Get Updates
Get notified of breaking news, exclusive insights, and must-see stories!

୧.୫୫ କୋଟି ଟଙ୍କା ଠକିଥିବା ୦୨ ଜଣ ସାଇବର ଠକ ତୟବ ଖାନ ଏବଂ ଫିରୋଜ ଖାନକୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଅନଲାଇନ ପୁଞ୍ଜିନିବେଶ ନାଁରେ କୋଟିପତି ହେବାର ଲୋଭ ଦେଖାଇ ଜଣେ ବ୍ୟକ୍ତିଙ୍କ ଠାରୁ ୧.୫୫ କୋଟି ଟଙ୍କା ଠକି ନେଇଥିବା ୦୨ ଜଣ ସାଇବର ଠକକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି, ତୟବ ଖାନ ଏବଂ ଫିରୋଜ ଖାନ। ଉଭୟଙ୍କୁ ମଧ୍ୟପ୍ରଦେଶରୁ ଗିରଫ କରାଯାଇଛି ।

ସୂଚନା ଅନୁଯାୟୀ ୨୦୨୫ ମସିହା ଜାନୁୟାରୀ ଏକ ତାରିଖରେ ଭୁବନେଶ୍ବରରେ ରହୁଥିବା ଜଣେ ବ୍ୟକ୍ତି ସାଇବର ଥାନାରେ ରିପୋର୍ଟ କରିଥିଲେ । ଅନଲାଇନରେ ପୁଞ୍ଜିନିବେଶ କରି ସେ ଠକାମିର ଶିକାର ହୋଇଥିଲେ । ଅଭିଯୁକ୍ତମାନେ ପ୍ରଥମେ ତାଙ୍କୁ ଅଧିକ ଟଙ୍କା ଫେରସ୍ତ କରିବାର ଲୋଭ ଦେଖାଇ ପୁଞ୍ଜିନିବେଶ କରିବାକୁ ପ୍ରୋତ୍ସାହିତ କରିଥିଲେ। ଯାହା ଫଳରେ ଅଭିଯୋଗକାରୀ ଜଣକ ୧ କୋଟି ୫୦ ଲକ୍ଷ ୫୦ ହଜାର ଟଙ୍କା ସ୍ଥାନାନ୍ତର କରିଥିଲେ।

Crime Branch arrests

ପ୍ରାରମ୍ଭିକ ପର୍ଯ୍ୟାୟରେ କ୍ଷତି ହେବା ସତ୍ତ୍ୱେ ସାଇବର ଠକ ମାନଙ୍କ ପ୍ରରୋଚନାରେ ଅଧିକ ଟଙ୍କା ନିବେଶ କରିବାକୁ ଚାପ ପକାଉଥିଲେ। କିନ୍ତୁ ଟଙ୍କା ଉଠାଇବାକୁ ଚେଷ୍ଟା କରିବା ସମୟରେ ସେମାନେ ଅଧିକ ଟଙ୍କା ନିବେଶ କରିବାକୁ ଦାବି କରୁଥିଲେ। ଦିନ ପରେ ଦିନ ଗଡ଼ିବା ସତ୍ତ୍ୱେ ତାଙ୍କ ଆକାଉଣ୍ଟରୁ ଟଙ୍କା ଫେରି ନଥିଲା। ପରେ ସେ ଏହା ସାଇବର ଠକଙ୍କ କାମ ବୋଲି ଜାଣିପାରିଥିଲେ। ଏ ସଙ୍କ୍ରାନ୍ତରେ ସେ ସାଇବର ଥାନାରେ ଅଭିଯୋଗ କରିଥିଲେ। ମାମଲାର ତଦନ୍ତ କରି କ୍ରାଇମବ୍ରାଞ୍ଚ ମଧ୍ୟପ୍ରଦେଶର ତୟବ ଖାନ (୨୩) ଏବଂ ଫିରୋଜ ଖାନ (୩୬) ଙ୍କୁ ଗିରଫ କରିଛି।

ଅଭିଯୁକ୍ତ ୦୨ ଜଣ ନିଜକୁ ଟ୍ରେଡ ଆନାଲିଷ୍ଟ ଭାବେ ଉପସ୍ଥାପନ କରି ଅଭିଯୋଗକାରୀଙ୍କ ଠାରୁ ୧ କୋଟି ୫୦ ଲକ୍ଷ ୫୦ ହଜାର ଟଙ୍କା ଠକି ନେଇଥିଲେ। ତଦନ୍ତକାରୀ ଟିମ ଅଭିଯୁକ୍ତ ଦ୍ୱୟଙ୍କ ଠାରୁ ମୋବାଇଲ୍ ଫୋନ୍, ସିମ୍ କାର୍ଡ, ଆଧାର କାର୍ଡ, ପ୍ୟାନ୍ କାର୍ଡ ଇତ୍ୟାଦି ସମେତ ବିଭିନ୍ନ ଅପରାଧମୂଳକ ସାମଗ୍ରୀ ଜବତ କରିଛି। ଏହି ମାମଲାରେ ପୂର୍ବରୁ ଠକମାନଙ୍କର ଏକାଧିକ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରାଯାଇଛି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+