ରାଜଧାନୀରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ : ଖଣ୍ଡା, ଭୁଜାଲି ଧରି ଗୋଡାଇ ହାଣିଲେ, ୭ ଗୁରୁତର

ଭୁବନେଶ୍ଵର: ଭୁବନେଶ୍ୱର ଉପକଣ୍ଠ ଶିଶୁପାଳଗଡ଼ରେ ଦୁଇ ଗୋଷ୍ଠୀ ସଂଘର୍ଷ । ହାତରେ ମାରଣାସ୍ତ୍ର ଧରି ଗୋଡାଇ ଗୋଡାଇ ହାଣିଲେ । ଘଟଣାରେ ୭ ଜଣ ଆହତ ହୋଇଥିବା ବେଳେ ୧୨ଟି ବାଇକ୍ ଭାଙ୍ଗିଛନ୍ତି ।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀକୁ ଆକ୍ରମଣ କରିଛି । ଆକ୍ରମଣରେ ୭ ଜଣ ଗୁରୁତର ଆହତ ହୋଇଥିବା ବେଳେ ସମସ୍ତଙ୍କୁ ମେଡିକାଲ୍ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁସାରେ, ଭୁବନେଶ୍ୱର ଶିଶୁପାଳଗଡ଼ ଅଞ୍ଚଳରେ ଏକ ନିଛାଟିଆ ସ୍ଥାନରେ ବସି ୮ ଜଣ ମଦ ପିଇଥିଲେ । ଏହା ପରେ ନିଶାରେ ପ୍ରଥମେ ଗାଡି ସାଇଡ୍ ମାରିବା ବାହାନାରେ ଜଣେ ଯୁବକଙ୍କୁ ଆକ୍ରମଣ କରିଥିଲେ ।

CRIME

ଆଉ ପରେ ଖଣ୍ଡା, ଭୁଜାଲି ଧରି ଯାହାକୁ ପାଇଲେ ଗୋଡାଇ ଗୋଡାଇ ହାଣିଲେ । ପ୍ରତିବାଦ କରିବାରୁ ୭ ଜଣ ଯୁବକଙ୍କୁ ଆକ୍ରମଣ କରିଥିଲେ । ଯୁବକଙ୍କ ଉତ୍ପାତ ଦେଖି ଲୋକେ ଆତଙ୍କିତ ହୋଇପଡ଼ିଥିଲେ ।

ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ସ୍ଥାନୀୟ ଅଂଚଳର ଯୁବକ ଶିଶୁପାଳଗଡ଼ ଛକ ନିକଟରେ ଜାତୀୟ ରାଜପଥ ଅବରୋଧ କରିଥିଲେ । ଫଳରେ ଦୀର୍ଘ ସମୟ ଧରି ଟ୍ରାଫିକ୍ ସମସ୍ୟା ଦେଖାଦେଇଥିଲା।

ଫଳରେ ଗମନାଗମନ ଗୁରୁତର ଭାବେ ପ୍ରଭାବିତ ହୋଇଥିଲା । ଉଭୟ ପାର୍ଶ୍ଵରେ ବହୁ ସଂଖ୍ୟାରେ ଗାଡ଼ି ଅଟକି ରହିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବାକୁ ପ୍ରୟାସ ଚଳାଇଛି ।

ତେବେ ଏହି ଘଟଣା ହେଲା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତବରଣ ଖେଳିଯାଇଛି । ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ପୋଲିସ ଘଟଣସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା । ଆଉ ତା' ପରେ ମାହୋଲ ଟିକେ ଶାନ୍ତ ହୋଇଥିଲା ।

ଆଗରୁ ମଧ୍ୟ ବାରମ୍ବାର ରାଜଧାନୀରେ ଏହି ସବୁ ଘଟଣା ସାମ୍ନାକୁ ଆସିଛି । ତଥାପି ଏହାର ସମାଧାନ ହୋଇ ପାରୁନାହିଁ । ଦିନକୁ ଦିନ ଆହୁରି ଅଶାନ୍ତ ହେଉଛି ରାଜଧାନୀ । ଗତକାଲିର ଘଟଣା ସମସ୍ତଙ୍କ ମନରେ ଭୟ ସୃଷ୍ଟି କରିଛି । ତେବେ ଏଥିପ୍ରତି କଠୋର କାର୍ଯ୍ୟନୁଷ୍ଠାନର ଆବଶ୍ୟକ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+