ସ୍ୱାଭିମାନ ଅଞ୍ଚଳରେ ବଡ ଅପରେସନ : ଟାର୍ଗେଟରେ ଥିଲେ ପୁଲିସ ! 148 ରାଉଣ୍ଡ ଗୁଳି ଜବତ

ସ୍ୱାଭିମାନ ଅଞ୍ଚଳରୁ 93 ରାଉଣ୍ଡ ଥ୍ରୀ ନଟ୍ ଥ୍ରୀ ବନ୍ଧୁକ ଗୁଳି, 53 ରାଉଣ୍ଡ 9 ଏମ.ଏମ. ପିସ୍ତଲ ବୁଲେଟ୍, 14ଟି ହ୍ୟାଣ୍ଡ ଗ୍ରେନେଡ୍, 2ଟି ଲ୍ୟାଣ୍ଡ ମାଇନ ସମେତ ଡିଟୋନେଟର ଓ ମାଓ ସାମଗ୍ରୀ ଜବତ କରାଯାଇଛି

ଭୁବନେଶ୍ୱର : ମାଲକାନାଗିରିର ସ୍ୱାଭିମାନ ଅଞ୍ଚଳରେ ବଡ ଅପରେସନ । ମାଲକାନାଗିରି ପୁଲିସ, ବିଏସଏଫ ଓ ଡିଭିଏଫ ପକ୍ଷରୁ ମିଳିତ ଅପରେସନରେ ଜବତ ହୋଇଛି ମାଓ ସାମଗ୍ରୀ । ସ୍ୱାଭିମାନ ଅଞ୍ଚଳ ସ୍ଥିତ ଜୋଡାମ୍ବ ଥାନା ଅନ୍ତର୍ଗତ ଓରାପାଦର ଓ ଅଣ୍ଡ୍ରାପାଲି ଠାରେ ଚଢଉ କରି ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି । ଜବତ ସାମଗ୍ରୀ ମଧ୍ୟରେ 93 ରାଉଣ୍ଡ ଥ୍ରୀ ନଟ୍ ଥ୍ରୀ ବନ୍ଧୁକ ଗୁଳି, 53 ରାଉଣ୍ଡ 9 ଏମ.ଏମ. ପିସ୍ତଲ ବୁଲେଟ୍, 14ଟି ହ୍ୟାଣ୍ଡ ଗ୍ରେନେଡ୍, 2ଟି ଲ୍ୟାଣ୍ଡ ମାଇନ ସମେତ ଡିଟୋନେଟର ଓ ମାଓ ସାମଗ୍ରୀ ଜବତ କରାଯାଇଛି ।
ଗତକିଛି ଦିନ ତଳେ ପୁଲିସ ମହାନିର୍ଦ୍ଦେଶକ ସ୍ୱାଭିମାନ ଅଞ୍ଚଳର ପରିଦର୍ଶନରେ ଯାଇଥିଲେ । ସେଠାରେ ମାଓବାଦୀମାନଙ୍କୁ ମୁଖ୍ୟସ୍ରୋତକୁ ଫେରି ଆସିବା ପାଇଁ ଆହ୍ୱାନ କରିଥିଲେ ।

କମ୍ବିଂ ଅପରେସନ

ସେହିପରି ଗୁରାସେତୁ ସେତୁ ଠାରେ ଏକ ନୂତନ ବିଏସଏଫ୍ କ୍ୟାମ୍ପ ପ୍ରତିଷ୍ଠା କରାଯାଇଥିଲା । ଏହାପର ଠାରୁ ସ୍ୱାଭିମାନ ଅଞ୍ଚଳରେ କୁମ୍ବିଂ ଅପରେସନକୁ ଯୋରଦାର୍ କରାଯାଇଛି । ଓରାପାଦର ଓ ଆଣ୍ଡ୍ରାପାଲି ଠାରେ ବିପୁଳ ପରିମାଣର ମାଓ ସାମଗ୍ରୀ ଗଚ୍ଛିତ ରଖାଯାଇଥିବା ଖବର ମିଳିବା ପରେ ସେହି ଅଞ୍ଚଳରେ କୁମ୍ବିଂ ଅପରେସନର ଉକ୍ତ ସାମଗ୍ରୀ ଜବତ କରାଯାଇଥିଲା । ଏହି ସବୁ ମାରଣାସ୍ତ୍ର ଗୁଡିକ ଆନ୍ଧ୍ର-ଓଡିଶା ବର୍ଡର ସ୍ପେଶାଲ ଜୋନାଲ କମିଟିର ମାଓବାଦୀମାନେ ପୁଲିସକୁ ଟାର୍ଗେଟ କରିବା ଉଦ୍ଦେଶ୍ୟରେ ଗଚ୍ଛିତ ରଖିଥିଲେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଏସପି ରିଷିକେଶ କିଲ୍ଲାରୀ । ସୂଚନାଥାଉକି, ଗୁରାସେତୁ ଠାରେ ନୂତନ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ପରେ ଉକ୍ତ ଅଞ୍ଚଳରେ ସାମାଜିକ ସ୍ତରରେ ପରିବର୍ତ୍ତନ ଆସୁଥିବା ଦେଖିବାକୁ ମିଳୁଛି । ଯେଉଁଠି ଦିନେ ଲୋକେ ଭୟରେ ରହୁଥିଲେ ଆଜି ସେହି ସବୁ ଅଞ୍ଚଳରେ ଶାନ୍ତିର ବାତାବରଣ ରହିଥିବା କୁହାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+