ସୁରଟ ବିମାନ ବନ୍ଦରରୁ ହୀରା ଓ ସୁନା ଜବତ, ଦୁଇ ଯାତ୍ରୀ ଗିରଫ
ରଟ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ସୁନା ଓ ହୀରା ଜବତ । ଜବତ ହୋଇଥିବା ସୁନାର ମୂଲ୍ୟ 15 ଲକ୍ଷ ଟଙ୍କା ଏବଂ ହୀରା 6 କୋଟି ବୋଲି ଅନୁମାନ କରିଛି ଡିଆରଆଇ ଓ କଷ୍ଟମ ବିଭାଗ ।
ଗାନ୍ଧୀନଗର: ସୁରଟ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ସୁନା ଓ ହୀରା ଜବତ । ଜବତ ହୋଇଥିବା ସୁନାର ମୂଲ୍ୟ 15 ଲକ୍ଷ ଟଙ୍କା ଏବଂ ହୀରା 6 କୋଟି ବୋଲି ଅନୁମାନ କରିଛି ଡିଆରଆଇ ଓ କଷ୍ଟମ ବିଭାଗ । ତେବେ ଏହି ମାମଲାରେ ଦୁଇଜଣ ଯାତ୍ରୀଙ୍କୁ ମଧ୍ୟ ଗିରଫ କରାଯାଇଛି । କୌଣସି ଜଣେ ବ୍ୟକ୍ତିଙ୍କ ପାଇଁ ଉଭୟେ କାମ କରୁଥିବା ନେଇ ସୂଚନା ଦେଇଛି କଷ୍ଟମ ବିଭାଗ ।

ସୁରଟରୁ ଏହି ଦୁଇ ଯାତ୍ରୀ ଶାରାଜାହ ଉଦ୍ଦେଶ୍ୟରେ ବିମାନରେ ଯିବା ବେଳେ ଧରା ପଡିଥିଲେ । ଜଣେ ସମସ୍ତ ସୁନା ପିନ୍ଧିଥିବା ବେଳେ ଅନ୍ୟ ଜଣଙ୍କ ବ୍ୟାଗରୁ ହୀରା ସବୁ ଜବତ କରାଯାଇଛି ।
ଉଭୟ ବେଆଇନ ଭାବେ ହୀରା ଓ ସୁନା ଚାଲାଣ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି। ଏମାନଙ୍କୁ ସୁନା, ହୀରା ଡେଲିଭେରୀ ପାଇଁ ପନ୍ଦରରୁ କୋଡିଏ ହଜାର ଟଙ୍କା ମିଳୁଥିବା ନେଇ ଖବର ମିଳିଛି । କିଛି ଲୋକଙ୍କ ପାଇଁ ଏମାନେ କାର୍ଯ୍ୟ କରନ୍ତି । ଡେଲିଭେରୀ ଦେଲା ପରେ ପୁଣି ନିଜ ଅଞ୍ଚଳକୁ ଫେରି ଆସିଥାନ୍ତି ବୋଲି ଜଣାପଡିଛି ।












Click it and Unblock the Notifications