ବରମୁଣ୍ଡା ନୂଆ ବସଷ୍ଟାଣ୍ଡରେ ହଣାକଟା, ଦୁଇ ବସ କର୍ମଚାରୀ ଆହତ
ପୁଣି ରକ୍ତରଞ୍ଜିତ ହେଲା ରାଜଧାନୀ । ରବିବାର ରାଜଧାନୀ ଭୁବନେଶ୍ୱର ସ୍ଥିତ ବରମୁଣ୍ଡାର ନୂଆ ବସଷ୍ଟାଣ୍ଡରେ ହଣାଟକା । ବସଷ୍ଟାଣ୍ଡରେ ଦୁଇ ବସ୍ କର୍ମଚାରୀଙ୍କ ମଧ୍ୟରେ ସାଧାରଣ ବଚସାରୁ ଗଣ୍ଡଗୋଳ ହୋଇଥିଲା ।
ଭୁବନେଶ୍ୱର: ପୁଣି ରକ୍ତରଞ୍ଜିତ ହେଲା ରାଜଧାନୀ । ରବିବାର ରାଜଧାନୀ ଭୁବନେଶ୍ୱର ସ୍ଥିତ ବରମୁଣ୍ଡାର ନୂଆ ବସଷ୍ଟାଣ୍ଡରେ ହଣାଟକା । ବସଷ୍ଟାଣ୍ଡରେ ଦୁଇ ବସ୍ କର୍ମଚାରୀଙ୍କ ମଧ୍ୟରେ ସାଧାରଣ ବଚସାରୁ ଗଣ୍ଡଗୋଳ ହୋଇଥିଲା । ଯାହା ଉଗ୍ର ରୂପ ନେବାରୁ ଉଭୟଙ୍କ ମଧ୍ୟରେ ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଛି । ଏଥିରେ ୨ ଜଣ ଆହତ ହୋଇଥିବା ସୂଚନା ମିଳିଛି ।

କେଉଁ ବସ୍ ଆଗରେ ଯିବ ଓ କେଉଁ ବସ ପଛରେ ଯିବ । ସେନେଇ ଆରମ୍ଭ ହୋଇଥିଲା ହଙ୍ଗାମା । ପରେ ଘଟଣା ତୀବ୍ର ରୂପ ନେଇ ପରସ୍ପରକୁ ଆକ୍ରମଣ କରିଥିଲେ ଦୁଇ ବସ କର୍ମଚାରୀ ।
ଘଟଣା ସମ୍ପର୍କରେ ଖବର ପାଇବା ପରେ ଭରତପୁର ପୋଲିସ ବରମୁଣ୍ଡା ନୂଆ ବସ୍ଷ୍ଟାଣ୍ଡରେ ପହଞ୍ଚିଛି। ଅଭିଯୁକ୍ତମାନେ ଫେରାର ହୋଇଯାଇଥିବା ବେଳେ ପୁଲିସ୍ ଏ ଘଟଣାରେ ପୋଲିସ ଜଣଙ୍କୁ ଅଟ ରଖି ପଚରାଉଚରା କରୁଛି ଓ ଅନ୍ୟମାନଙ୍କୁ ଧରିବାକୁ ପ୍ରୟାସ କରୁଛି।












Click it and Unblock the Notifications