ହନିଟ୍ରାପରେ ଯୁବତୀ: ଇନଷ୍ଟଗ୍ରାମରେ ହେଲା ପ୍ରେମ, ପରେ ଉପହାର ପଠାଇ ଲୁଟି ନେଲେ ୭.୯୫ ଲକ୍ଷ

ହନିଟ୍ରାପରେ କଟକର ଯୁବତୀ । ପ୍ରଥମେ ବନ୍ଧୁତା, ପରେ ଉପହାର ପଠାଇବା ବାହାନାରେ ଯୁବତୀଙ୍କଠୁ ଲୁଟି ନେଲେ ୭.୯୫ ଲକ୍ଷ । ସ୍କଟଲ୍ୟାଣ୍ଡ ଯୁବକଙ୍କ ପ୍ରେମରେ ଫସିଗଲେ କଟକ ଯୁବତୀ। ବିଶ୍ୱାସ ଜିତିବା ପରେ କଳାକନା ବୁଲାଇ ଦେଲା ବିଦେଶୀ ବର।

କଟକ: ହନିଟ୍ରାପରେ କଟକର ଯୁବତୀ । ପ୍ରଥମେ ବନ୍ଧୁତା, ପରେ ଉପହାର ପଠାଇବା ବାହାନାରେ ଯୁବତୀଙ୍କଠୁ ଲୁଟି ନେଲେ ୭.୯୫ ଲକ୍ଷ । ସ୍କଟଲ୍ୟାଣ୍ଡ ଯୁବକଙ୍କ ପ୍ରେମରେ ଫସିଗଲେ କଟକ ଯୁବତୀ। ବିଶ୍ୱାସ ଜିତିବା ପରେ କଳାକନା ବୁଲାଇ ଦେଲା ବିଦେଶୀ ବର। ଯୁବକ ଜଣକ ପଠାଇଥିବା ଗିଫ୍ଟ ପାଇବାକୁ ଯୁବତୀ ୭.୯୫ ଲକ୍ଷ ଟଙ୍କା ହାରାଇବା ପରେ ଉଡିଗଲା ହୋସ୍ । ସେତେବେଳେ ସେ ଜାଣିବାକୁ ପାଇଲେ ଯେ, ସେ ସାଇବର ଲୁଟ୍‌ର ଶିକାର ହୋଇଛନ୍ତି । ଏ ନେଇ ସଂପୃକ୍ତ ଯୁବତୀ କଟକ ସାଇବର ଥାନାରେ ଏତଲା ଦେଇଛନ୍ତି ।

Honey Trap

ଘଟଣା କ୍ରମ ଏମିତି ଯେ, ସାଇବର ଠକ ସହିତ ପ୍ରଥମେ ଇନଷ୍ଟାଗ୍ରାମରେ ସଂପୃକ୍ତ ଯୁବତୀଙ୍କ ବନ୍ଧୁତା ହୋଇଥିଲା । ଠକ ଜଣକ ସ୍କଟଲାଣ୍ଡର ବୋଲି ପରିଚୟ ଦେଇଥିଲା । ଇଂଜିନିୟର ବୋଲି କହି ବିବାହର ପ୍ରତିଶ୍ରୁତି ଦେଇଥିଲା । କେବଳ ଏତିକି ନୁହେଁ କଥାବାର୍ତ୍ତା ମଧ୍ୟରେ ଯୁବତୀଙ୍କ ପାଖକୁ ଗିଫ୍ଟ ପଠାଇଥିବାର କହିଥିଲା । ଆଉ ଉପହାରଟି ବିମାନ ବନ୍ଦରରେ ଅଟକି ଯାଇଛି । ଏହାକୁ ମୁକୁଳାଇବା ପାଇଁ କଷ୍ଟମ ବିଭାଗକୁ ଟଙ୍କା ଦେବାକୁ ପଡ଼ିବ କହିଥିଲା । ତା କଥାରେ ଭାସି ଯାଇ ୪ଟି ବ୍ୟାଙ୍କ ଆକାଉଣ୍ଟକୁ ୭ ଲକ୍ଷ ୯୫ ହଜାର ଟଙ୍କା ପଠାଇଥିଲେ ସଂପୃକ୍ତ ଯୁବତୀ । ପରେ ଜାଣିଲେ ଯେ, ସେ ଠକେଇର ଶିକାର ହୋଇଛନ୍ତି ।

ତଦନ୍ତ ବେଳେ ସମସ୍ତ ଦେଣନେଣ ରାଜ୍ୟ ବାହାର ୨ ଭାରତୀୟ ବ୍ୟାଙ୍କର ୪ ଆକାଉଣ୍ଟ ଜରିଆରେ ହୋଇଥିବା ଜଣାପଡ଼ିଛି। ତେଣୁ ସମସ୍ତ ବ୍ୟାଙ୍କଗୁଡ଼ିକରୁ ତଥ୍ୟ ପାଇବା ନିମନ୍ତେ ସାଇବର ପୁଲିସ ପକ୍ଷରୁ ନୋଟିସ୍ ଜାରି କରାଯାଇଛି। ଅଭିଯୁକ୍ତମାନେ ଭାରତୀୟ ଓ ଦେଶ ଭିତରେ ଅଛନ୍ତି ଵୋଲି ସାଇଵର ଥାନା ଅଧିକାରୀ ସନ୍ଦେହ କରୁଛନ୍ତି। ଠକେଇ ପଛରେ ନାଇଜେରିଆନ ବା ଜାମତରା ଗ୍ୟାଙ୍ଗ ସମ୍ପୃକ୍ତି ସନ୍ଦେହ କରୁଛି ସାଇବର ସେଲ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+