ଜୁନରେ କମିଶନରେଟ୍ ପୋସିଲ ଜାଲରେ ୧୦୪ ଅଭିଯୁକ୍ତ
ରାଜଧାନୀରେ ଅପରାଧ ସଂଖ୍ୟା ବଢ଼ିବା ସହ ଅପରାଧୀଙ୍କ ସଂଖ୍ୟା ମଧ୍ଯ ବଢ଼ିବାରେ ଲାଗିଛି । ଚୋରି, ଲୁଟ୍, ଛିନ୍ତାଇ ଓ ନିଶା କାରବାର ଏବେ ସହରରେ ଅଣାୟତ୍ତ ହୋଇ ପଡ଼ିଛି ।
ଭୁବନେଶ୍ବର: ରାଜଧାନୀରେ ଅପରାଧ ସଂଖ୍ୟା ବଢ଼ିବା ସହ ଅପରାଧୀଙ୍କ ସଂଖ୍ୟା ମଧ୍ଯ ବଢ଼ିବାରେ ଲାଗିଛି । ଚୋରି, ଲୁଟ୍, ଛିନ୍ତାଇ ଓ ନିଶା କାରବାର ଏବେ ସହରରେ ଅଣାୟତ୍ତ ହୋଇ ପଡ଼ିଛି । ଅପରାଧ ଘଟାଉଥିବା ଅସାମାଜିକଙ୍କୁ ସାବାଡ଼ କରିବା ପାଇଁ କଠୋର ଆଭିମୁଖ୍ୟ ଗ୍ରହଣ କରୁଛି ପୋଲିସ ।

ଏହି କ୍ରମରେ ଜୁନ ମାସରେ ୧୦୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ତେବେ ସମ୍ବେଦନଶୀଳ ଘଟଣାରେ ଗିରଫ ହୋଇଥିବା କେତେକ ଅଭିଯୁକ୍ତ ମୁହଁ ଖୋଲି ନାହାନ୍ତି । ଏଣୁ ୧୧୦ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯାଇ ଜେରା କରାଯାଇଛି । ଆଉ ସେମାନଙ୍କ ଠାରୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ ହୋଇଛି ।
ଏଥିସହ ବାରମ୍ବାର ଅପରାଧ ଘଟାଉଥିବା ୨୧ ଜଣ ଦୁର୍ଦ୍ଦାନ୍ତଙ୍କ ବିରୋଧରେ ୧୧୦ ଦଫା ଲଗାଯାଇଛି । ସେହିପରି ଅଭିଯୁକ୍ତଙ୍କ ଠାରୁ ଚୋରି ଓ ଲୁଟ୍ ହୋଇଥିବା ସମ୍ପତ୍ତି ଠାବ ହୋଇଛି। ଜବତ ସମ୍ପଭିରେ ରହିଛି ୭୦.୮୫ ଗ୍ରାମର ସୁନା ଗହଣା, ୧୨୯ ଗ୍ରାମର ରୁପା, ୧୬୭ଟି ମୋବାଇଲ ଫୋନ୍, ୨୭ ଟି ଯାନ, ୨ଟି ଲାପଟପ ଓ ନଗଦ ୮୬ ହାଜର ଟଙ୍କା । ସେହିଭଳି ସହରକୁ ନିଶାମୁକ୍ତ କରିବା ଲାଗି ଜାରି ରହିଛି ଧରପଗଡ଼ ଅଭିଯାନ । ଏଥିରେ ୧୨ଟି ମାମଲା ରଜୁ କରି ୨୪ ଜଣଙ୍କୁ ଗିରଫ କରାଯାଇଛି ।












Click it and Unblock the Notifications