ଜେଲ ଗଲେ କୋଟିପତି ଅଙ୍ଗନୱାଡ଼ି ଦିଦି
ଗିରଫ ହେଲେ ଅଙ୍ଗନବାଡ଼ି ଦିଦି। ଝାରପଡ଼ା ଜେଲ୍ ଏବେ କୋଟିପତି ଅଙ୍ଗନୱାଡ଼ି ଦିଦିଙ୍କ ହେବ ନୂଆ ଠିକଣା ।
ଭୁବନେଶ୍ୱର: ଗିରଫ ହେଲେ ଅଙ୍ଗନବାଡ଼ି ଦିଦି। ଝାରପଡ଼ା ଜେଲ୍ ଏବେ କୋଟିପତି ଅଙ୍ଗନୱାଡ଼ି ଦିଦିଙ୍କ ହେବ ନୂଆ ଠିକଣା । ଗିରଫ କୋରଡକଣ୍ଟାର ଅଙ୍ଗନୱାଡ଼ି ଦିଦି କବିତା ମଥାନଙ୍କୁ ଗିରଫ କଲା ଭିଜିଲାନ୍ସ ସେଲ୍। ଡାକ୍ତରୀ ପରୀକ୍ଷା ପରେ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ଏହି ଅଙ୍ଗନବାଡ଼ି ଦିଦିଙ୍କର ଭୁବନେଶ୍ୱରରେ ରହିଛି ୩ଟି କୋଠା ଓ ୧୦ଟି ଜମି । ୬ଟି ଭିଜିଲାନ୍ସ ଟିମ୍ ୬ଟି ସ୍ଥାନରେ ଏକକାଳୀନ ଚଢଉ କରି ଏହି ତାଜୁବ କଲା ଭଳି ସମ୍ପତ୍ତିର ତାଲିକା ଗତକାଲି ସାମ୍ନାକୁ ଆଣିଥିଲା । ସେହିପରି ଦିଦିଙ୍କ ମୋଟ ୨ କୋଟି ୯୬ ଲକ୍ଷ ୩୯ ହଜାର ଆୟ ବହିର୍ଭୂତ ସମ୍ପତ୍ତି ଜବତ କରିଛି ଭିଜିଲାନ୍ସ ବିଭାଗ । ଗତକାଲି ୬ଟି ସ୍ଥାନରେ ମାରାଥନ୍ ରେଡ୍ ପରେ ଦିଦିଙ୍କ ସମ୍ପତ୍ତି ଦେଖି ଟେରା ହୋଇ ଯାଇଥିଲା ଭିଜିଲାନ୍ସ । ତାଙ୍କୁ ଗିରଫ ପରେ କୋର୍ଟରେ ହାଜର କରାଯାଇଥିଲା ।
ସେହିପରି କବିତାଙ୍କ ନାମରେ ୧୪ଟି ଜମି ବିଭିନ୍ନ ସ୍ଥାନରେ ରହିଛି, ଯେଉଁଥିରେ କେବଳ ଭୁବନେଶ୍ୱରରେ ରହିଛି ୧୦ଟି ଜାଗା, ଜଗତସିଂହପୁରରେ ତିନୋଟି ଏବଂ ବାଲିଅନ୍ତାରେ ଗୋଟିଏ ଜମି। ଦିଦିଙ୍କ ନାଁରେ ଗୋଟିଏ ୪ଚକିଆ ଗାଡି ଥିବା ବେଳେ ୩ଟି ଦୁଇ ଚକିଆ ଗାଡି ରହିଛି । ଏହାସହ ୬ଲକ୍ଷ ୩୬ହଜାର ଟଙ୍କାର ସୁନାଗହଣା ମଧ୍ୟ ରହିଛି ।












Click it and Unblock the Notifications