ଚିତ୍ତରଞ୍ଜନ ମୃତ୍ୟୁ ମାମଲାରେ ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲା କ୍ରାଇମବ୍ରାଞ୍ଚ
ସଞ୍ଜୟ ଦାସବର୍ମାଙ୍କ ସହଯୋଗୀ ଚିତ୍ତରଞ୍ଜନ ପଲେଇ ମୃତ୍ୟୁ ମାମଲାରେ ୨ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲା କ୍ରାଇମବ୍ରାଞ୍ଚ । ଜଗନ୍ନାଥ ଷଡଙ୍ଗୀ ଓ ତାଙ୍କ ସହଯୋଗୀ ଅଶୋକ ଉପାଧ୍ୟାୟ ଗିରଫ ହୋଇଛନ୍ତି ।
ପୁରୀ: ସଞ୍ଜୟ ଦାସବର୍ମାଙ୍କ ସହଯୋଗୀ ଚିତ୍ତରଞ୍ଜନ ପଲେଇ ମୃତ୍ୟୁ ମାମଲାରେ ୨ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲା କ୍ରାଇମବ୍ରାଞ୍ଚ । ଜଗନ୍ନାଥ ଷଡଙ୍ଗୀ ଓ ତାଙ୍କ ସହଯୋଗୀ ଅଶୋକ ଉପାଧ୍ୟାୟ ଗିରଫ ହୋଇଛନ୍ତି । ମାମଲାରେ କ୍ରାଇମବ୍ରାଞ୍ଚ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ପାଇଥିବା ସୂଚନା । ।

କ୍ରାଇମବ୍ରାଞ୍ଚ ଡ଼ିଏସପି ଶିଶିର ମିଶ୍ରଙ୍କ ତତ୍ୱବାଧାନରେ ଚାଲିଥିଲା ଏହି ହାଇପ୍ରୋଫାଇଲ ମାମଲାର ତଦନ୍ତ । ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ ଚିତ୍ତରଞ୍ଜନ ପଲେଇଙ୍କ ହତ୍ୟା ଘଟଣାର ଖିଅ କ୍ରାଇମବ୍ରାଞ୍ଚ ହାତରେ ଲାଗି ସାରିଥିବା ସୂଚନା । ଘଟଣାରେ ସଂଶ୍ଲିଷ୍ଠ ଥିବା ନେଇ ପୂର୍ବରୁ ଜଗନ୍ନାଥ ଷଡ଼ଙ୍ଗୀଙ୍କୁ ପୋଲିସ ଅଟକ ରଖିଥିବାବେଳେ ଉକ୍ତ ବ୍ୟକ୍ତିଙ୍କୁ ହିଁ ମୁଖ୍ୟ ଅଭିଯୁକ୍ତ ବୋଲି ଅନୁମାନ କରାଯାଉଥିଲା । କିନ୍ତୁ ଆଜି କ୍ରାଇମବ୍ରାଞ୍ଚ ଟିମ୍ ଜଗନ୍ନାଥ ଷଡ଼ଙ୍ଗୀ ସହ ଅନ୍ୟଜଣେ ସହଯୋଗୀଙ୍କୁ କୋର୍ଟ ଚାଲାଣ କରିଛି ।












Click it and Unblock the Notifications