ରାଜଧାନୀରେ କୁଖ୍ୟାତ ଅପରାଧୀ ଜିତେନ୍ଦ୍ର ପଲେଇକୁ ଏନକାଉଣ୍ଟର

ଭୁବନେଶ୍ୱର: ରାଜଧାନୀରେ ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀ ଜିତୁ ଓରଫ ଜିତେନ୍ଦ୍ର ପଲେଇକୁ ଏନକାଉଣ୍ଟର କଲା କମିଶନରେଟ ପୋଲିସ । ବାଙ୍କୁଆଳ କୂଅଖାଇ ନଦୀ ପଠାରେ ଜିତୁକୁ ବିଳମ୍ବିତ ରାତି ପ୍ରାୟ ସାଢ଼େ ଗୋଟାଏରେ ଏନକାଉଣ୍ଟର କରିଛି ପୋଲିସ ।
ଜିତୁର ବାମ ଗୋଡର ଗୁଳି ବାଜିଥିବା ବେଳେ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲ ପରେ କଟକ ସ୍ଥାନାନ୍ତର କରାଯାଇଛି । ଜିତୁ କାର୍ ନେଇ ଭୁବନେଶ୍ୱର ଆସୁଥିବା ବେଳେ ଟଙ୍କପାଣି ରୋଡରେ ପୋଲିସ ଟିମ୍ ସହିତ ମୁହାଁମୁହାଁ ହୋଇଥିଲା । ପୋଲିସକୁ ଦେଖିବା ମାତ୍ରେ ଜିତୁ ଆଖିବୁଜା ଗୁଳିମାଡ଼ କରି ଖସିଯିବାକୁ ଉଦ୍ୟମ କରିଥିଲା । ବହୁ ସମୟ ଧରି ପୋଲିସ-ଅପରାଧୀ ମଧ୍ୟରେ ଛକାପଞ୍ଝା ଚାଲିଥିଲା । ଶେଷରେ ଜିତୁକୁ କାବୁ କରିବାକୁ ୧୦ ରାଉଣ୍ଡ ଗୁଳି ଚଳାଇଥିଲା ପୋଲିସ ।
ତେବେ ଜିତେନ୍ଦ୍ର ପଲେଇ ନାଁରେ ପୂର୍ବରୁ ବିଭିନ୍ନ ଥାନାରେ ଅନେକ ଅପରାଧିକ ମାମଲା ରହିଛି । ହତ୍ୟା, ହତ୍ୟା ଉଦ୍ୟମ, ଡ଼କାୟତି, ସୁପାରୀ କିଲିଙ୍ଗ ଭଳି ସାଂଘାତିକ ମାମଲା ଉକ୍ତ ଅଭିଯୁକ୍ତ ନାଁରେ ରହିଛି । ଗତ ୧୭ ତାରଖରେ ୪ ନମ୍ବର ସ୍ଥିତ ସୁନା ଦୋକାନୀ ଶ୍ରୀ ଜୁଏଲର୍ସରେ ବୋମା ମାଡ଼ କରିଥିଲା ଏହି ଦୁର୍ବୁତ୍ତ । ସୁପାରୀ କିଲିଙ୍ଗ ପାଇଁ ଏହି ସୁନା ଦୋକାନରେ ହୋଇଥିଲା ଆକ୍ରମଣ ।












Click it and Unblock the Notifications