ରାଜଧାନୀରେ ଘରେ ପଶି ଚୋରି ଘଟଣା: ୨୬ ଲକ୍ଷ ଟଙ୍କା ସହ ମାରଣାସ୍ତ୍ର ଜବତ, ୫ ଗିରଫ
ରାଜଧାନୀରୁ ନଗଦ ୨୬ ଲକ୍ଷ ଟଙ୍କା କ୍ୟାସ ଜବତ । ଖଣ୍ଡଗିରି ଅଞ୍ଚଳରୁ ୫ଜଣଙ୍କୁ ଗିରଫ କଲା ପୋଲିସ । ଭୁବନେଶ୍ବର ଖଣ୍ଡଗିରି ଥାନା ଅଞ୍ଚଳରେ ଜଣଙ୍କ ଘରେ ପଶି ଲୁଟ୍ ଘଟଣାରେ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସେହି ଅଭିଯୁକ୍ତ ମାନଙ୍କ ଠାରୁ ନଗଦ ୨୬ ଲକ୍ଷ ଟଙ୍କା ଜବତ ହୋଇଛି । ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଉଥିବା ଜଣାପଡିଛି ।
ଜବତ ହୋଇଥିବା ୨୬ଲକ୍ଷ ଟଙ୍କା ମଧ୍ୟରୁ ସମସ୍ତ ୫୦୦ଟଙ୍କିଆ ନୋଟ୍ ରହିଥିବା ସୂଚନା ମିଳିଛି । ଏକ ହାଇପ୍ରୋଫାଇଲ ଚୋରି ଘଟଣାରେ ଏତେ ବଡ଼ ପରିମାଣର ଟଙ୍କା ଜବତ ହୋଇଥିବା ଜଣାପଡିଛି । ଏହାସହ ଲୁଟେରାମାନଙ୍କ ଠାରୁ କିଛି ମାରଣାସ୍ତ୍ର ମଧ୍ୟ ପୋଲିସ ଜବତ କରିଛି ।
ଲୁଟେରାମାନଙ୍କୁ କାବୁ କରିବାକୁ ପୋଲିସ ସ୍ବତନ୍ତ୍ର ଟିମ୍ ଗଠନ କରିଥିଲା । ଭୁବନେଶ୍ବର ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଛାନଭିନ୍ କରିଥିଲା ଏହି ଟିମ୍ । ତେବେ ଲୁଟେରାମାନେ ଭୁବନେଶ୍ବର ବାହାରେ ଥିବା ନେଇ ପୋଲିସ ଜାଣିପାରି ଚଢାଉ କରିଥିଲା ।

ସୂଚନା ଅନୁସାରେ, ପ୍ରକୃତି ବିହାରରୁ ଜଣେ ବ୍ୟକ୍ତିଙ୍କ ଘରୁ ଚୋରି ହୋଇଥୁଲା । ଏହି ଚୋରି ଘଟଣାର ପର୍ଦାଫାସ କରିଛି ପୋଲିସ । ଗତ ୧୫ ତାରିଖରେ ଭୁବନେଶ୍ବର ଖଣ୍ଡଗିରି ଥାନା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘରେ ପଶି ଲୁଟ୍ ପାଟ୍ କରିଥିଲେ କିଛି ଲୁଟେରା । ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଥିଲା । ଆଉ ଅଭିଯୋଗ ଆଧାରରେ ପୋଲିସ ତନାଘନା ଆରମ୍ଭ କରିଥିଲା ।












Click it and Unblock the Notifications