ଗୁଜୁରାଟ ଦଙ୍ଗା ମାମଲା : 11 ଅପରାଧୀ ମୁକ୍ତ ନେଇ ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଲା କଂଗ୍ରେସ
ଗୁଜୁରାଟ ଦଙ୍ଗା ଓ ବିଲକିସ ବନୋ ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ମୁକ୍ତ ଘଟଣାକୁ ନେଇ ବର୍ତ୍ତମାନ ଖୁବ ଚର୍ଚ୍ଚା ହେଉଛି । ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛି କଂଗ୍ରେସ ।
ସୁରଟ: ଗୁଜୁରାଟ ଦଙ୍ଗା ଓ ବିଲକିସ ବନୋ ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ମୁକ୍ତ ଘଟଣାକୁ ନେଇ ବର୍ତ୍ତମାନ ଖୁବ ଚର୍ଚ୍ଚା ହେଉଛି । ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛି କଂଗ୍ରେସ । ଗୁଜୁରାଟ ଦଙ୍ଗାରେ ବିଲକିସ ବାନୋଙ୍କୁ ଗଣଦୁଷ୍କର୍ମ ମାମଲାରେ 11 ଜଣ ଦୋଷୀଙ୍କୁ ଗତ ଅଗଷ୍ଟ 15 ତାରିଖରେ ଜେଲରୁ ମୁକ୍ତ କରାଯାଇଛି। କଂଗ୍ରେସ ଟୁଇଟ୍ କରି କହିଛି ଯେ ଦେଶର ଝିଅ ବିଲକିସ୍ ବାନୋ ମହିଳାଙ୍କ ସୁରକ୍ଷା ତଥା ସମ୍ମାନ ଦାବି କରୁଥିବା ବିଜେପି ସରକାରଙ୍କ ପ୍ରତି ହୋଇଥିବା ଅନ୍ୟାୟର ପ୍ରମାଣ ଦାବି କରୁଛନ୍ତି। ଏହି ଘଟଣାରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଚୁପ ରହିଛନ୍ତି । ଏହାକୁ ସାରା ଦେଶ ଦେଖୁଛି ।

ମାର୍ଚ୍ଚ 3, 2002 ତାରିଖରେ ଗୁଜରାଟର ଗୋଦରାରେ ହୋଇଥିଲା ଦଙ୍ଗା । ଏହି ଦଙ୍ଗା ବେଳେ କିଛି ଦଳ ବିଲକିସ୍ ବାନୋଙ୍କ ପରିବାର ଉପରେ ଆକ୍ରମଣ କରିଥିଲେ। ଏହି ସମୟ ମଧ୍ୟରେ ବିଲକିସ୍ ବାନୋଙ୍କ ପରିବାରର 7 ଜଣ ସଦସ୍ୟଙ୍କ ପ୍ରାଣହାନୀ ହୋଇଥିଲା। ଏହାପରେ ଜାନୁଆରୀ 21,2008ରେ ସିବିଆଇର ଏକ ସ୍ୱତନ୍ତ୍ର କୋର୍ଟ ଏହି ମାମଲାରେ 11 ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ।
କିନ୍ତୁ ଚଳିତ ମାସରେ ଏହି ସମସ୍ତ ଅଭିଯୁକ୍ତଙ୍କୁ ମୁକ୍ତ କରାଯିବା ପରେ ଖୁବ ଚର୍ଚ୍ଚା ହେଉଛି। ଏହା ଘଟଣାକୁ ସାଧାରଣରେ ଖୁବ ନିନ୍ଦା କରାଯାଇଛି । ଆଜାଦୀ କା ଅମୃତ ମହୋତ୍ସବ ଅବସରରେ କିଛି କଏଦୀଙ୍କୁ ମୁକ୍ତ କରାଯାଇଥିଲା । କିନ୍ତୁ ଏହି ଅଭିଯୁକ୍ତଙ୍କୁ ମୁକ୍ତ କରିବା ନେଇ କୌଣସି ନିୟମ ନଥିବା କୁହାଯାଉଥିବା ବେଳେ ଏମାନେ ଖୁଲମଖୁଲା ବୁଲୁଛନ୍ତି।
ଏଥି ସହ ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ବିରୋଧୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅନ୍ୟପକ୍ଷରେ, ପୀଡିତା ବିଲକିସ୍ ବାନୋ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ଆଜି ଦୋଷୀ ମୁକ୍ତ ହେବା ପରେ ସେ ମୋତେ 20 ବର୍ଷ ପୂର୍ବେ ଘଟିଥିବା ଦୁର୍ଘଟଣାର ସ୍ମୃତି ମନେ ପଡିଯାଉଛି । ସେଦିର ସେହି କାଳରାତି ଆଜି ମୋ ମନରେ ସ୍ପଷ୍ଟ ଦେଖାଯାଉଛି। ଏହି ଖବର ଶୁଣିବା ପରେ ମୁଁ ବହୁତ ଦୁଃଖିତ।












Click it and Unblock the Notifications