ପ୍ରେମୀଯୁଗଳଙ୍କୁ ନିର୍ବସ୍ତ୍ର କରି ଗାଁ ବୁଲାଇଲେ ଲୋକେ
ଲଜ୍ୟାର ଚରମ ସୀମାରେ ଗ୍ରାମବାସୀ । ଦୁଇ ପ୍ରେମୀ ଯୁବଳଙ୍କୁ ନିବସ୍ତ୍ର କରି ଗାଁ ବୁଲାଇଲେ । ସେତିକିରେ ମନ ଭରିଲାନି ଯେ, ଭିଡିଓ ରେକର୍ଡିଂ କରି ସୋସିଆଲ ମିଡିଆରେ ଭାଇରାଲ କଲେ ।
ରାୟପୁର: ଲଜ୍ୟାର ଚରମ ସୀମାରେ ଗ୍ରାମବାସୀ । ଦୁଇ ପ୍ରେମୀ ଯୁବଳଙ୍କୁ ନିର୍ବସ୍ତ୍ର କରି ଗାଁ ବୁଲାଇଲେ । ସେତିକିରେ ମନ ଭରିଲାନି ଯେ, ଭିଡିଓ ରେକର୍ଡିଂ କରି ସୋସିଆଲ ମିଡିଆରେ ଭାଇରାଲ କଲେ । ଛତିଶଗଡ଼ କୋଣ୍ଡାଗାଁ ଜିଲ୍ଲାର ବଡ଼ଗୟୀ ଗ୍ରାମରେ ଏଭଳି ଏକ ଲଜ୍ୟାଜନକ ଘଟଣା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ବଡ଼ଗୟୀ ଗାଁର ଜଣେ ମହିଳା ତାଙ୍କ ସ୍ବାମୀ ଏବଂ ଜଣେ ଯୁବତୀଙ୍କୁ ଏକ ବନ୍ଦ କୋଠରୀରେ ଥିବା ଦେଖିବାକୁ ପାଇଥିଲେ। ଏହାପରେ ପତ୍ନୀ ରାଗିଯାଇ ଗ୍ରାମବାସୀଙ୍କୁ ଡାକିଥିଲେ । ଆଉ ତା ପରେ ଆରମ୍ଭ ହୋଇଥିଲା ଅତ୍ୟାଚାର । ପତ୍ନୀଙ୍କ ଅନୁମତି କ୍ରମେ ଲୋକେ ପ୍ରଥମେ ଏକ ବାଡ଼ିରେ ଦୁହିଁଙ୍କୁ ବାଡେଇ ବାଡେଇ ଲହୁଲୁହାଣ କରିବା ପରେ ସେମାନଙ୍କୁ ନିର୍ବସ୍ତ୍ର କରିଥିଲେ । ଏପରି ଅବସ୍ଥାରେ ଦୁହିଁଙ୍କୁ ପୁରା ଗାଁ ବୁଲାଇଥିଲେ ।
ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରିଥିଲା । ଉଭୟ ପୀଡ଼ିତ ଓ ପୀଡ଼ିତାଙ୍କୁ ପଚରାଉଚରା କରିବା ପରେ ଯୁବକଙ୍କ ପତ୍ନୀଙ୍କ ସମେତ 4 ଜଣଙ୍କୁ ଗିରଫ କରିଥିଲା। ବର୍ତ୍ତମାନ ଘଟଣାର ତଦନ୍ତ ଚାଲିଥିବା ବେଳେ ମାମଲାରେ ଜଡିତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ନେଇ ପୋଲିସ ସୂଚନା ଦେଇଛି।












Click it and Unblock the Notifications