ଅଧିକାରୀଙ୍କ ଆକାଉଣ୍ଟ ହ୍ୟାକ କରି ଲକ୍ଷାଧିକ ଟଙ୍କା ହଡପ କରିଥିବା ଘଟଣାରେ ଚର୍ଚା ଥମି ନଥିବା ବେଳେ ସମ୍ପ୍ରତି ଜେନ ଆଇପିଏସ ଅଧିକାରୀଙ୍କ ପତ୍ନୀଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ଗାଏବ ହୋଇଥିବା ମାମଲା ଚହଳ ସୃଷ୍ଟି କରିଛି।

ସାଇବର ଠକଙ୍କ ଜାଲରେ ପଡିଛନ୍ତି ଆଇପିଏସଙ୍କ ପତ୍ନୀ । ଗତ ଦୁଇ ବର୍ଷ ଭିତରେ ଆଇପିଏସ୍ ସୁଶାନ୍ତ ନାଥଙ୍କ ସ୍ତ୍ରୀଙ୍କ ଆକାଉଣ୍ଟରୁ ୧୦ ଲକ୍ଷ ଟଙ୍କା କୁଆଡେ ଗାଏବ ହୋଇଯାଇଥିବା ଅଭିଯୋଗ ହୋଇଛି । ଏନେଇ କଟକ ସାଇବର ଥାନାରେ ଅଭିଯୋଗ କରିଛନ୍ତି ସୁଶାନ୍ତ ନାଥଙ୍କ ପତ୍ନୀ । ସେ ଅଭିଯୋଗ କରିଛନ୍ତି କି ତାଙ୍କ ଏସବିଆଇ ଆକାଉଣ୍ଟରୁ ଟଙ୍କା ସାଇବର ଠକମାନେ ଲୁଟି ନେଇଛନ୍ତି । ଅନୁଜାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଏତେ ପରିମାଣର ଟଙ୍କା କିପରି ଗାୟବ ହେଲା ସେନେଇ ତଦନ୍ତ ଚଳାଇଛି ପୋଲିସ । ସାଇବର ଠକମାନେ ନିରୀହ ଲୋକଙ୍କୁ ଟାର୍ଗେଟ କରି ଆକାଉଣ୍ଟରୁ ଟଙ୍କା ଗାଏବ କରି ଦେଉଥିବାର ଏକାଧିକ ମାମଲା ଆସିଛି ନଜରକୁ।












Click it and Unblock the Notifications