ଅଢ଼େଇ କିଲୋ ବ୍ରାଉନସୁଗର ଜବତ କଲା କ୍ରାଇମବ୍ରାଞ୍ଚ ସ୍ପେଶାଲ ଟାସ୍କ ଫୋର୍ସ

ଅଢ଼େଇ କୋଟି ଟଙ୍କାର ବ୍ରାଉନସୁଗର କ୍ରାଇମବ୍ରାଞ୍ଚ ସ୍ପେଶାଲ ଟାସ୍କ ଫୋର୍ସ ଜବତ କରିଛି

ରାଜ୍ୟରେ ବ୍ରାଉନ ସୁଗାର କାରବାରର ଗୋଟିଏ ପରେ ଗୋଟିଏ କଳା କାରନାମା ଧରା ପଡୁଛି। ନିଶା ବେପାରୀଙ୍କ ଆଉ ଏକ ବଡ ଡିଲକୁ ବେନକାବ କରିବାରେ ସକ୍ଷମ ହୋଇଛି କ୍ରାଇମ ବ୍ରାଞ୍ଚ ଏସଟିଏଫ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ଏକ ବଜାରରୁ ପ୍ରାୟ ଅଢେଇ କୋଟି ଟଙ୍କାର ବ୍ରାଉନସୁଗର କ୍ରାଇମବ୍ରାଞ୍ଚ ସ୍ପେଶାଲ ଟାସ୍କ ଫୋର୍ସ ଜବତ କରିଛି। ଜବତ ବ୍ରାଉନସୁଗରର ଓଜନ ୨ କିଲୋ ୪୦୨ ଗ୍ରାମ ଅଟେ।

crime branch STF

କିଛି ଦିନ ହେଲା ରାଜ୍ୟରେ ନିଶା କାରବାରର ଅପରାଧିକ କାର୍ଯ୍ୟକଳାପ ବିରୋଧରେ ପୋଲିସ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏକାଧିକ ଅପରାଧକୁ ବେନକାବ କରିବାରେ ସକ୍ଷମ ହୋଇଥିବା ବେଳେ ପ୍ରତିଦିନ ଧଳା ଜହର କାରବାରୀଙ୍କ ନୂଆ ନୂଆ ଅପରାଧ ସାମନାକୁ ଆସୁଛି। କାରବାରରେ ସଂପୃକ୍ତ ଅଭିଯୋଗରେ ଏସ୍‌ଟିଏଫ୍ ୩ ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତିମାନେ ହେଲେ ଜଳେଶ୍ୱର ଥାନା ଅଞ୍ଚଳର ମମତାଜ ଖାନ୍, ଜଗତସିଂହପୁର ଜିଲ୍ଲା ଅରଣା ଅଞ୍ଚଳର ଉଦୟନାଥ ରଥ ଓ କଟକ ଜିଲ୍ଲା ବୟାଳିଶ ମୌଜା ଅଞ୍ଚଳର ପ୍ରଦୀପ କୁମାର ଦାସ। ଏସ୍‌ଟିଏଫ୍‌ ପକ୍ଷରୁ ଏହି ଘଟଣାରେ ତଦନ୍ତ ଜାରି ରହିଛି। ଜଳେଶ୍ୱର ମାର୍କେଟରେ ଡିଲ୍ କରୁଥିବାବେଳେ ଖବର ପାଇ ଏସଟିଏଫ୍ ଚଢ଼ଉ କରିଥିଲା । ଏହା ପୂର୍ବରୁ ଗତ ୧୨ ତାରିଖ ଖୋର୍ଦ୍ଧା ସହରରୁ ୧ କେଜି ୩୨୦ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଥିଲା । ଖୋର୍ଦ୍ଧା ବସ୍ ଷ୍ଟାଣ୍ଡରେ ବ୍ରାଉନସୁଗର ବିକ୍ରି ପାଇଁ ପ୍ରସ୍ତୁତ ହେଉଥିବା ନେଇ ଖବର ପାଇବା ପରେ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ ଚଢ଼ଉ କରିଥିଲା । ଚଢଉ ବେଳେ ୧ କେଜି ୩୨୦ ଗ୍ରାମ ବ୍ରାଉନସୁଗାର ଜବତ ସହ ୩ ଜଣଙ୍କୁ ଗିରଫ କରିଥିଲା ଏସ୍‌ଟିଏଫ୍।

ସେହିପରି ଭୁବନେଶ୍ୱର ସହୀଦନଗର ଶାନ୍ତିପଲ୍ଲୀ ବସ୍ତିରୁ ମଧ୍ୟ ୨୬ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ କରିଛି ପୋଲିସ । ଏହି ଅପରାଧରେ ସଂପୃକ୍ତ ଥିବା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କ ପାଖରୁ ନଗଦ ୫୧ ହଜାର ଟଙ୍କା ଓ ମୋବାଇଲ୍ ଜବତ କରିଥିଲା। ସ୍ୱତନ୍ତ୍ର ଅଭିଯାନ କ୍ରମେ ୨୦୨୦ରୁ ଏଯାବତ୍ ଏସ୍‌ଟିଏଫ୍‌ ୩୮ କେଜି ବ୍ରାଉନ୍ ସୁଗର/ହେରୋଇନ୍ ଓ ୮୪ କ୍ୱିଣ୍ଟାଲ ୨୮ କେଜି ଗଞ୍ଜେଇ ଜବତ କରିଛି। ଏହି ସବୁ ମାମଲରେ ୧୦୦ରୁ ଅଧିକ ମାଫିଆ ଗିରଫ ହୋଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+