କଟକରେ ବର୍ବରକାଣ୍ଡ: ୧୫ ଶହ ଟଙ୍କା ପାଇଁ ଗାଡ଼ି ପଛରେ ବାନ୍ଧି ଦୌଡ଼ାଇଲେ, ଦୁଇ ଦୁର୍ବୃତଙ୍କୁ ଗିରଫ
ବ୍ୟସ୍ତବହୁଳ କଟକ ସହରର ରାଜରାସ୍ତାରେ ବର୍ବରକାଣ୍ଡ । ଶହ ଶହ ଲୋକଙ୍କ ଉପସ୍ଥିତିରେ ଯୁବକଙ୍କୁ ରଶିରେ ବାନ୍ଧି ଗାଡ଼ି ପଛରେ ଦୌଡାଉଛନ୍ତି ଦୁଇ ଦୁର୍ବୃତ । ଯୁବକଙ୍କୁ ଗାଡ଼ି ପଛରେ ବାନ୍ଧି ବିଚ୍ ରାସ୍ତାରେ ୨ କିଲୋମିଟର ଯାଏଁ ଘୋଷାଡ଼ି ଘୋଷାଡ଼ି ଦୌଡାଇଛନ୍ତି ।
କଟକ: ବ୍ୟସ୍ତବହୁଳ କଟକ ସହରର ରାଜରାସ୍ତାରେ ବର୍ବରକାଣ୍ଡ । ଶହ ଶହ ଲୋକଙ୍କ ଉପସ୍ଥିତିରେ ଯୁବକଙ୍କୁ ରଶିରେ ବାନ୍ଧି ଗାଡ଼ି ପଛରେ ଦୌଡାଉଛନ୍ତି ଦୁଇ ଦୁର୍ବୃତ । ଯୁବକଙ୍କୁ ଗାଡ଼ି ପଛରେ ବାନ୍ଧି ବିଚ୍ ରାସ୍ତାରେ ୨ କିଲୋମିଟର ଯାଏଁ ଘୋଷାଡ଼ି ଘୋଷାଡ଼ି ଦୌଡାଇଛନ୍ତି । ମାତ୍ର ୧୫ ଶହ ଟଙ୍କା ଉଧାର ଟଙ୍କା ଠିକ୍ ସମୟରେ ଫେରାଇ ନପାରିବାରୁ ଯୁବକଙ୍କ ଏପରି ଅବସ୍ଥା କରିଛନ୍ତି ଦୁଇ ଦୁର୍ବୃତ । ଏଭଳି ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଥିବା ବେଳେ ଏପଟେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ଘଟଣାର ତଦନ୍ତ କରୁଛି ।

ସୂଚନାଅନୁସାରେ, କଟକ ସତୀଚଉରା ନିକଟରେ ପୀଡିତ ଯୁବକ ବସିଥିଲେ, ଦୁଇ ଯୁବକ ସେଠାରେ ପହଞ୍ଚି ଧାର ଟଙ୍କା ମାଗିଥିଲେ । ଏହାକୁ ନେଇ ବଚସା ହେବା ପରେ ପୀଡିତ ଯୁବକଙ୍କ ଦୁଇ ହାତକୁ ବାନ୍ଧି ସ୍କୁଟି ପଛରେ ସୁତାହାଟ ଛକ ଯାଏଁ ଦୌଡାଇଥିଲେ । ଏହି ଘଟଣାକୁ ପ୍ରତିରୋଧ କରିବାରୁ ଲୋକଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରିଥିଲେ ଦୁର୍ବୃତ ।












Click it and Unblock the Notifications