ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ: ବେଗୁନିଆ ବାସଗୃହରେ ଏବେ ବି ଚଢାଉ ଜାରି
ଭିଜିଲାନ୍ସ ଜାଲରେ କିରାଣୀ । ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ କିରାଣୀ ଦେବାଶିଷ ମହାପାତ୍ର । କେନ୍ଦୁଝର ସଦର ମହକୁମାରେ ଥିବା ଜିଲ୍ଲା ଆୟୁର୍ବେଦିକ କାର୍ଯ୍ୟାଳୟର କିରାଣୀ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ।
ବିରାମ ଟୁଡୁ ନାମକ କର୍ମଚାରୀଙ୍କ ବକେୟା ପାଉଣା ପାଇଁ ସେ ୧୫ ହଜାର ଟଙ୍କା ଦାବି କରିଥିଲେ । ମଙ୍ଗଳବାର ଅଭିଯୋଗକାରୀଙ୍କ ଠାରୁ ପାଞ୍ଚ ହଜାର ଟଙ୍କା ଅଗ୍ରୀମ ନେବା ସମୟରେ ଭିଜିଲାନ୍ସ କର୍ମଚାରୀ ତାଙ୍କୁ କାବୁ କରି ନେଇଥିଲେ ।
ସୂଚନା ଅନୁସାରେ, ଦେବାଶିଷ ଚମ୍ପୁଆ ବ୍ଲକ ଆୟୁର୍ବେଦିକ ଆସିଷ୍ଟାଣ୍ଟ ବିରାମ ତୁଡ଼ୁଙ୍କ ପାଞ୍ଚ ମାସର ବକେୟା ଦରମା କରିବା ପାଇଁ ପାଞ୍ଚ ସହ ଟଙ୍କା ଦାବି କରିଥିଲେ । ଏହା ସହ ଜିଲ୍ଲାର ଅନ୍ୟ ୩୦ ଜଣ କର୍ମଚାରୀଙ୍କ ବକେୟା ଦରମା ପାଇଁ ପାଞ୍ଚ ଶହ କରି ପନ୍ଦର ହଜାର ଟଙ୍କା ପାଇଁ ଦାବି କରିଥିଲେ । ଏହି ଟଙ୍କା ନଦେଲେ ବକେୟା ଦରମା କରିବେ ନାହିଁ ବୋଲି ଦେବାଶିଷ କହିଥିଲେ ।

ତେବେ ଯୋଜନା ମୁତାବକ ଚଢାଉ କରିଥିଲା ଭିଜିଲାନ୍ସ । ଆଜି ଟଙ୍କା ଏକାଠି କରି ବିରାମ ତୁଡ଼ୁ ଦେବାଶିଷଙ୍କୁ ଲାଞ୍ଚ ଦେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା । ଏହାସହ ଭିଜିଲାନ୍ସ ବିଭାଗ ପକ୍ଷରୁ ଦେବାଶିଷଙ୍କ ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ବାସଗୃହ ଓ କାର୍ଯ୍ୟାଳୟରେ ଏକା ସଙ୍ଗେ ଚଢ଼ାଉ ଜାରି ରଖିଛି ।
କେନ୍ଦୁଝର ଭିଜିଲାନ୍ସ ବିଭାଗ ଡିଏସପି ସୁଧାଂଶୁ ଶେଖର ପୂଜାରୀଙ୍କ ନିର୍ଦ୍ଦେଶରେ ଭଦ୍ରକ ଓ କେନ୍ଦୁଝର ଜିଲ୍ଲାରେ ଭିଜିଲାନ୍ସ ବିଭାଗ କର୍ମଚାରୀ ଉପସ୍ଥିତି ଥିଲେ । ଦୀର୍ଘ ଦିନ ନିରବତା ପରେ କେନ୍ଦୁଝର ଜିଲ୍ଲାରେ ଭିଜିଲାନ୍ସ ବିଭାଗ ସକ୍ରିୟ ହୋଇଛି ।












Click it and Unblock the Notifications