ମୁଖା ଖୋଲିବ 'ଦସ୍ତଖତ' ! ରିମାଣ୍ଡରେ ଆସିବେ ଆକାଶ ପାଠକ

ନିଯୁକ୍ତିପତ୍ରରେ ଆକାଶ ପାଠକଙ୍କ ହସ୍ତାକ୍ଷର ଥିଲା କି ନାହିଁ ଏହାକୁ ତଦନ୍ତ ପରିଷରଭୁକ୍ତ କରିଛି ପୁଲିସ ।

ଭୁବନେଶ୍ୱର : ଗୋପାଳପୁର ଠାରେ ନିର୍ମାଣଧିନ ଟାଟା ପ୍ରକଳ୍ପରେ ନିଯୁକ୍ତି ଦେବା କହି ଲୋକଙ୍କୁ ଜାଲ ନିଯୁକ୍ତିପତ୍ର ବଣ୍ଟା ଯାଇଥିଲା । ଏହି ଜାଲ୍ ନିଯୁକ୍ତିପତ୍ର ଆକାଶ ପାଠକଙ୍କ ହସ୍ତାକ୍ଷରରେ ଦିଆଯାଇଥିଲା । ତେବେ ପରବର୍ତ୍ତି ସମୟରେ ନିଯୁକ୍ତିପତ୍ର ଜାଲ୍ ଥିବା ପୁଲିସ ଜାଣିବାକୁ ପାଇଥିଲା । ଏହି ଟାଟା ନିଯୁକ୍ତି ଜାଲିଆତିର ତନାଘନା କରୁଛି କମିଶନରେଟ୍ ପୁଲିସ । ନିଯୁକ୍ତିପତ୍ରରେ ଆକାଶ ପାଠକଙ୍କ ହସ୍ତାକ୍ଷର ଥିଲା କି ନାହିଁ ଏହାକୁ ତଦନ୍ତ ପରିଷରଭୁକ୍ତ କରିଛି ପୁଲିସ । ଏଥିପାଇଁ ଆକାଶଙ୍କ ହସ୍ତାକ୍ଷର ଯାଞ୍ଚ କରିବ ପୁଲିସ ।

ଅଭୟ ପାଠକ

ଆକାଶଙ୍କୁ ରିମାଣ୍ଡରେ ଆଣିବା ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ଖୁବ୍ ଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବ । ରିମାଣ୍ଡରେ ଆଣିବା ପରେ ଆକାଶଙ୍କ ହସ୍ତାକ୍ଷର ନମୁନା ସଂଗ୍ରହ କରାଯିବ । ପରେ ଏହାକୁ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଯିବ । ନିଯୁକ୍ତିପତ୍ରରେ ରହିଥିବା ଦସ୍ତଖତ ଓ ଆକାଶ ପୁଲିସକୁ ଦେଇଥିବା ଦସ୍ତଖତର ମେଳ କରାଯିବ । ଫଳରେ ନିଯୁକ୍ତିପତ୍ରର ଗୁମର ଖୋଲିବ ବୋଲି ପୁଲିସ କହିଛି । ଏଠାରେ କହି ରଖୁଛୁ କି ଆକାଶ ବହୁ ଯୁକଯୁବତୀଙ୍କୁ ଟାଟାରେ ଚାକିରି ଦେବା ନାଁରେ ଠକି ଥିବା ଅଭିଯୋଗ ହୋଇଛି । ଏହି ଚାକିରିର ପ୍ରଲୋଭନ ଦେଖାଇ ଆକାଶ ଲକ୍ଷାଧିକ ଟଙ୍କା ଠକିଥିବା କୁହାଯାଉଛି । ଅପରପକ୍ଷରେ ଆକାଶ ପାଠକ ଟାଟାର କର୍ମଚାରୀ ନୁହନ୍ତି ବୋଲି ପୂର୍ବରୁ ସ୍ପଷ୍ଟିକରଣ ରଖିସାରିଛି ଟାଟା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+