ଆସିଲା ଚିନ୍ମୟୀ ପ୍ରିୟଦର୍ଶିନୀଙ୍କ ଡାଏଟମ୍ ଟେଷ୍ଟ ରିପୋର୍ଟ, ପାଣିରେ ବୁଡ଼ି ଚିନ୍ମୟୀଙ୍କ ମୃତ୍ୟୁ
ଆସିଲା ଚନ୍ମୟୀ ପ୍ରିୟଦର୍ଶିନୀଙ୍କ ଡାଏଟମ୍ ଟେଷ୍ଟ ରିପୋର୍ଟ । ପାଣିରେ ବୁଡି ମୃତ୍ୟୁ ହୋଇଥିବା ନେଇ ରିପୋର୍ଟରେ ଉଲ୍ଲେଖ । ବ୍ୟବଚ୍ଛେଦ ରିପୋର୍ଟରେ ମଧ୍ୟ ପାଣିଲେ ବିଡ଼ି ମୃତ୍ୟୁ ହୋଇଥିବା ନେଇ ଉଲ୍ଲେଖ ଥିଲା ।

ଭୁବନେଶ୍ୱର: ଆସିଲା ଚନ୍ମୟୀ ପ୍ରିୟଦର୍ଶିନୀଙ୍କ ଡାଏଟମ୍ ଟେଷ୍ଟ ରିପୋର୍ଟ । ପାଣିରେ ବୁଡି ମୃତ୍ୟୁ ହୋଇଥିବା ନେଇ ରିପୋର୍ଟରେ ଉଲ୍ଲେଖ । ବ୍ୟବଚ୍ଛେଦ ରିପୋର୍ଟରେ ମଧ୍ୟ ପାଣିରେ ବୁଡ଼ି ମୃତ୍ୟୁ ହୋଇଥିବା ନେଇ ଉଲ୍ଲେଖ ଥିଲା । ଏବେ ଚିନ୍ମୟୀଙ୍କ ଭିସେରା ରିପୋର୍ଟକୁ ଅପେକ୍ଷା କରାଯାଇଛି ।
ଚିନ୍ମୟୀ ଆତ୍ମହତ୍ୟା କରିଛନ୍ତି ନା ଏଥିପାଇଁ କେହି ତାଙ୍କୁ ଉସୁକାଇଛି ସେ ନେଇ ତଦନ୍ତ ଜାରି ରହିଛି । ଅନ୍ୟପକ୍ଷରେ ଚିନ୍ମୟୀଙ୍କ ପୁରୁଷବନ୍ଧୁ ପ୍ରୀତମାନ ଦେଙ୍କୁ ପଚରାଉଚରା କରିବା ପରେ ଜାମିନରେ ଛାଡି ଦେଇଛି ପୋଲିସ । ସେପଟେ ଡାଏଟମ୍ ରିପୋର୍ଟକୁ ନେଇ ନିଜ ଅସନ୍ତୋଷ୍ଟ ପ୍ରକାଶକରିବା ସହ ଝିଅକୁ ନ୍ୟାୟ ଦେବା ପାଇଁ ହାଇକୋର୍ଟ ଯିବେ ବୋଲି କହିଛନ୍ତି ଚିନ୍ମୟୀଙ୍କ ମାଆ । ସୂଚନାଥାଉ ଯେ, ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଚି ଅଫ୍ ଟେକ୍ନୋଲୋଜି ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ପାଇଁ ଯାଇଥିବା ଚିନ୍ମୟୀଙ୍କ ନଦୀରେ ପଡି ମୃତ୍ୟୁ ହୋଇଥିଲା ।
ଉଲ୍ଲେଖଥାଉ କି, ଫେବୃଆରୀ ୨୮ ଚିନ୍ମୟୀ ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ତାଙ୍କ ସାର୍ଟିଫିକେଟ୍ ନେବା ପାଇଁ ଆସିଥିଲେ । ଆଇଟି ବିଭାଗର ସ୍ନାତକ ଶ୍ରେଣୀର ଉତ୍ତୀର୍ଣ୍ଣ ହୋଇଥିଲେ । ରାତି ପ୍ରାୟ ୧୦ଟାରେ ସେ ନିଜର ପୁରୁଷ ବନ୍ଧୁ ପ୍ରୀତିମାନ ଦେ'ଙ୍କ ସହ ବାଇକରେ ପାୱାର ଚ୍ୟାନେଲ ଆଡକୁ ବୁଲିବାକୁ ଯାଇଥିବା ବେଳେ ଅଚାନକ ବ୍ରିଜରୁ ଡେଇଁ ପଡିଥିବା ନେଇ ଖବର ମିଳିଥିଲା । ଏନେଇ ତାଙ୍କର ବନ୍ଧୁ ଭିସୁଟ୍ କର୍ତ୍ତୃପକ୍ଷ, ବୁର୍ଲା ପୋଲିସ ଓ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ । ଏହାପରେ ବୁର୍ଲା ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଖୋଜା ଖୋଜି ଆରମ୍ଭ କରିଥିଲେ । ବିଳମ୍ବିତ ରାତି ଯାଏଁ ଖୋଜା ଖୋଜି ଜାରି ରହିଥିଲା । ପର ଦିନ ସକାଳୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ତେବେ ଝିଅର ମୃତ୍ୟୁ ପଛରେ ତାଙ୍କ ପୁରୁଷ ବନ୍ଧୁଙ୍କ ହାତ ରହିଛି ବୋଲି ଚିନ୍ମୟୀଙ୍କ ପରିବାର ଲୋକେ ଦାବି କରୁଛନ୍ତି ।












Click it and Unblock the Notifications