କମିଶନରେଟ ପୋଲିସ ପଞ୍ଝାରେ ୭ ସାଇବର ଲୁଟେରା: ୧୧୦ ମୋବାଇଲ୍ ଫୋନ୍, ୧୬ ହଜାର ସିମ୍ ଜବତ
କମିଶନରେଟ ପୋଲିସ ପଞ୍ଝାରେ ହାଇପ୍ରୋଫାଇଲ୍ ସାଇବର ଠକ ଗ୍ୟାଙ୍ଗ । ବନ୍ଧା ହେଲେ ୭ ସାଇବର ଠକ । ଏମାନଙ୍କଠୁ ୧୧୦ରୁ ଅଧିକ ମୋବାଇଲ୍ ଫୋନ୍ ଓ ୧୬ ହଜାର ସିମ୍ ଜବତ କରିଛି କମିଶନରେଟ୍ ପୋଲିସ ।
ଭୁବନେଶ୍ୱର: କମିଶନରେଟ ପୋଲିସ ପଞ୍ଝାରେ ହାଇପ୍ରୋଫାଇଲ୍ ସାଇବର ଠକ ଗ୍ୟାଙ୍ଗ । ବନ୍ଧା ହେଲେ ୭ ସାଇବର ଠକ । ଏମାନଙ୍କଠୁ ୧୧୦ରୁ ଅଧିକ ମୋବାଇଲ୍ ଫୋନ୍ ଓ ୧୬ ହଜାର ସିମ୍ ଜବତ କରିଛି କମିଶନରେଟ୍ ପୋଲିସ । ଏଥି ସହିତ ଏକାଧିକ ଏଟିଏମ୍ ଓ ବ୍ୟାଙ୍କ ପାସବୁକ୍ ମଧ୍ୟ ଜବତ ହୋଇଛି ।

କଟକରେ ଏକ ଅଫିସ କରି ମିଶନ ଅପରେଟ କରୁଥିଲା ଏହି ସାଇବର ଲୁଟେରା ଗ୍ୟାଙ୍ଗ । ତଦନ୍ତ ବେଳେ ଜଣାପଡ଼ିଥିଲା ଭଦ୍ରକ, ବାଲେଶ୍ୱର ଆଖପାଖ ଜିଲ୍ଲାରୁ ବହୁ ପରିମାଣର ପ୍ରି-ଆକ୍ଟିଭେଟେଡ୍ ସିମ୍ ବାହାରକୁ ଚାଲାଣ ହେଉଥିଲା । ଉକ୍ତ ସିମଗୁଡ଼ିକ ସାଇବର କ୍ରାଇମରେ ବ୍ୟବହାର କରାଯାଉଥିଲା । ଆମେ ପ୍ରି-ଆକ୍ଟିଭେଟେଡ୍ ସିମକୁ ଟ୍ରାକ୍ କରି ତଦନ୍ତ କରିଥିଲୁ । ଏହା ପଛରେ ବଡ଼ ଗ୍ୟାଙ୍ଗ ଥିବା ଜଣା ପଡ଼ିଥିଲା ବୋଲି କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।
ଗ୍ରାହକଙ୍କ ପରିଚୟ ପତ୍ରକୁ ନକଲ କରି ବହୁ ସିମ୍ ଆକ୍ଟିଭ୍ କରି ଅନ୍ୟ ରାଜ୍ୟକୁ ପଠାଯାଉଥିଲା । ଏହି ସବୁ ସିମ୍ ଅନ୍ୟ ରାଜ୍ୟକୁ ପଠାଯାଇ ଠକେଇ କରାଯାଉଛି । ଏହି ସିମ୍ ଗୋଟିଏ ଥର ବ୍ୟବହାର କରି ଫୋପାଡ଼ି ଦିଅନ୍ତି । ଫଳରେ ସାଇବର କ୍ରାଇମ୍ ବଢ଼ିଥାଏ । ଆମେ ବିଭିନ୍ନ ସ୍ଥାନ ବାଲେଶ୍ୱର, ଭଦ୍ରକ ଓ କେନ୍ଦୁଝର ଅଞ୍ଚଳରେ ରେଡ୍ କରି ୭ ଜଣଙ୍କୁ ଗିରଫ କରାଯାଇଛି ବୋଲି ପୋଲିସ କମିଶନର କହିଛନ୍ତି ।

ଗିରଫ ୭ ଜଣଙ୍କ ମଧ୍ୟରୁ ୫ ଜଣ ମୋବାଇଲ୍ ବିକ୍ରେତା ଅଛନ୍ତି । ଅନ୍ୟ ୨ ଜଣ ଏକ ନିର୍ଦ୍ଦିଷ୍ଟ ସର୍ଭିସ୍ ପ୍ରୋପାଇଡର କମ୍ପାନୀର କର୍ମଚାରୀ ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର । ଏତେ ସଂଖ୍ୟାରେ ସିମ୍ କିଭଳି ଆକ୍ଟିଭେଟ୍ ହେଉଛି । କିଭଳି ବାହାରକୁ ଯାଉଛି । ଏସବୁର ତଦନ୍ତ କରାଯିବ ବୋଲି କହିଛନ୍ତି ପୋଲିସ କମିଶନର । ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯିବ । ରାଜ୍ୟ ବାହାରକୁ ଏହି ସାଇବର କ୍ରାଇମ୍ ଚେର ଲମ୍ବିଛି । ଗୋଟିଏ ପ୍ରି-ଆକ୍ଟିଭେଟ୍ ସିମର ମୂଲ୍ୟ ୫ ଶହ ଟଙ୍କାରୁ ଅଧିକ । ପ୍ରି-ଆକ୍ଟିଭେଟ୍ ସିମକୁ ଗିରଫ ଅଭିଯୁକ୍ତ କୋରିଅର ମାଧ୍ୟମରେ ବାହାର ରାଜ୍ୟକୁ ପଠାଉଥିଲେ । ତଦନ୍ତରେ ଯାହାର ଅବହେଳା ଦେଖାଯିବ କାର୍ଯ୍ୟାନୁଷ୍ଠାନ ନିଆଯିବ ।












Click it and Unblock the Notifications